ETV Bharat / bharat

12 ମୋବାଇଲ ଫୋନ ବଦଳାଇଛନ୍ତି ସିସୋଦିଆ ! ଚାର୍ଜସିଟରେ ଦର୍ଶାଇଛି ED

author img

By

Published : Nov 26, 2022, 8:34 PM IST

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦାଖଲ କରିଥିବା ଚାର୍ଜସିଟରେ ଚାଞ୍ଚଲ୍ୟକର ତଥ୍ୟ । ଡିଜିଟାଲ ପ୍ରମାଣ ନଷ୍ଟ କରିବା ପାଇଁ ସିସୋଦିଆ ବଦଳାଇଛନ୍ତି 12 ସେଲଫୋନ । ଅଧିକ ପଢନ୍ତୁ

12 ମୋବାଇଲ ଫୋନ ବଦଳାଇଛନ୍ତି ସିସୋଦିଆ: ଚାର୍ଜସିଟରେ ଦର୍ଶାଇଛି ED
12 ମୋବାଇଲ ଫୋନ ବଦଳାଇଛନ୍ତି ସିସୋଦିଆ: ଚାର୍ଜସିଟରେ ଦର୍ଶାଇଛି ED

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ତଦନ୍ତ ପରିସରରେ ରହିଛନ୍ତି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ତେବେ ଏହି ଦୁର୍ନୀତିରେ ଡିଜିଟାଲ ପ୍ରମାଣ ନଷ୍ଟ କରିବା ପାଇଁ ଅଭିଯୁକ୍ତମାନେ ପ୍ରାୟ 140 ସେଲ ଫୋନ ବଦଳାଇଛନ୍ତି । ମାମଲାର ଅନ୍ୟତମ ଅଭିଯୁକ୍ତ ସିସୋଦିଆ ମଧ୍ୟ 12ଟି ସେଲଫୋନ ବଦଳାଇଛନ୍ତି । ନିକଟରେ ଦାଖଲ କିରଥିବା ଚାର୍ଜସିଟରେ ସିସୋଦିଆଙ୍କ ବିରୋଧରେ ଏପରି ତଥ୍ୟ ଉଲ୍ଲେଖ କରିଛି ମାମଲାର ତଦନ୍ତ କୁରଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ 3ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି ।

ଉଭୟ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଓ ଇଡି ଏହି ବହୁଚର୍ଚ୍ଚିତ ଦୁର୍ନୀତି ମାମଲାର ତଦନ୍ତ କରୁଛନ୍ତି । ଏହାରି ମଧ୍ୟରେ ଏକାଧିକ ଥର ସମନ ପାଇ ଜେରାର ସମ୍ମୁଖୀନ ମଧ୍ୟ ହୋଇ ସାରିଛନ୍ତି ମନିଷ ସିସୋଦିଆ । ସିବିଆଇ ସିସୋଦିଆଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଚଢାଉ ମଧ୍ୟ କରିଥିଲା । ହେଲେ ସେଥିରେ କୌଣସି ଦଲିଲ କିମ୍ବା ଅନ୍ୟ କୌଣସି ସନ୍ଦେହଜନକ କାଗଜପତ୍ର ସିବିଆଇ ହାତରେ ଲାଗିନଥିଲା ।

ଶୁକ୍ରବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ଏହି ମାମଲାରେ ପ୍ରଥମ ଚାର୍ଜସିଟ ଦାଖଲ କରିଥିଲା । ଏହି ଚାର୍ଜସିଟରେ 7ଅଭିଯୁକ୍ତଙ୍କ ନାମ ଉଲ୍ଲେଖ କରିଛି ତଦନ୍ତକାରୀ ସଂସ୍ଥା । ଅଭିଯୁକ୍ତଙ୍କ ମଧ୍ୟରେ ବିଜୟ ନାୟର, ଅଭିଷେକ ବୋଇନପାଲି, ସମିର ମେହେନ୍ଦ୍ରୁ, ଅରୁଣ ରାମଚନ୍ଦ୍ର ପିଲାଇ, ମୋଥା ଗୌତମ ଏବଂ ଦୁଇ ସରକାରୀ ଅଧିକାରୀଙ୍କ ନାମ ମଧ୍ୟ ସାମିଲ ଥିଲା । ଏହି ବହୁଚର୍ଚ୍ଚିତ ମାମଲାରେ ଦୁଇ କେନ୍ଦ୍ରୀୟ ସଂସ୍ଥା ତଦନ୍ତ ଜାରି ରଖିଥିବା ବେଳେ ଆମ ଆଦମୀ ପାର୍ଟି ଏହାକୁ ରାଜନୈତିକ ଆକ୍ରୋଷମୂଳ କାର୍ଯ୍ୟାନୁଷ୍ଠାନ ବୋଲି କହି ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.