ETV Bharat / bharat

ଆତଙ୍କବାଦୀ ଆକ୍ରମଣରେ ୫ ଯବାନ ଶହୀଦ; ସର୍ଚ୍ଚ ଅପରେସନ ଜାରି

author img

By ETV Bharat Odisha Team

Published : Dec 22, 2023, 10:51 AM IST

Poonch Terror Attack: ପୁଞ୍ଚରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣରେ ୫ ଯବାନ ଶହୀଦ । ଆକ୍ରମଣ ସ୍ଥଳରେ କାଲିଠୁ ଜାରି ରହିଛି ସର୍ଚ୍ଚ ଅପେରସନ । ଅଧିକ ପଢନ୍ତୁ

ଆତଙ୍କବାଦୀ ଆକ୍ରମଣରେ ୫ ଯବାନ ଶହୀଦ
ଆତଙ୍କବାଦୀ ଆକ୍ରମଣରେ ୫ ଯବାନ ଶହୀଦ

ଶ୍ରୀନଗର: ଜମ୍ମୁ-କାଶ୍ମୀର ପୁଞ୍ଚରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଭାରତୀୟ ସେନାର ୫ ଯବାନ ଶହୀଦ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ଦୁଇଟି ସେନା ଗାଡ଼ିରେ ସୁରକ୍ଷାକର୍ମୀଙ୍କ ଏକ ଟିମ୍ ଅପରେସନରେ ବାହାରି ଥିବାବେଳେ ସଶସ୍ତ୍ର ଆତଙ୍କବାଦୀମାନେ ତାଙ୍କର ଗାଡ଼ିକୁ ଆମ୍ବୁସ କରି ଆଖିବୁଜା ଗୁଳିମାଡ କରିଥିଲେ । ଏହି ଘଟଣା ପରେ ସମଗ୍ର ଅଞ୍ଚଳକୁ କର୍ଡନ କରାଯାଇ କାଲି ସନ୍ଧ୍ୟାରୁ ସର୍ଚ୍ଚ ଅପରେସନ ଜାରି ରହିଛି ।

ଗତକାଲି(ଗୁରୁବାର) ଅପରାହ୍ନ ୩ଟା ୪୫ ମିନିଟ୍ ସମୟରେ ପୁଞ୍ଚର ଥାନାମଣ୍ଡି-ସୁରନକୋଟ ରାସ୍ତାରେ ଏହି ଆତଙ୍କୀ ଆକ୍ରମଣ ଘଟିଥିଲା । ଦୁଇଟି ସେନା ଗାଡିରେ ସୁରକ୍ଷାକର୍ମୀମାନେ ଆତଙ୍କୀ ନିରୋଧି ଅପରେସନ ଅପରେସନ ପାଇଁ ଯାଉଥିବା ବେଳେ ଥାନାମଣ୍ଡି ନିକଟରେ ପୂର୍ବରୁ ଯୋଜନାବଦ୍ଧ ଭାବେ ଲୁଚି ରହିଥିବା ଆତଙ୍କବାଦୀମାନେ ଅଚାନକ ଆକ୍ରମଣ କରିଥିଲେ । ଯବାନମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ । କିନ୍ତୁ ଆତଙ୍କୀଙ୍କ ଗୁଳିମାଡ଼ରେ ଗାଡିରେ ଥିବା ଯବାନଙ୍କୁ ମଧ୍ୟରୁ ୫ ଜଣ ଶହୀଦ ହୋଇଯାଇଥିଲେ । ମାସକ ଭିତରେ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣର ଏହା ଦ୍ବିତୀୟ ଘଟଣା ଅଟେ ।

ଏହା ମଧ୍ୟ ପଢନ୍ତୁ: ଘାଟିରେ ସେନା ଟ୍ରକକୁ ଆମ୍ବୁସ କରି ଗୁଳିମାଡ: 4 ଯବାନ ଶହୀଦ, ଏନକାଉଣ୍ଟର ଜାରି

ଏହା ମଧ୍ୟ ପଢନ୍ତୁ: ଦ୍ବିତୀୟ ଦିନରେ ରଜୌରୀ ଏନକାଣ୍ଟର: 5 ଶହୀଦ, 2 ଆତଙ୍କୀ ନିପାତ

ଜମ୍ମୁର ପ୍ରତିରକ୍ଷା ପିଆରଓ ଲେଫ୍ଟନାଣ୍ଟ କର୍ଣ୍ଣଲ ସୁନୀଲ ବାର୍ତୱାଲ କହିଛନ୍ତି ଯେ, ଆତଙ୍କବାଦୀ ଆକ୍ରମଣ ପରେ ପୁଞ୍ଚ ଜିଲ୍ଲା ଅନ୍ତର୍ଗତ ଥାନାମଣ୍ଡି-ସୁରନକୋଟର ଢେରା କି ଗଲି ଅଞ୍ଚଳରେ ମିଳିତ ସର୍ଚ୍ଚ ଅପରେସନ ଜାରି ରହିଛି । ସେହି ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଗୁଇନ୍ଦା ସୂତ୍ରରୁ ସୂଚନା ମିଳିବା ପରେ ଅପରେସନ କରାଯାଉଛି । ଏଥିପାଇଁ ସେଠାକୁ ଅତିରିକ୍ତ ଫୋର୍ସ ପଠାଇଯାଇଛି ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜମ୍ମୁ କାଶ୍ମୀରରେ ଘଟିଥିବା ଏହି ଆତଙ୍କବାଦୀ ଆକ୍ରମଣରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ରାହୁଲ କହିଛନ୍ତି, ''ରଜୌରୀରେ ଆତଙ୍କବାଦୀ ଆକ୍ରମଣରେ ଆମର ଯବାନ ଶହୀଦ ହେବା ଘଟଣା ଖୁବ୍ ଦୁଃଖଦାୟକ । ଶହୀଦଙ୍କ ଶୋକ ସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା । ଦେଶମାତୃକାରେ ସେବା ପାଇଁ ସେହି ବୀର ଯବାନଙ୍କ ବଳିଦାନ ଚିର ସ୍ମରଣୀୟ ହୋଇରହିବ ।''

ଏହା ମଧ୍ୟ ପଢନ୍ତୁ: ମେଘାଳୟରେ ଓଡ଼ିଆ ଯବାନ ଶହୀଦ, ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲା ପାର୍ଥିବ ଶରୀର

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.