ETV Bharat / bharat

ଫଟୋ ଭାଇରାଲ କରିଦେବାକୁ ଧମକ: ଜୀବନ ହାରିଲେ ଇଞ୍ଜିନିୟରିଂ ଛାତ୍ରୀ !

author img

By

Published : Feb 27, 2023, 8:51 PM IST

ପୁରଷବନ୍ଧୁଙ୍କ ଦ୍ବାରା ନିର୍ଯାତିତ ହୋଇ ଜୀବନ ହାରିଲେ ଇଞ୍ଜିନିୟରିଂ ଛାତ୍ରୀ !
ପୁରଷବନ୍ଧୁଙ୍କ ଦ୍ବାରା ନିର୍ଯାତିତ ହୋଇ ଜୀବନ ହାରିଲେ ଇଞ୍ଜିନିୟରିଂ ଛାତ୍ରୀ !

ଫଟୋ ଭାଇରାଲ କରିଦେବାକୁ ଧମକ ଦେଲା ସ୍କୁଲ ବେଳର ଜଣେ ପୁଅ ସାଙ୍ଗ । ଫଳରେ ଇଞ୍ଜିନିୟରିଂ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ । ସମ୍ପୃକ୍ତ ଯୁବକ ଅଟକ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ସ୍କୁଲ ବେଳର ଜଣେ ସାଙ୍ଗଙ୍କ ନିର୍ଯାତନା କାରଣରୁ ଜଣେ ଇଞ୍ଜିନିୟରିଂ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ । ତେଲେଙ୍ଗାନାର ଓ୍ବାରଙ୍ଗଲରେ ଥିବା ଏକ ଇଞ୍ଜିନିୟରିଂ କଲେଜରେ ବି-ଟେକ ପଢୁଥିବା ଜଣେ ଛାତ୍ରୀ ନିଜର ଜଣେ ସ୍କୁଲ ବେଳର ବନ୍ଧୁଙ୍କ ନିର୍ଯାତନାର ଶିକାର ହୋଇ ଆତ୍ମହତ୍ୟା କରିଥିବା ପରିବାର ସଦସ୍ୟ ଅଭିଯୋଗ କରିଛି । ତେବେ ଅଭିଯୋଗ ଆଧାରରେ ପୋଲିସ ସମ୍ପୃକ୍ତ ଯୁବକକୁ ଅଟକ ରଖି ଜେରା ଜାରି ରଖିଛି । ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତଦନ୍ତ ଆଗେଇବା ନେଇ ପୋଲିସ କହିଛି ।

ସ୍ଥାନୀୟ ପୋଲିସର ସୂଚନା ଅନୁସାରେ, ସ୍ଥାନୀୟ ଓ୍ବାରଙ୍ଗଲର ଭୁପାଲପାଲ୍ଲୀ ବାସିନ୍ଦା ପାବଜୁ ଶଙ୍କରଙ୍କ ଝିଅ ରକ୍ସିତା ସ୍ଥାନୀୟ ଏକ ଇଞ୍ଜିନିୟରିଂ କଲେଜରେ ବି-ଟେକ ତୃତୀୟ ବର୍ଷରେ ଅଧ୍ୟୟନ କରୁଥିଲେ ।ରକ୍ସିତାଙ୍କର ରାହୁଲ ନାମକ ଜଣେ ଯୁବକ ସ୍କୁଲ ବେଳର ସହପାଠୀ ଥିଲେ । ବିଭିନ୍ନ କାର୍ଯ୍ୟକ୍ରମରେ ଉଭୟଙ୍କୁ ଏକାସାଙ୍ଗରେ ଦେଖିବାକୁ ମିଳିଥିଲା । ଉଭୟଙ୍କର କିଛି ପୁରୁଣା ଫଟୋ ମଧ୍ୟ ରହିଥିଲା । ଯାହାକୁ ସମ୍ପୃକ୍ତ ଯୁବକ ରାହୁଲ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଦେବା ପାଇଁ ବାରମ୍ବାର ରକ୍ସିତାଙ୍କୁ ଧମକ ଦେଉଥିଲା । ବାରମ୍ବାର ନିର୍ଯାତନା କାରଣରୁ ଯୁବତୀଜଣଙ୍କ ମାନସିକ ଅବସାଦକୁ ଚାଲିଯାଇଥିବା ପରିବାର ସଦସ୍ୟ ଅଭିଯୋଗ କରିଥିଲେ ।

ତେବେ ଏନେଇ ଯୁବତୀଜଣଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଅବଗତ କରିଥିଲେ । ପରିବାର ସଦସ୍ୟ ସମ୍ପୃକ୍ତ ଯୁବକଙ୍କ ବିରୋଧରେ ଥାନାରେ ଏତଲା ମଧ୍ୟ କିରଥିଲେ । ସ୍ଥାନୀୟ ଭୁପାଲାପଲ୍ଲୀ ପୋଲିସ ଉଭୟ ପକ୍ଷଙ୍କୁ ଡାକି କାଉସିଲିଂ ମଧ୍ୟ କରି ଚେତାବନୀ ସହ ଯୁବକଙ୍କୁ ଛାଡି ମଧ୍ୟ ଦେଇଥିଲା । ହେଲେ କିଛି ଦିନର ନୀରବତା ପରେ ସମ୍ପୃକ୍ତ ଯୁବକଜଣଙ୍କ ପୁଣି ରକ୍ସିତାଙ୍କୁ ନିର୍ଯାତନା ଓ ଧମକ ଦେବା ଆରମ୍ଭ କରିଥିଲା ।

ମହାଶିବରାତ୍ରୀ ଦିନ ଯୁବତୀଜଣଙ୍କ କଲେଜରେ କାମ ଥିବା କହି କେଉଁଆଡେ ଚାଲିଯାଇଥିଲେ । ଘରକୁ ନଫେରିବା ପରେ ପରିବାର ସଦସ୍ୟ ପୋଲିସରେ ଅଭିଯୋଗ କରିଥିଲେ । ପରେ ଛାତ୍ରୀଜଣଙ୍କୁ ଘରକୁ ଫେରିଥିଲେ । ହେଲେ ତାଙ୍କର ମାନସିକ ସ୍ଥିତି ଭଲ ନଥିଲା । ଗତକାଲି (ରବିବାର) ସେ ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇ ସେଠାରେ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଥିଲା । ସମ୍ପୃକ୍ତ ଯୁବକର ବ୍ଲାକମେଲିଂ ଫଳରେ ରକ୍ସିତା ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି । ପୋଲିସ ତଦନ୍ତ ଆରମ୍ଭ କରିବା ସହ ସମ୍ପୃକ୍ତ ଯୁବକକୁ ଅଟକ ରଖି ଜେରା କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.