ETV Bharat / bharat

ପରକୀୟା ପ୍ରୀତି: ପଥର ଛେଚି ଛେଚି ଯୁବକଙ୍କୁ ମାରିଦେଲେ, CCTVରେ କଏଦ ହେଲା ଦୃଶ୍ୟ

author img

By

Published : Dec 6, 2022, 9:31 PM IST

ପଥରରେ ଛେଚି ଯୁବକଙ୍କୁ ସଂଘବଦ୍ଧ ହତ୍ୟା: CCTVରେ କଏଦ ହେଲା ହତ୍ୟା ବେଳର ଦୃଶ୍ୟ
ପଥରରେ ଛେଚି ଯୁବକଙ୍କୁ ସଂଘବଦ୍ଧ ହତ୍ୟା: CCTVରେ କଏଦ ହେଲା ହତ୍ୟା ବେଳର ଦୃଶ୍ୟ

ପରକୀୟା ପ୍ରୀତିରୁ ଯୁବକଙ୍କୁ ପଥରରେ ଛେଚି ସଂଘବଦ୍ଧ ହତ୍ୟା (young man killed by pounding by stone )। CCTV ରେ କଏଦ ହେଲା ହତ୍ୟା ବେଳର ଦୃଶ୍ୟ । ହତ୍ୟାକାରୀଙ୍କ ମଧ୍ୟରେ 3 ମହିଳା, ଜଣେ ଗିରଫ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ବେଙ୍ଗାଲୁରୁରେ ପରକିୟା ପ୍ରୀତିରୁ ଯୁବକଙ୍କୁ ସଙ୍ଘବଦ୍ଧ ଭାବେ ପଥରରେ ଛେଚି ହତ୍ୟା । ମୋଟ 6ଜଣ ଏହି ହତ୍ୟାକାଣ୍ଡ ଘଟାଇଥିବା ବେଳେ ସେମାନଙ୍କ ମଧ୍ୟରେ 3ଜଣ ମହିଳା ମଧ୍ୟ ରହିଛନ୍ତି । ବେଙ୍ଗାଲୁରୁର କେପି ଅଗ୍ରହାରା ଅଞ୍ଚଳରେ ଏହି ନିର୍ମମ ହତ୍ୟାକାଣ୍ଡ ଘଟିଛି । ସମ୍ପୃର୍ଣ୍ଣ ହତ୍ୟାକାଣ୍ଡର ଭିଡିଓ ନିକଟରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି (young man killed by pounding by stone )।

ପଥରରେ ଛେଚି ଯୁବକଙ୍କୁ ସଂଘବଦ୍ଧ ହତ୍ୟା: CCTVରେ କଏଦ ହେଲା ହତ୍ୟା ବେଳର ଦୃଶ୍ୟ

ସ୍ଥାନୀୟ ପୋଲିସ ସୂଚନା ଅନୁସାରେ, ହତ୍ୟାର ଶିକାର ହୋଇଥିବା ଯୁବକର ନାମ ବଲପ୍ପା ଓ ସେ କର୍ଣ୍ଣାଟକର ବାଦମି ଅଞ୍ଚଳର ବାସିନ୍ଦା ବୋଲି ପ୍ରାଥମିକ ଭାବେ ଜଣାପଡିଛି । ସେହିପରି ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଅନ୍ୟମାନେ ଫେରାର ହୋଇଯାଇଛନ୍ତି । ସେମାନଙ୍କୁ ଧରିବା ପାଇଁ ପ୍ରୟାସ କରାଯାଉଛି ।

ତେବେ ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିବା ପରେ ଏହା ଏକ ପରକୀୟା ପ୍ରୀତି ସମ୍ପର୍କିତ ବିବାଦରୁ ହତ୍ୟାକାଣ୍ଡ ବୋଲି ଜଣାପଡିଛି । ହତ୍ୟାର ଶିକାର ହୋଇଥିବା ଯୁବକର ସ୍ଥାନୀୟ ଜଣେ ମହିଳାଙ୍କ ସହ ପ୍ରେମ ସମ୍ପର୍କ ଥିଲା । ଯାହାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି । ଗିରଫ ଅଭିଯୁକ୍ତ ହତ୍ୟାକାଣ୍ଡ ଘଟିଥବା ଅଞ୍ଚଳରେ ଏକ ସ୍ଥାନରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଛି । ସେହିପରି ଅନ୍ୟ 5 ଅଭିଯୁକ୍ତ ଫେରାର ଥିବା ବେଳେ ସେମାନଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି ।

ହତ୍ୟାକାଣ୍ଡଟି ଶନିବାର ବିଳମ୍ବିତ ରାତିରେ ଘଟିଛି । ସିସିଟିଭିରେ ଦେଖାଯାଉଥିବା ଭିଡିଓ ଅନୁସାରେ, କୌଣସି କାରଣରୁ ସମ୍ପୃକ୍ତ ଯୁବକଙ୍କ ସହ ଏହି ଗୋଷ୍ଠୀ ମଧ୍ୟରେ ଯୁକ୍ତିତର୍କ ହେଉଛି । ପରେ ହଠାତ ଏମାନେ ସଂଘବଦ୍ଧ ଭାବେ ସମ୍ପୃକ୍ତ ଯୁବକଙ୍କୁ ଆକ୍ରମଣ କରିବା ଆରମ୍ଭ କରୁଛନ୍ତି । ରାସ୍ତା କଡରେ ପଡିଥିବା ପଥରରେ ଏକାଧିକ ଥର ଯୁବକଙ୍କୁ ଆକ୍ରମଣ କରୁଛନ୍ତି ସମସ୍ତ ଅଭିଯୁକ୍ତ । ପରେ ମୃତଦେହକୁ ଛାଡି ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.