ETV Bharat / bharat

Sri Lankan fuel crisis: କେରଳରେ ଇନ୍ଧନ ଭରୁଛି ଶ୍ରୀଲଙ୍କା ବିମାନ

author img

By

Published : Jul 13, 2022, 1:49 PM IST

Sri Lankan fuel crisis: କୋଚି, ଥିରୁଅନନ୍ତପୁରମ ବିମାନ ବନ୍ଦରରେ ଇନ୍ଧନ ଭରୁଛନ୍ତି ଶ୍ରୀଲଙ୍କା ବିମାନ
Sri Lankan fuel crisis: କୋଚି, ଥିରୁଅନନ୍ତପୁରମ ବିମାନ ବନ୍ଦରରେ ଇନ୍ଧନ ଭରୁଛନ୍ତି ଶ୍ରୀଲଙ୍କା ବିମାନ

ଶ୍ରୀଲଙ୍କା ଏୟାର ଲାଇନ୍ସର ବିମାନ ଉଡିବା ପାଇଁ ନାହିଁ ଇନ୍ଧନ । ଇନ୍ଧନ ଭରିବାରେ ସହଯୋଗ ଜାରି ରଖିଛନ୍ତି କୋଚି ଓ ଥିରୁଅନନ୍ତପୁରମ ବିମାନ ବନ୍ଦର କର୍ତ୍ତୃପକ୍ଷ । ବର୍ତ୍ତମାନ ସୁଦ୍ଧା ଇନ୍ଧନ ଭରିଲେଣି 90 ବିଦେଶୀ ବିମାନ । ଲ୍ୟାଣ୍ଡଂ ଫି ରେ ମଧ୍ୟ ହୋଇଛି 25 ପ୍ରତିଶତ ହ୍ରାସ । ଅଧିକ ପଢନ୍ତୁ

ଥିରୁଅନନ୍ତପୁରମ: ଉତ୍କଟ ଆର୍ଥିକ ସଙ୍କଟ ସାଙ୍ଗକୁ ଗୃହଯୁଦ୍ଧ ପରି ମାନବୀୟ ସଙ୍କଟ ମଧ୍ୟରେ ଗତି କରୁଛି ପଡୋଶୀ ଶ୍ରୀଲଙ୍କା । ଇନ୍ଧନ ଓ ଖାଦ୍ୟ ସଙ୍କଟ ଲାଗି ରହିଛି । ଇନ୍ଧନ ଅଭାବରୁ ବିମାନ ଉଡାଣ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ତେବେ ଏହି ସମସ୍ୟା ପାଇଁ ସହଯୋଗର ହାତ ବଢାଇଛନ୍ତି ଥିରୁଅନନ୍ତପୁରମ୍ ଏବଂ କୋଚି ଅନ୍ତର୍ଜାତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ।

ଶ୍ରୀଲଙ୍କା ରାଜଧାନୀ କଲମ୍ବୋର ନିକଟତମ ଅନ୍ତର୍ଜାତୀୟ ବିମାନ ବନ୍ଦର ହେଉଛି ଥିରୁଅନନ୍ତପୁରମ । ସେହିପରି କୋଚି ବିମାନ ବନ୍ଦର କଲମ୍ବୋରୁ ଅନ୍ୟ ଦେଶକୁ ବିମାନ ଉଡାଣ ପାଇଁ ବୈଷୟିକ ଅବତରଣ ସୁବିଧା ଯୋଗାଇ ଦେଇଛି । କଲୋମ୍ବୋରୁ ଉଡାଣ ଭରୁଥିବା ବିମାନଗୁଡିକ ଏହି ଦୁଇ ଭାରତୀୟ ବିମାନ ବନ୍ଦରରେ ଇନ୍ଧନ ଭାରିବା ପାଇଁ ଅବତରଣ କରିପାରୁଛନ୍ତି । ଏପର୍ଯ୍ୟନ୍ତ 90 ଟି ବିମାନ ଏହି ସୁବିଧା ପାଇ ସାରିଲେଣି । ଏହି ବିମାନ ମଧ୍ୟରେ କଲୋମ୍ବୋରୁ ଓ କଲୋମ୍ବୋକୁ ଉଡାଣ ଭରିଥିବା ଶ୍ରୀଲଙ୍କା ଏୟାର ଲାଇନ୍ସର 61 ବିମାନ ଓ ଅନ୍ୟ ଅନ୍ତର୍ଜାତୀୟ କମ୍ପାନୀର 29 ବିମାନ ସାମିଲ ରହିଛି ।

କୋଚି ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ଗତମାସ ଶେଷ ସପ୍ତାହରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ 30 ବିମାନ ଅବତରଣ କରିବା ସହ ଇନ୍ଧନ ଭରି ଗନ୍ତବ୍ୟସ୍ଥଳ ଅଭିମୁଖେ ଉଡାଣ ଭରିଛନ୍ତି । ଏହି ମୋଟ ଇନ୍ଧନ ପରିମାଣ 4.75 ଲକ୍ଷ ଲିଟର ହେବା ନେଇ ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏହି ପ୍ରକ୍ରିୟା ପାଇଁ ବିମାନ ବନ୍ଦର କର୍ତ୍ତୃପକ୍ଷ ମଧ୍ୟ ପୂର୍ବ ନିର୍ଦ୍ଧାରିତ ଲ୍ୟାଣ୍ଡିଂ ଫି ରେ 25 ପ୍ରତିଶତ ହ୍ରାସ କରିଛନ୍ତି । କେବଳ ଉଡାଣ ଇନ୍ଧନ ନୁହେଁ ବରଂ ସାଧାରଣ ଇନ୍ଧନ କ୍ଷେତ୍ରରେ ଘୋର ସଙ୍କଟ ମଧ୍ୟରେ ଗତି କରୁଥିବା ଶ୍ରୀଲଙ୍କାକୁ ଇନ୍ଧନ ଯୋଗାଇ ଚାଲିଛି ଭାରତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.