ETV Bharat / bharat

ମହିଳା ଇଞ୍ଜିନିୟରଙ୍କୁ ଚୂନ ଲଗାଇଲା ଠକ, ଲୋଭ ଦେଖାଇ ଠକି ନେଲା 19 ଲକ୍ଷ

author img

By

Published : May 24, 2023, 12:10 PM IST

ବିଜୟଓ୍ବାଡାର ଟେକ କମ୍ପାନୀରେ କାର୍ଯ୍ୟରତ ମହିଳା ଇଞ୍ଜିନିୟର ଅଧିକା ଟଙ୍କା ପାଇବା ଲୋଭରେ ଠକେଇର ଶିକାର । ଅଧିକ ପଢନ୍ତୁ

software engineer  lost 19 lakhs
software engineer lost 19 lakhs

ଅମରାବତୀ: ଅଧିକା ଟଙ୍କା ଲୋଭରେ ଠକେଇର ଶିକାର ହେଲେ ମହିଳା ଇଞ୍ଜିନିୟର । ବିଜୟଓ୍ବାଡାରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ସୂଚନା ମୁତାବକ, ଦିନେ ଯୁବତୀଙ୍କ ମୋବାଇଲକୁ ଏକ ମେସେଜ ଆସିଥିଲା । ଯେଉଁ ଥିରେ ଏକ ଫୋନ୍ ନମ୍ବର ଉଲ୍ଲେଖ ଥିଲା ଏବଂ ଲେଖା ହୋଇଥିଲା ଯେ ଆପଣ ପାର୍ଟ ଟାଇମ୍ କାମ କରି ଅଧିକା ଟଙ୍କା ରୋଜଗାର କରିପାରିବେ । ଯଦି ଚାହୁଁଛନ୍ତି ତାହାଲେ ଅଧିକ ବିବରଣୀ ପାଇଁ ଯୋଗାଯୋଗ କରନ୍ତୁ । ଯେତେବେଳେ ସେ ସେହି ନମ୍ବରକୁ ଯୋଗାଯୋଗ କରିଥିଲେ ତାଙ୍କୁ କୁହାଯାଇଥିଲା ଯେ ଯଦି ସେ ୟୁଟ୍ୟୁବରେ ଥିବା ଭିଡିଓ ଗୁଡ଼ିକୁ ଲାଇକ କରନ୍ତି । ତେବେ ଟଙ୍କା ହିସାବ କରି ବ୍ୟାଙ୍କ ଆକାଉଣ୍ଟକୁ ପଠାଇ ଦିଆଯିବ । ଏନେଇ ଯୁବତୀ ଜଣକ ଚାକିରି ସହିତ ଏହା କରି ଅଧିକା ଟଙ୍କା ରୋଜଗାର କରିବାକୁ ଆଶା କରିଥିଲେ ।

ଏହା ମଧ୍ୟ ପଢନ୍ତୁ- ମୁସଲିମ ମହିଳାଙ୍କ ସହ ସପିଂ କରିବାକୁ ଯାଇଥିଲେ ହିନ୍ଦୁ ଯୁବକ, ଜାଣନ୍ତୁ କଣ ହେଲା

ଏନେଇ ସହମତ ହୋଇ ସେ ନିଜର ବ୍ୟାଙ୍କ ଆକାଉଣ୍ଟ ବିବରଣୀ ସେମାନଙ୍କୁ ପ୍ରଦାନ କରିଥିଲେ । ଏହା ପରେ ସେ ତିନୋଟି ଭିଡିଓ ଲାଇକ କରିବା ପରେ ତାଙ୍କ ଆକାଉଣ୍ଟକୁ ପ୍ରଥମେ ୩୦୦ ଓ ତା ପରେ ୬ଟି ଭିଡିଓ ଲାଇକ କରିବା ପରେ ଆକାଉଣ୍ଟକୁ ୬୦୦ ଟଙ୍କା ଆସିଥିଲା । ଯାହାଦ୍ବାରା ସେ ବିଶ୍ବାସ କରି ସଙ୍ଗେ ସଙ୍ଗେ ୧୦୦୦ଟଙ୍କା ପ୍ରଦାନ କରିଥିଲେ ଯାହାର ପ୍ରତିବଦଳରେ ସେ ୧୬୦୦ ଟଙ୍କା ଫେରସ୍ତ ପାଇଥିଲେ । ଏନେଇ ଅଧିକା ଟଙ୍କା ପାଇବା ଆଶାରେ ସେ କିସ୍ତିରେ ୧୯ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲେ ଠକ ଆକାଉଣ୍ଟକୁ ।

ଏହା ମଧ୍ୟ ପଢନ୍ତୁ- ବରଗଡରେ ବୀଭତ୍ସ କାଣ୍ଡ, ଗୋଟିଏ ପରିବାରର 4 ଜଣଙ୍କୁ ହତ୍ୟା

ଏହା ମଧ୍ୟ ପଢନ୍ତୁ-2000 ଟଙ୍କିଆ ନୋଟ ରଖିଛନ୍ତି କି ? ଆଜିଠୁ ବ୍ୟାଙ୍କରେ ବଦଳ ପ୍ରକ୍ରିୟା ଆରମ୍ଭ

କିନ୍ତୁ ୧୯ଲକ୍ଷ ଟଙ୍କା ଫେରେଇବା ପାଇଁ ଆହୁରି ୧୨ ଲକ୍ଷ ୯୫ ହଜାର ଟଙ୍କା ଦେବାକୁ ଚାପ ପକାଇଥିଲେ ସାଇବର ଠକ । ଅନ୍ୟଥା ପ୍ରଦାନ କରାଯାଇଥିବା ଟଙ୍କା ଫେରସ୍ତ ହେବ ନାହିଁ ବୋଲି କହିଥିଲେ ଠକେଇକାରୀ । କିନ୍ତୁ ପୂର୍ବରୁ 19 ଲକ୍ଷ ଟଙ୍କା ଦେଇ ଠକାମିର ଶିକାର ହୋଇସାରିବା ପରେ ସେ ଦେୟ ଦେବାକୁ ସକ୍ଷମ ନ ଥିବାରୁ ସେ ମନା କରିଦେଇଥିଲେ । ଏନେଇ ସେ ଠକାମୀର ଶିକାର ହୋଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.