ETV Bharat / bharat

ଜୁଲାଇ 20ରେ ଶିବସେନା ବିଦ୍ରୋହୀ ବିଧାୟକ ଅଯୋଗ୍ୟ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

author img

By

Published : Jul 17, 2022, 9:36 PM IST

ଆସନ୍ତାକାଲି ଶିବସେନା ବିବାଦ ମାମଲାର ଶୁଣାଣି କରିବେ ସୁପ୍ରିମ କୋର୍ଟ
ଆସନ୍ତାକାଲି ଶିବସେନା ବିବାଦ ମାମଲାର ଶୁଣାଣି କରିବେ ସୁପ୍ରିମ କୋର୍ଟ

ଆସନ୍ତାକାଲି ମହାରାଷ୍ଟ୍ର ରାଜନୀତି ସଙ୍କଟର ଶୁଣାଣି କରିବେ ସୁପ୍ରିମକୋର୍ଟ । ପରସ୍ପର ବିରୋଧରେ ମାମଲା ଦାଏର କରିଥିଲେ ଶିବସେନାର ଉଦ୍ଧବ ଓ ସିନ୍ଦେଗୋଷ୍ଠୀ । ଅଧିକ ପଢନ୍ତୁ

ମୁମ୍ବାଇ: ଜୁଲାଇ 20ରେ ଶିବସେନାର ଦୁଇ ଗୋଷ୍ଠୀ ପରସ୍ପର ବିରୋଧରେ କରିଥିବା ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ । ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ଓ ବିଦ୍ରୋହୀ ବିଧାୟକ ତଥା ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ହୋଇଥିବା ଏକନାଥ ସିନ୍ଦେ ଗୋଷ୍ଠୀ ପରସ୍ପର ବିରୋଧରେ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ । ଜୁଲାଇ 20ରେ ଏହି ବହୁଚର୍ଚ୍ଚିତ ମାମଲାର ଶୁଣାଣି ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି ରମଣା, ଜଷ୍ଟିସ କ୍ରିଷ୍ଣା ମୁରାରୀ ଓ ହିମା କୋହଲିଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ କରିବେ ।

  • Supreme Court to hear on July 20 the pleas filed by both the factions of Shiv Sena on #MaharashtraPolitcalCrisis

    A bench of Chief Justice of India NV Ramana, Justices Krishna Murari & Hima Kohli will hear the pleas filed by the Uddhav Thackeray-led camp & the Eknath Shinde camp pic.twitter.com/LTPuBmlFTf

    — ANI (@ANI) July 17, 2022 " class="align-text-top noRightClick twitterSection" data=" ">

ଶିବେସନାର ବିରୋଧୀ ବିଧାୟକମାନେ ଏକନାଥ ସିନ୍ଦେଙ୍କ ନେତୃତ୍ବରେ ଗୌହାଟୀର ଏକ ହୋଟେଲରେ ଥିବା ସମୟରେ ତତ୍କାଳୀନ ଉପବାଚସ୍ପତି ସିନ୍ଦେଙ୍କ ସମେତ ଅନ୍ୟ 16 ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ନେଇ ନୋଟିସ ଜାରି କରିଥଲେ । ଯାହାକୁ ନେଇ ସର୍ବୋଚ୍ଚ କୋର୍ଟର ଦ୍ବାରସ୍ଥ ହୋଇଥିଲେ ସିନ୍ଦେ ଗୋଷ୍ଠୀ । ସେହିପରି ସିନ୍ଦେ ମୁଖ୍ୟମନ୍ତ୍ରୀ ହେବା ପରେ ନୂତନ ବାଚସ୍ପତି ନିଯୁକ୍ତ ହୋଇଥିଲେ । ପରେ ସିନ୍ଦେଗୋଷ୍ଠୀର ସଚେତକଙ୍କୁ ଶିବସେନାର ମୁଖ୍ୟ ସଚେତକ ଭାବେ ନବନିର୍ବାଚିତ ବାଚସ୍ପତି ଅନୁମୋଦନ ଦେବା ପ୍ରସଙ୍ଗକୁ ନେଇ ଉଦ୍ଧବ ଗୋଷ୍ଠୀ ମଧ୍ୟ ସର୍ବୋଚ୍ଚ କୋର୍ଟର ଦ୍ବାରସ୍ଥ ହୋଇଥିଲା । ଉଭୟ ମାମଲାର ଶୁଣାଣି ଜୁଲାଇ 20ରେ ହେବାକୁ ଯାଉଛି ।

ଏହା ମଧ୍ୟରେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀକୁ ଏକ ବଡ ଆଶ୍ବସ୍ତି ମଧ୍ୟ ପ୍ରଦାନ କରିଥିଲେ ସର୍ବୋଚ୍ଚ କୋର୍ଟ । ଏହି ମାମାଲରେ ପରବର୍ତ୍ତୀ ନିର୍ଦ୍ଦେଶ ନମିଳିବା ଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପାଇଁ ମହାରାଷ୍ଟ୍ର ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ କୋର୍ଟ । ଗୃହରେ ଆସ୍ଥା ଭୋଟ ଓ ବାଚସ୍ପତି ନିର୍ବାଚନ ନେଇ ଦଳ ପକ୍ଷରୁ ଜାରି କରାଯାଇଥିବା ହ୍ବିପକୁ ଉଲଙ୍ଘନ କରାଯାଇଥିବା ଦର୍ଶାଇ ଉଦ୍ଧବ ଠାକରେଙ୍କ ଗୋଷ୍ଠୀର ବିଧାୟକଙ୍କ ସଭ୍ୟପଦ ରଦ୍ଦ କରିବା ପାଇଁ ବାଚସ୍ପତିଙ୍କ ନିକଟରେ ଦାବି କରିଥିଲେ ସିନ୍ଦେ ଗୋଷ୍ଠୀ । ତେବେ ଏହାରି ମଧ୍ୟରେ ସର୍ବୋଚ୍ଚ କୋର୍ଟଙ୍କ ପରବର୍ତ୍ତୀ ରାୟ ଉପରେ ସମସ୍ତଙ୍କ ନଜର ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.