ETV Bharat / bharat

ଖାଦ୍ୟ ଦେବାରେ ଡେରି କଲେ ରେଷ୍ଟୁରାଣ୍ଟ ମାଲିକ, ଗୁଳି କରି ହତ୍ୟା କଲା ଡେଲିଭରି ବଏ

author img

By

Published : Sep 1, 2021, 6:55 PM IST

ଅର୍ଡର ବିବାଦରୁ ହୋଟେଲ ମାଲିକଙ୍କୁ ହତ୍ୟାକଲେ ସ୍ବିଗି ଡେଲିଭେରୀ ବଏ
ଅର୍ଡର ବିବାଦରୁ ହୋଟେଲ ମାଲିକଙ୍କୁ ହତ୍ୟାକଲେ ସ୍ବିଗି ଡେଲିଭେରୀ ବଏ

ସାମାନ୍ୟ ଖାଦ୍ୟ ଡେଲିଭରି ବିବାଦରୁ ରେଷ୍ଟୁରାଣ୍ଟ ମାଲିକଙ୍କୁ ଗୁଳି କରି ହତ୍ୟା । ଆଉ କେହି ନୁହେଁ ବରଂ ଜଣେ ସ୍ବିଗି ଡେଲିଭରି ବଏ ଏହି ଘଟଣା ଘଟାଇ ଫେରାର ରହିଛି । ଅଧିକ ପଢ଼ନ୍ତୁ...

ନୂଆଦିଲ୍ଲୀ: ସ୍ବିଗି ଅର୍ଡର ବିବାଦକୁ ପରେ ରେଷ୍ଟୁରାଣ୍ଟ ମାଲିକଙ୍କୁ ଗୁଳି କଲେ ସ୍ବିଗି ଡେଲିଭରି ବଏ । ରାଜଧାନୀ ଦିଲ୍ଲୀରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଛି । ଦିଲ୍ଲୀ ଗ୍ରେଟର ନୋଏଡ଼ା ବିଟା-୨ ଅଞ୍ଚଳସ୍ଥିତ ଏକ ସୋସାଇଟିରେ ସ୍ବିଗି ଅର୍ଡରକୁ ନେଇ ଡେଲିଭରି ବଏଙ୍କ ସହ ହୋଟେଲ ସଞ୍ଚାଳକ ସୁନିଲ ଅଗ୍ରୱାଲଙ୍କ ବିବାଦ ହୋଇଥିଲା ।

ଏହି ବିବାଦ ପରେ ଦେଖୁଦେଖୁ ଡେଲିଭରୀ ବଏ ଜଣକ ପାଖରେ ଥିବା ଏକ ବନ୍ଧୁକରେ ସୁନିଲଙ୍କୁ ଗୁଳି ମାରିଥଲେ । ଘଟଣାସ୍ଥଳରେ ସୁନିଲ ଟଳି ପଡ଼ିଥିଲେ । ହୋଟେଲରେ ଥିବା ଅନ୍ୟ କର୍ମଚାରୀମାନେ ସୁନିଲଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥଲେ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

ଗ୍ରେଟର ନୋଏଡ଼ା ବିଟା-୨ ଅଞ୍ଚଳସ୍ଥିତ ସୋସାଇଟିରେ ସୁନିଲ ନିଜର ଏକ ରେଷ୍ଟୁରାଣ୍ଟ ଚଳାନ୍ତି । ଯେଉଁଠି ଜୋମାଟୋ ଓ ସ୍ବିଗି ଭଳି ଅନଲାଇନ ଖାଦ୍ୟ ଡେଲିଭରୀ ଆପକୁ ଖାଦ୍ୟ ଡେଲିଭରି ହୋଇଥାଏ । ସେହିଭଳି ଏକ ଡେଲିଭରି ନେବାକୁ ସ୍ବିଗିର ଜଣେ କର୍ମଚାରୀ ସୁନିଲଙ୍କ ହୋଟେଲକୁ ଆସିଥିଲା । ଅର୍ଡରକୁ ନେଇ ଦୁହିଁଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଗଲା । ଏହାପରେ ସୁନିଲଙ୍କୁ ଡେଲିଭରି ବଏ ଗୁଳି କରି ଫେରାର ହୋଇଯାଇଛି ।

ଏହି ସମସ୍ତ ଘଟଣା ହୋଟେଲରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । ଏହି ସିସିଟିଭି ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହି ମାମଲାରେ ପୋଲିସ ତିନୋଟି ଟିମ ତିଆରି କରି ତଦନ୍ତ ଚଳାଇଛି । ଖୁବଶୀଘ୍ର ଏହି ମାମଲାରେ ହତ୍ୟାକାରୀ ଗିରଫ ହେବ ବୋଲି ପୋଲିସ ଆଶ୍ବସନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.