ETV Bharat / bharat

ଜେଲରୁ ଜ୍ୟାକଲିନଙ୍କୁ ସୁକେଶର ଚିଠି: ଇଷ୍ଟର ଶୁଭେଚ୍ଛା ଜଣାଇ ଲେଖିଲା ପ୍ରେମଭରା କଥା

author img

By

Published : Apr 9, 2023, 2:13 PM IST

Sukesh write a romantic letter for Jacqueline
Sukesh write a romantic letter for Jacqueline

ଇଷ୍ଟର ପୁରୁଣା ସ୍ମୃତିକୁ ମନେ ପକାଇ ନିଜର ଗର୍ଲଫ୍ରେଣ୍ଡ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଚିଠି ଲେଖିଲା ମହାଠକ ସୁକେଶ । ଲେଖିଲା "ଇଷ୍ଟର ଶୁଭେଚ୍ଛା ବେବି, ଆଇ ଲଭ ୟୁ ।"

ନୂଆଦିଲ୍ଲୀ: ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଗିରଫ ହୋଇ ଜେଲରେ ରହିଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ଚିଠି ଲେଖିବା ଅଭ୍ୟାସରେ ପରିଣତ ହୋଇସାରିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ଚଳଚ୍ଚିତ୍ର ନିର୍ମାତାଙ୍କୁ ଚିଠି ଲେଖିବା ପରେ ଏବେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ପାଳି ପଡିଛି । ଜେଲରେ ରହି ମଧ୍ୟ ନିଜ ପ୍ରେମିକାକୁ ଭୁଲି ପାରିନି ମହାଠକ । ଜ୍ୟାକଲିନଙ୍କ ସହ ବିତାଇଥିବା ଇଷ୍ଟରର ସ୍ମୃତିକୁ ମନେ ପକାଇବା ସହ ଚିଠି ଲେଖି ଶୁଭେଚ୍ଛା ଜଣାଇଛି । ଲେଖିଲା "ଇଷ୍ଟର ଶୁଭେଚ୍ଛା ବେବି, ଆଇ ଲଭ ୟୁ ।"

Sukesh write a romantic letter for Jacqueline
Sukesh write a romantic letter for Jacqueline

ଜ୍ୟାକଲିନଙ୍କୁ ଚିଠି ଲେଖିଛି ସୁକେଶ: ଏହି ଚିଠିରେ ସୁକେଶ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ବେବି ବୋଲି ସମ୍ବୋଧିତ କରିଛନ୍ତି । ସେ ଲେଖିଛି, "ଇଷ୍ଟରର ଅନେକ ଅନେକ ଶୁଭେଚ୍ଛା ବେବି । ଇଷ୍ଟର ତୁମର ସବୁଠାରୁ ପ୍ରିୟ ପର୍ବ । ମୁଁ ସେହି ଦିନକୁ ବହୁତ ମିସ କରୁଛି । ତୁମର ମନେ ଅଛି ତୁମେ ଯେବେତେବେଳେ ଏହି ପର୍ବରେ ଅଣ୍ଡାକୁ ପଠାଇ ଜେଲି ବାହାର କରି ଖୁସି ହେଉଥିଲ । ଆଜିର ଦିନରେ ତୁମେ ସଜ ହୋଇ କେତେ ସୁନ୍ଦର ଦେଖା ଯାଉଥିଲ, ସେସବୁକୁ ମୁଁ ବହୁତ ମିସ କରୁଛି ।"

Sukesh write a romantic letter for Jacqueline
Sukesh write a romantic letter for Jacqueline

ଏହା ମଧ୍ୟପଢନ୍ତୁ: Karnataka Assembly Poll: ପଦ୍ମଫୁଲ ଆକୃତିର ଏୟାରପୋର୍ଟ ଟର୍ମିନାଲ ଘୋଡ଼ାଇବାକୁ ଦାବି କଲା କଂଗ୍ରେସ

ଜ୍ୟାକଲିନକୁ ସବୁଠାରୁ ସୁନ୍ଦର ଯୁବତୀ କହିଲା ମହାଠକ: ସେ ଆହାରୁ ମଧ୍ୟ ଲେଖିଛି, "ଦୁନିଆରେ ତୁମ ଠାରୁ ସୁନ୍ଦର ଆଉ କିଏ ନାହିଁ । ଆଇ ଲଭ ୟୁ ବେବି । ତୁମେ ମୁଁ ପୁଣି ଥରେ ଆଉ ଏକାଠି ହୋଇପାରିବାନି । ଏମିତି ଗୋଟିଏ ମୁହୂର୍ତ୍ତ ନାହିଁ ଯେତେବେଳ ମୁଁ ତୁମକୁ ମନେ ପକାଇନି । ମୁଁ ବି ଜାଣିଛି ତୁମେ ବି ମୋତେ ବହୁତ ମିସ କରୁଛ ।"

ଏହା ମଧ୍ୟ ପଢନ୍ତୁ: ବାନ୍ଦିପୁର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ପ୍ରଧାନମନ୍ତ୍ରୀ, କଳା ଟୋପି ସହ ଖାକି ପୋଷାକରେ ଆସିଲେ ନଜର

ପ୍ରେମିକା ପାଇଁ ଗୀତ ଗାଇଲା ମହାଠକ: ଆସନ୍ତା ବର୍ଷର ଇଷ୍ଟର ତୁମ ପାଇଁ ସବୁଠୁ ବେଷ୍ଟ ପର୍ବ ହେବ । ଏହି କଥାର ମୁଁ ତୁମକୁ ପ୍ରତିଶୃତି ଦେଉଛି । ତୁ ମିଲେ ଦିଲ ଖିଲେ,ଔର ଜିନେ କା କ୍ୟା ଚାହିୟେ ଗୀତ ସବୁବେଳେ ତୁମକୁ ଭାବି ଗାଉଛି । ତୁମୋ ମୋର ହୃଦୟର ସ୍ପନ୍ଦନ ବେବି । ପୁଣିଥରେ ତୁମକୁ ଏବଂ ବାପା-ମାଆଙ୍କୁ ଇଷ୍ଟରର ଶୁଭେଚ୍ଛା ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.