ETV Bharat / bharat

Congress Bharat Jodo Yatra: ପଦଯାତ୍ରାରେ ସାମିଲ ହେବେ ସୋନିଆ ଗାନ୍ଧୀ

author img

By

Published : Oct 2, 2022, 10:18 PM IST

sonia-gandhi-to-join-bharat-jodo-yatra-at-bellary
Congress Bharat Jodo Yatra: ପଦଯାତ୍ରାରେ ସାମିଲ ହେବେ ସୋନିଆ ଗାନ୍ଧୀ

କଂଗ୍ରେସର ଭାରତ ଯୋଡ଼ ଯାତ୍ରାରେ ଯୋଗ ଦେଇପାରନ୍ତି ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ମହୀଶୂରରେ କଂଗ୍ରେସର ଭାରତଯୋଡ଼ ଯାତ୍ରାରେ ସୋନିଆ ଗାନ୍ଧୀ ସାମିଲ ହେବା ନେଇ ସୂତ୍ରରୁ ଖବର ମିଳିଛି । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: କଂଗ୍ରେସର ତୃଣମୂଳସ୍ଥରରୁ ସୁଦୃଢ଼ କରିବାକୁ କଂଗ୍ରେସ ଆରମ୍ଭ କରିଛି ଭାରତ ଯୋଡ଼ ଯାତ୍ରା । କନ୍ୟାକୁମାରୀଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ବର୍ତ୍ତମାନ କର୍ଣ୍ଣାଟକରେ ପହଞ୍ଚିଛି । ରାହୁଲ ଗାନ୍ଧୀ ଏହି ଯାତ୍ରାର ମଙ୍ଗ ଧରିଛନ୍ତି । ବର୍ତ୍ତମାନ ଏହି ଯାତ୍ରାରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ସାମିଲ ହେବେ । ମହୀଶୂରର ବେଲାରୀରେ କଂଗ୍ରେସର ଭାରତଯୋଡ଼ ଯାତ୍ରାରେ ସୋନିଆ ଗାନ୍ଧୀ ସାମିଲ ହେବା ନେଇ ସୂତ୍ରରୁ ଖବର ମିଳିଛି ।

ଅକ୍ଟୋବର ୪ ଓ ୫ ତାରିଖରେ ଦଶହରା ପର୍ବ ଦେଖିବାକୁ ସୋନିଆ ଗାନ୍ଧୀ ମହୀଶୂର ଗସ୍ତ କରିପାରନ୍ତି । ଏଠାକାର ଦଶହରା ପର୍ବ ସାରା ଦେଶରେ ପ୍ରସିଦ୍ଧ । ଏହାପରେ ଅକ୍ଟୋବର ୬ ତାରିଖରେ ସେ ବେଲାରୀ ଗସ୍ତ କରି ଭାରତଯୋଡ଼ ଯାତ୍ରାରେ ସାମିଲ ପାରନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଛି । ବେଲାରୀ ସୋନିଆ ଗାନ୍ଧୀଙ୍କ ପାଇଁ ସ୍ବତନ୍ତ୍ର । କାରଣ ୧୯୯୯ରେ ପ୍ରଥମ ଥରପାଇଁ ବେଲାରୀ ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିଲେ ସୋନିଆ । ବେଲାରୀ ଗସ୍ତବେଳେ ସୋନିଆ ଗାନ୍ଧୀ ଏକ ସଭାକୁ ସମ୍ବୋଧିତ କରିପାରନ୍ତି ।

ସେପଟେ ସୋନିଆ ଗାନ୍ଧୀ କଂଗ୍ରେସର ଭାରତଯୋଡ଼ ପଦଯାତ୍ରାରେ ଯୋଗଦେବା ଖବର ନେଇ କର୍ମୀ ଓ ନେତା ଉତ୍ସାହୀ ହୋଇଛନ୍ତି । ଏହା କଂଗ୍ରେସର ପଦଯାତ୍ରାକୁ ଇମ୍ୟୁନିଟି ଯୋଗାଇବ ବୋଲି ଆଲୋଚନା ହେଉଛି । କର୍ଣ୍ଣାଟକରେ କଂଗ୍ରେସର ପଦଯାତ୍ରା ଦୁଇ ସପ୍ତାହ ଧରି ଚାଲିବ । ପଦଯାତ୍ରାରେ କଂଗ୍ରେସ ଅଧ୍ୟକ୍ଷ ପ୍ରାର୍ଥୀ ମଲ୍ଲିକାର୍ଜୁନ ଖଡ଼ଗେ ସାମିଲ ରହିବେ । ସୋନିଆ ଗାନ୍ଧୀ ସାମିଲ ହେବାପରେ ଏହି ଯାତ୍ରାକୁ ଆହୁରି ମାଇଲେଜ୍‌ ମିଳିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

କେନ୍ଦ୍ର ସରକାର ଓ ବିଜେପିକୁ ଟାର୍ଗେଟ କରିବା କଂଗ୍ରେସ ପଦଯାତ୍ରାର ମୂଳ ଉଦ୍ଦେଶ୍ୟ ରହିଛି । ଏହାକୁ ନେଇ ଓଡ଼ିଶା ଗସ୍ତବେଳେ ଜୟରାମ ରମେଶ ସ୍ପଷ୍ଟ କରିଥିଲେ । ଏହାପୂର୍ବରୁ କେରଳ ଓ ତାମିଲନାଡ଼ୁରେ କଂଗ୍ରେସକୁ ବ୍ୟାପକ ସମର୍ଥନ ମିଳିଥିଲା । ରାହୁଲଙ୍କ ସହ କଂଗ୍ରେସ ପଦଯାତ୍ରାରେ ଜନ ସମୁଦ୍ର ସାମିଲ ରହିଥିବା ଦେଖାଦେଇଛି ।

କଂଗ୍ରେସ ପଦଯାତ୍ରା କର୍ଣ୍ଣାଟକରେ ପ୍ରବେଶ କରିବା ପୂର୍ବରୁ ବିଜେପି କର୍ମୀ କଂଗ୍ରେସର ପୋଷ୍ଟର ଚିରିଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ କଂଗ୍ରେସର IT ସେଲ୍ ପ୍ରଭାରୀ ଜୟରାମ ରମେଶ କହିଛନ୍ତି, "ଯଦି ସେମାନେ ଆମ ପ୍ରତି ଆକ୍ରାମକ ହେବେ, ତେବେ ଆମେ ଏଥିପାଇଁ ପ୍ରସ୍ତୁତ ଅଛୁ । ଆମେ ଚାହୁଁଛୁ ସେମାନେ ଆମକୁ ଟାର୍ଗେଟ କରନ୍ତୁ, ଏହାଦ୍ବାରା ଆମେ ତାଙ୍କୁ ପଦାରେ ପକାଇ ପାରିବୁ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.