ETV Bharat / bharat

ସିନ୍ଧେ ନେତୃତ୍ବାଧୀନ ବିଦ୍ରୋହୀଙ୍କ ନୂଆ ଦଳ ‘ଶିବସେନା ବାଲାସାହେବ’

author img

By

Published : Jun 25, 2022, 3:45 PM IST

ସିନ୍ଧେ ନେତୃତ୍ବାଧୀନ ବିଦ୍ରୋହୀଙ୍କ ନୂଆଦଳ ‘ଶିବସେନା ବାଲାସାହେବ’
ସିନ୍ଧେ ନେତୃତ୍ବାଧୀନ ବିଦ୍ରୋହୀଙ୍କ ନୂଆଦଳ ‘ଶିବସେନା ବାଲାସାହେବ’

ଏକନାଥ ସିନ୍ଧେ ବିଦ୍ରୋହୀଙ୍କ ନୂଆ ଦଳ ‘ଶିବସେନା ବାଲାସାହେବ’। ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଡାକିଛନ୍ତି ଶିବସେନା କାର୍ଯ୍ୟକାରିଣୀ ବୈଠକ । ବିଦ୍ରୋହୀଙ୍କ ଉପରେ ହୋଇପାରେ କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଲାଗି ରହିଥିବା ମହାସଙ୍କଟ ଟଳିବାର ନାଁ ନେଉନାହିଁ । ଶିବସେନା ନେତୃତ୍ବାଧୀନ ମହାବିକାଶ ଅଘାଡି ମେଣ୍ଟ (MVA) ସରକାରର ଭାଗ୍ୟ ସୁତାଖିଅରେ ଝୁଲୁଥିବାବେଳେ ଆଜି ନୂଆ ଦଳ ଗଠନ କରିବାକୁ ଘୋଷଣା କରିଛନ୍ତି ଏକନାଥ ସିନ୍ଧେଙ୍କ ନେତୃତ୍ବାଧୀନ ବିରୋଧୀ ବିଧାୟକଙ୍କ ଗୋଷ୍ଠୀ । ଏହି ଦଳର ନାମ ରଖାଯିବ ‘ଶିବସେନା ବାଲାସାହେବ ’। ଆଜି ଏନେଇ ସିନ୍ଧେଙ୍କ ଗୋଷ୍ଠୀ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ବରେ ଦଳର କାର୍ଯ୍ୟକାରିଣୀ ବୈଠକ ଜାରି ରହିଥିବାବେଳେ ବିଦ୍ରୋହୀ ଗୋଷ୍ଠୀ ଏହି ନିଷ୍ପତ୍ତିରେ ପହଞ୍ଚିଛନ୍ତି । ସିନ୍ଧେଙ୍କ ଶିବିରରେ ବର୍ତ୍ତମାନ ପ୍ରାୟ 40 ବିଧାୟକ ଥିବାବେଳେ ନୂଆ ଦଳ ଗଠନ କରିବା ପ୍ରକ୍ରିୟାରେ କୌଣସି ବାଧା ମଧ୍ୟ ନାହିଁ । ଦୁଇ ତୃତୀୟାଶଂ ବିଧାୟକ ସଂଖ୍ୟା ଥିବାରୁ ଦଳ ବଦଳ ନିୟମ ମଧ୍ୟ ଲାଗୁ ହେବ ନାହିଁ । ବିଦ୍ରୋହୀ ବିଧାୟକମାନେ ଏବେ ସୁଦ୍ଧା ମଧ୍ୟ ମୁମ୍ବାଇ ପ୍ରତ୍ୟାବର୍ତ୍ତନ କରିନାହାନ୍ତି । ବିଦ୍ରୋହୀ ବିଧାୟକଙ୍କ ସଂଖ୍ୟାକୁ ବାଦ ଦେଲେ ଶିବସେନା ନେତୃତ୍ୱାଧୀନ ମହା ବିକାଶ ଆଗାଡି (MVA) ସରକାରର ସ୍ଥାୟୀତ୍ବ ନେଇ ଅନିଶ୍ଚିତତା ଲାଗି ରହିଛି ।

ଅନ୍ୟପଟେ ମୁମ୍ବାଇର କିଛି ସ୍ଥାନରେ ହାଇଆଲର୍ଟ ଜାରି କରାଯାଇଛି । କିଛି ରାଜନୈତିକ କାର୍ଯ୍ୟାଳୟରେ ଉତ୍ତେଜନା ଆଶଙ୍କା ଥିବାରୁ ସେଠାରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ତେବେ ଗୌହାଟୀରେ ସିନ୍ଧେଙ୍କ ସହ ଥିବା ବିଧାୟକଙ୍କ ସୁରକ୍ଷା ହଟାଇ ଦିଆଯାଇଥିବା ସିନ୍ଧେଙ୍କ ଗୋଷ୍ଠୀ ପକ୍ଷରୁ ଅଭିଯୋଗ ମଧ୍ୟ ହୋଇଛି । ସିନ୍ଧେଙ୍କ ଏହି ଅଭିଯୋଗକୁ ମହାରାଷ୍ଟ୍ର ଗୃହମନ୍ତ୍ରୀ ଦିଲ୍ଲୀପ ଓ୍ବାଲସେ ପାଟିଲଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ଖଣ୍ଡନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.