ETV Bharat / bharat

Shocking Incident: ଋତୁସ୍ରାବ କାରଣରୁ ଛାତ୍ରୀଙ୍କୁ ବୃକ୍ଷରୋପଣରୁ ବାରଣ

author img

By

Published : Jul 26, 2022, 7:29 AM IST

Shocking Incident: ଋତୁସ୍ରାବ ବେଳେ ଛାତ୍ରୀଙ୍କୁ ବୃକ୍ଷରୋପଣରୁ ବଞ୍ଚିତ
Shocking Incident: ଋତୁସ୍ରାବ ବେଳେ ଛାତ୍ରୀଙ୍କୁ ବୃକ୍ଷରୋପଣରୁ ବଞ୍ଚିତ

ଅନ୍ଧବିଶ୍ବାସରେ ଅନ୍ଧଗଳିରେ ଶିକ୍ଷକ । ମହାରାଷ୍ଟ୍ର ନାଶିକରେ ଋତୁସ୍ରାବ ହୋଇଥିବା ଛାତ୍ରୀଙ୍କୁ ବୃକ୍ଷରୋପଣରୁ କଲେ ବାରଣ । ଅଧିକ ପଢନ୍ତୁ

ମୁମ୍ବାଇ: ଦେଶ ଏବେ ଆଧୁନିକ ଯୁଗରେ ପ୍ରବେଶ କଲାଣି । ହେଲେ ଲୋକଙ୍କ ହୀନ ମାନସିକତାର କୌଣସି ବିକାଶ ଘଟିନାହିଁ । ସେହି ପୁରାତନ ଭାବନା ବା ଅନ୍ଧବିଶ୍ବାସକୁ ଆଜି ବି ଲୋକେ ଗ୍ରହଣ କରୁଛନ୍ତି । ଯାହାର ଜ୍ବଳନ୍ତ ପ୍ରମାଣ ମହାରାଷ୍ଟ୍ର ତ୍ରିମ୍ବକେଶ୍ବର ଦେବଗାଁଓରେ ଥିବା ଛାତ୍ରୀ ବିଦ୍ୟାଳୟରେ ଦେଖିବକୁ ମିଳିଛି । ଜଣେ ଛାତ୍ରୀଙ୍କୁ ଋତୁସ୍ରାବ ବେଳେ ବୃକ୍ଷରୋପଣ ପାଇଁ ବାରଣ କରାଯାଇଛି । ଏ ସମ୍ପର୍କରେ ଛାତ୍ରୀ ଜଣକ ଗଣମାଧ୍ୟମ ଜରିଆରେ ଅଭିଯୋଗ କରିଛନ୍ତି ।

ବୃକ୍ଷରୋପଣରୁ ବଞ୍ଚିତ ଛାତ୍ରୀ
ବୃକ୍ଷରୋପଣରୁ ବଞ୍ଚିତ ଛାତ୍ରୀ

ଏହି ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯେଉଁ ଛାତ୍ରୀଙ୍କ ଋତୁସ୍ରାବ ହୋଇଛି ସେମାନେ ବୃକ୍ଷରୋପଣରେ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି ଶିକ୍ଷକ ଆର.ଟି ଦେବାରେ କହିଥିଲେ । ଶିକ୍ଷକଙ୍କଠୁ ଏହି ମନ୍ତବ୍ୟ ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । ଏହାପରେ ଉକ୍ତ ବିଦ୍ୟାଳୟରେ ଥିବା ଛାତ୍ରୀ ଲାବଣ୍ୟାଙ୍କୁ ଗଛ ଲଗାଇବା ପାଇଁ ବାରଣ କରିଥିଲେ ।

କଣ କହୁଛନ୍ତି ଛାତ୍ରୀ ?

ଏ ନେଇ ଛାତ୍ରୀ ଲାବଣ୍ୟା କହିଛନ୍ତି ଯେ ଗତବର୍ଷ ସ୍କୁଲରେ ବୃକ୍ଷରୋପଣ ହୋଇଥିଲା । ମାତ୍ର ଗଛ ଗୁଡ଼ିକ ବଞ୍ଚି ନଥିଲା । ତେବେ ଚଳିତବର୍ଷ ଯେଉଁ ଛାତ୍ରୀଙ୍କ ଋତୁସ୍ରାବ ହୋଇଛି ସେମାନଙ୍କୁ ଗଛ ଲଗାଇବାକୁ ବାରଣ କରାଯାଇଥିଲା । ଯଦି କେହି ଛାତ୍ରୀ ଶିକ୍ଷକଙ୍କ କଥାକୁ ନ ମାନନ୍ତି ତେବେ ଉକ୍ତ ଛାତ୍ରୀଙ୍କୁ ଦ୍ବାଦଶ ପରୀକ୍ଷାରେ କମ ମାର୍କ ଦେବେ ବୋଲି ସେ ଧମକାଇଥିଲେ ବୋଲି ଛାତ୍ରୀ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.