ETV Bharat / bharat

ନକଲ କରି ପରୀକ୍ଷାରେ ଧରା ପଡ଼ିଥିଲେ, ଆତ୍ମହତ୍ୟା କଲେ ସପ୍ତମ ଶ୍ରେଣୀ ଛାତ୍ର

author img

By

Published : Sep 23, 2022, 11:08 PM IST

ନକଲ କରି ପରୀକ୍ଷା ଧରା ପଡ଼ିଥିଲେ, ଆତ୍ମହତ୍ୟା କଲେ ସପ୍ତମ ଶ୍ରେଣୀ ଛାତ୍ର
ନକଲ କରି ପରୀକ୍ଷା ଧରା ପଡ଼ିଥିଲେ, ଆତ୍ମହତ୍ୟା କଲେ ସପ୍ତମ ଶ୍ରେଣୀ ଛାତ୍ର

ଆତ୍ମହତ୍ୟା କଲେ ସପ୍ତମ ଶ୍ରେଣୀ ଛାତ୍ର । ରାୟବରେଲୀ ଜବାହର କଲୋନୀରେ ଜଣେ ସପ୍ତମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଛନ୍ତି(student committed suicide in Raebareli ) । ପରୀକ୍ଷାରେ ନକଲ କରୁଥିବା ବେଳେ ଧରାପଡ଼ିବା ପରେ ଏହି ଚରମ ପଦକ୍ଷେପ ନେଇଛନ୍ତି ଛାତ୍ର । ଅଧିକ ପଢ଼ନ୍ତୁ

ଲକ୍ଷ୍ନୌ: ଆତ୍ମହତ୍ୟା କଲେ ସପ୍ତମ ଶ୍ରେଣୀ ଛାତ୍ର । ଉତ୍ତରପ୍ରଦେଶ ରାୟବରେଲୀ ମିଲ୍‌ ଏରିଆ ଥାନା ଅଞ୍ଚଳରେ ଜବାହର କଲୋନୀରେ ଜଣେ ସପ୍ତମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଛନ୍ତି (student committed suicide in Raebareli )। ପରୀକ୍ଷାରେ ନକଲ କରୁଥିବା ବେଳେ ଧରାପଡ଼ିବା ପରେ ଏହି ଚରମ ପଦକ୍ଷେପ ନେଇଛନ୍ତି ଛାତ୍ର । ନକଲ କରି ଧରା ପଡ଼ିବା ପରେ ଶିକ୍ଷକ ଛାତ୍ର ଜଣଙ୍କୁ ମାଡ଼ ମାରିଥିଲେ । ଛାତ୍ରଙ୍କ ଆତ୍ମହତ୍ୟା ପରେ ପୋଲିସକୁ ଏକ ସୁଇସାଇଡ୍‌ ନୋଟ୍‌ ମିଳିଛି ।

ୟଶ୍‌ ନାମକ ନାବାଳକ ସେଣ୍ଟ୍‌ ପିଟର ସ୍କୁଲ୍‌ର ଛାତ୍ର ଥିଲା । ଗୁରୁବାର ତାଙ୍କ ଜୀବ ବିଜ୍ଞାନ ପରୀକ୍ଷା ଥିଲା । ତେବେ ପରୀକ୍ଷା ବେଳେ ନକଲ କରୁଥିଲେ ୟଶ୍‌ । ନକଲ କରିବା ପରେ ସେ ଶିକ୍ଷକଙ୍କ ହାତରେ ଧରା ପଡ଼ିଥିଲେ । ଏହାପରେ ଶିକ୍ଷକ ତାଙ୍କୁ ମାଡ଼ ମାରିଥିଲେ । ଏହାପରେ ଘରକୁ ଫେରି ଗୁମ୍‌ସୁମ୍‌ ହୋଇ ବସିଥିଲା । କିଛି ଖାଇନଥିଲା । ଶେଷରେ ନିଜକୁ ଏକ ରୁମ୍‌ରେ ବନ୍ଦ କରିନେଇଥିଲା । ଗୁରୁବାର ସନ୍ଧ୍ୟାରେ ତା ରୁମ୍‌ରୁ ତାର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା ।

ଏନେଇ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଏକ ସୁଇସାଇଡ୍‌ ନୋଟ୍‌ ପାଇଥିଲା । ଏହି ସୁଇସାଇଡ୍‌ ନୋଟ୍‌ରେ ଲେଖାଥିଲା, "ମୁଁ ପରୀକ୍ଷାରେ ଚିଟିଂ କଲି । ମୁଁ ମରିବାକୁ ଚାହୁଁଛି । ମମି ପାପା ମୋତେ କ୍ଷମା କରି ଦେବ । ଅଙ୍କଲ୍‌ ଆଣ୍ଟିଙ୍କୁ ଦୋଷ ଦେବନି । ଭୁଲ୍‌ କରିବା ପରେ ଜଣଙ୍କୁ ଦ୍ବିତୀୟ ସୁଯୋଗ ଦେବା ଆବଶ୍ୟକ । କିନ୍ତୁ ତାହା କରାଗଲା ନାହିଁ । ମୁଁ ମୋର ଭୁଲ ପାଇଁ ବହୁତ କାନ୍ଦିଛି । ମୁଁ ଲଜ୍ଜିତ ଅନୁଭବ କରୁଛି । ମୋର ବନ୍ଧୁମାନେ ମୋତେ ସେମ୍‌ ସେମ୍‌ କହିଲେ । ବର୍ତ୍ତମାନ ମୁଁ ମୋର ବଶରେ ନାହିଁ । ମନରେ ଖରାପ ଭାବନା ଆସୁଛି । ମୁ ମୋର ମମି ପାପା, ଶିକ୍ଷକ ଓ ବନ୍ଧୁଙ୍କୁ ଭୁଲ୍‌ ମାଗୁଛି ।"

ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଛାତ୍ରଙ୍କ ପରିବାର ପକ୍ଷରୁ ସ୍କୁଲ୍‌ ଅଧ୍ୟକ୍ଷ ଓ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଆଗାମୀ ତଦନ୍ତ କରାଯିବ ବୋଲି କହିଛି ପୋଲିସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.