ETV Bharat / bharat

ସାମ୍ବାରେ ପୁଣି ଉଡିଲା ଡ୍ରୋନ; ଆଲର୍ଟରେ ସେନା

author img

By

Published : Jul 30, 2021, 10:30 AM IST

Suspected Pak drones
Suspected Pak drones

ଜାମ୍ମୁ କାଶ୍ମୀରରେ ଶେଷ ହେଉନାହିଁ ଡ୍ରୋନ ଆତଙ୍କ । ସୁବିଧା ସୁଯୋଗ ଦେଖି ଡ୍ରୋନ ଆକ୍ରମଣ କରିବାକୁ କୌଣସି ନା କୌଣସି ରାସ୍ତା ଖୋଜୁଛି ଆତଙ୍କିସ୍ତାନ ପାକିସ୍ତାନ । କିନ୍ତୁ ପାକିସ୍ତାନର ଏହି ଯୋଜନକୁ ପଣ୍ଡ କରିବାରେ ସିଦ୍ଧହସ୍ତ ସୀମାରେ ମୁତୟନ ଭାରତୀୟ ବୀର ବାହାଦୂର ଯବାନ ।

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ଶେଷ ହେଉନାହିଁ ଡ୍ରୋନ ଆତଙ୍କ । ସୁବିଧା ସୁଯୋଗ ଦେଖି ଡ୍ରୋନ ଆକ୍ରମଣ କରିବାକୁ କୌଣସି ନା କୌଣସି ରାସ୍ତା ଖୋଜୁଛି ପାକିସ୍ତାନ । କିନ୍ତୁ ଏହି ଯୋଜାନକୁ ପଣ୍ଡ କରିବାରେ ସିଦ୍ଧହସ୍ତ ସୀମାରେ ମୁତୟନ ଭାରତୀୟ ବୀର ବାହାଦୂର ଯବାନ । ଗତ ବିଳମ୍ବିତ ରାତ୍ରିରେ ପୁଣି ସାମ୍ବା ସେକ୍ଟରେ ଗୋଟିଏ କି ଦୁଇଟି ନୁହେଁ ଉଡିଥିଲା ୩ଟି ଡ୍ରୋନ । ଏହି ଡ୍ରୋନ ସବୁ ବାରୀ-ବ୍ରାହ୍ମଣ, ଚିଲାଧ୍ୟା, ଓ ଗଗୱାଲ ଅଞ୍ଚଳରେ ରାତି ପ୍ରାୟ ସାଢେ ୮ଟା ପରେ ଦେଖିବାକୁ ମିଳିଥିଲା । ଗତ ସପ୍ତାହରେ ମଧ୍ୟ ଏହି ଅଞ୍ଚଳରୁ ଏକ ଡ୍ରୋନକୁ ଗୁଳି କରି ଖସାଇ ଦେବା ସହ ୫ କିଲୋ IED ବିସ୍ପୋରକ ଜବତ କରିଥିଲା ସେନା ।

ସେନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗୋଟିଏ ଡ୍ରୋନ ପାକିସ୍ତାନ ପଟୁ ଆସି ଚିଲାଧ୍ୟା ଅଞ୍ଚଳରେ ପଇଁତରା ମାରିବା ପରେ ସୀମା ସୁରକ୍ଷା ବଳ ଯବାନ ମାନେ ଗୁଳି କରିଥିଲେ । ସେହିପରି ବାରୀ-ବ୍ରାହ୍ମଣ ଅନ୍ୟ ଦୁଇଟି ଡ୍ରୋନ ଉଡିଥିଲା । ସେନାର ଗୁଳି ପରେ ଅଚାନକ ଆକାଶରେ ଡ୍ରୋନ ନିଖୋଜ ହୋଇଯାଇଥିଲା । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଡ୍ରୋନ ୨ଟି ପଠାନକୋଟ ଜାତୀୟ ରାଜପଥ ଅଞ୍ଚଳ ଆଡକୁ ଯାଇଥିଲା । ଯାହା ଚିନ୍ତାର ବିଷୟ । କାରଣ ଏହି ଅଞ୍ଚଳରେ ଭାରତୀୟ ସେନାର ଅନେକ ସମ୍ବେଦନଶୀଳ ପ୍ରତିଷ୍ଠାନ ରହିଛି । ଡ୍ରୋନ ଉଡିବା ପ୍ରସଙ୍ଗରେ ଅଧିକ ତଦନ୍ତ କରୁଛି ଜମ୍ମୁ ପୋଲିସ ।

ସେପଟେ ଅଗଷ୍ଟ ୫ରୁ ଅଗଷ୍ଟ ୧୫ ମଧ୍ୟରେ କୌଣସି ବଡ ଧରଣର ଆତଙ୍କୀ ହମଲା କରିବାକୁ ଯୋଜନା କରୁଥିବା ଗୁଇନ୍ଦାର ସୂଚନା ପରେ ସେନା ପୁରା ଆଲର୍ଟ ହୋଇଯାଇଛି । ISI ଓ ପାକିସ୍ତାନ ସେନା ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାରେ ବିଫଳ ହେବା ପରେ ଏବେ ଡ୍ରୋନକୁ ନୂଆ ହତିଆର ଭାବେ ବ୍ୟବହାର କରୁଛନ୍ତି ।

ଅନ୍ୟପଟେ ଅଗଷ୍ଟ ୫ରେ ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ପୁରିଛି ୨ ବର୍ଷ । ୧୫ ଅଗଷ୍ଟରେ ଦେଶ ପାଳିବ ସ୍ବାଧିନତାର ୭୫ ବର୍ଷ । ଏହି ଅବସରରେ ଭାରତ ଭୂଖଣ୍ଡରେ ବଡ ଧରଣର ଆତଙ୍କୀ କାର୍ଯ୍ୟକଳାପ କରିପାରନ୍ତି । ଏଥିପାଇଁ ଗୁଇନ୍ଦା ଆଲର୍ଟ କରିବା ପରେ ସେନା ଜାମ୍ମୁ କାଶ୍ମୀର ପୋଲିସ, ପଞ୍ଜାବ ଓ ଦିଲ୍ଲୀ ପୋଲିସ ମିଳିତ ଭାବେ ସମନ୍ବୟ ରଖି କାମ କରୁଛନ୍ତି । ଏହାବାଦ ସ୍ବାଧିନତା ଦିବସ ଅବସରରେ ଲାଲକିଲ୍ଲା ଅଞ୍ଚଳରେ ସ୍ବତନ୍ତ୍ର ପ୍ରଶିକ୍ଷଣ ପ୍ରାପ୍ତ ସୁରକ୍ଷା ବଳଙ୍କ ସମେତ ସ୍ନାଇପର ମୁତୟନ କରାଯିବ ।

ଏଠି ପ୍ରଶ୍ନ ଉଠୁଛି କାଶ୍ମୀର ଉପତ୍ୟକାରୁ ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ଆତଙ୍କବାଦୀ କାହିଁକି ପକାଇଛନ୍ତି ଆଖି ? ଭାରତୀୟ ସେନାର ପ୍ରଚଣ୍ଡ ଆକ୍ରମଣ ସତ୍ତ୍ବେ ସୁଧୁରୁନି କାହିଁକି ପାକିସ୍ତାନ । କାଶ୍ମୀର ପରେ ଆତଙ୍କୀ ଦିଲ୍ଲୀକୁ ଟାର୍ଗେଟ କରିବାର କାରଣ କଣ ?

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.