ETV Bharat / bharat

ସମ୍ପତ୍ତି ଆଗରେ ରକ୍ତ ସମ୍ପର୍କ ତୁଚ୍ଛ ! ପୁଅ ଗୁଳିରେ ଚାଲିଗଲା ବାପା ଜୀବନ

author img

By

Published : Mar 25, 2022, 3:46 PM IST

ସମ୍ପତ୍ତି ପାଇଁ ବାପାକୁ ଗୁଳି କରି ହତ୍ୟା କଲା ପୁଅ
ସମ୍ପତ୍ତି ପାଇଁ ବାପାକୁ ଗୁଳି କରି ହତ୍ୟା କଲା ପୁଅ

ପୁଅ ନିଜ ପିତାଙ୍କୁ ଗୁଳିକରି ହତ୍ୟା କରିଛି । ଏମିତି ଘଟଣା ଘଟିଛି ମଦାହ ଥାନା ଅଞ୍ଚଳର ବିଶନପୁର ପଞ୍ଚାୟତର କବୈୟା ଗାଁରେ । ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ଅଧିକ ପଢନ୍ତୁ

ପାଟନା: ସମ୍ପତ୍ତି ପାଇଁ ବାପା ଜନ୍ମକଲା ବାପା ହେଲା ପର। ଗୁଳି କରି ବାପାକୁ ହତ୍ୟା କଲା ପୁଅ । ବିହାର ରାଜ୍ୟରେ ଘଟିଛି ଏପରି ଏକ ଚାଞ୍ଚଲ୍ୟକର ଘଟଣା । । ବିହାରର ଧମଦାହ ଥାନା ଅଞ୍ଚଳ ବିଶନପୁର ପଞ୍ଚାୟତର କବୈୟା ଗାଁରେ ଘଟିଛି । ତେବେ ପୋଲିସ ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ପରେ ମାମଲାର ତଦନ୍ତ ଜାରି ରଖିଛି ପୋଲିସ।

ସୂଚନାନୁସାରେ, ମୃତକଙ୍କ ନାମ ଅରବିନ୍ଦ ମଣ୍ଡଳ ସେ କବୈୟା ଗାଁର ବୋଲି ଜଣାପଡିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଯେତେବେଳେ ଏହି ଘଟଣା ଘଟିଲା, ଅରବିନ୍ଦ ମଣ୍ଡଳ ତାଙ୍କ ଘରୁ ଭବାନୀପୁର ଅଭିମୁଖେ ବାହିରିଥିଲେ । ଏହି ସମୟରେ ବାଇକରେ ଦୁଇଜଣ ବ୍ୟକ୍ତି ଆସି ତାଙ୍କୁ ଅଟକାଇ ତାଙ୍କ ଉପରକୁ 6 ରାଉଣ୍ଡ ଗୁଳି ଚଳାଇଥିଲେ । ଯାହାଫଳରେ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ତେବେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ।

ତେବେ ହତ୍ୟାକାଣ୍ଡର କାରଣ ଜମି ବିବାଦକୁ ନେଇ ବୋଲି କୁହାଯାଉଛି । ଏହି ଘଟଣା ସମ୍ପର୍କରେ ମୃତକଙ୍କ ପତ୍ନୀ ସାବିତ୍ରୀ ଦେବୀ କହିଛନ୍ତି ଯେ ତାଙ୍କ ସ୍ୱାମୀ ଅରବିନ୍ଦ ମଣ୍ଡଳଙ୍କୁ ତାଙ୍କ ପୁଅ ରଣଜିତ ମଣ୍ଡଳ ହତ୍ୟା କରିଛି । ସେ ଆହୁରି କହିଛନ୍ତି କି, ତାଙ୍କ ସ୍ବାମୀଙ୍କ ମୋଟ 12 ଏକର ଜମି ଅଛି, ସେଥିମଧ୍ୟରୁ ଆମେ ଆମ ଝିଅକୁ 5 ଏକର ଜମି ଦେଇଛୁ । ଏହି ବିଷୟକୁ ନେଇ ରଞ୍ଜିତ ମଣ୍ଡଳ ପ୍ରାୟତଃ ତା ପିତାଙ୍କ ସହ ଝଗଡା କରୁଥିଲା । ତେଣୁ ଝିଅକୁ ଜମି ଦେବାରେ ମୋ ପୁଅ ଅତିଷ୍ଠ ହୋଇ ପିତାଙ୍କୁ ହତ୍ୟା କରିଛି ।

ମୃତକଙ୍କ ପତ୍ନୀ କହିଛନ୍ତି ଯେ 8 ଦିନ ପୂର୍ବରୁ ମଧ୍ୟ ରଣଜିତ ତା ବାପାଙ୍କ ଉପରକୁ ଗୁଳି ଚଳାଇଥିଲା । ଯାହାଫଳରେ ସେ ଅଳ୍ପକେ ବର୍ତ୍ତିଯାଇଥିଲେ। ଏହା ପରେ ଧମଦାହା ପୋଲିସକୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯାଇଥିଲା । ଅଭିଯୁକ୍ତ ନାଁରେ ଥାନାରେ ଏତଲା ପରେ ଘଟଣାର ତଦନ୍ତ କରୁଛି ପୋଲିସ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.