ETV Bharat / bharat

Shiv Sena Party Row: ଶିବସେନା କାର୍ଯ୍ୟାଳୟ ଦଖଲକୁ ନେଲା ସିନ୍ଦେ ଗୋଷ୍ଠୀ

author img

By

Published : Feb 20, 2023, 5:52 PM IST

ଶିବସେନା କାର୍ଯ୍ୟାଳୟରେ ସିନ୍ଦେ ଗୋଷ୍ଠୀ
ଶିବସେନା କାର୍ଯ୍ୟାଳୟରେ ସିନ୍ଦେ ଗୋଷ୍ଠୀ

ନିର୍ବାଚନ ଆୟୋଗଙ୍କ ଠାରୁ ଚିହ୍ନ ଓ ନାମ ପାଇବା ପରେ ବିଧାନ ଭବନରେ ଶିବସେନା କାର୍ଯ୍ୟାଳୟକୁ ଦଖଲକୁ ନେଲା ସିନ୍ଦେ ଗୋଷ୍ଠୀ । ବଜେଟ ଅଧିବଶନ ପୂର୍ବରୁ ପାର୍ଟି କାର୍ଯ୍ୟାଳୟରେ ସିନ୍ଦେ ଗୋଷ୍ଠୀ । ଅଧିକ ପଢନ୍ତୁ

ମୁମ୍ବାଇ: ମହାରାଷ୍ଟ୍ରରେ ଜାରି ରିହଥିବା ବିବାଦ ମଧ୍ୟରେ ଆଜି ବିଧାନ ଭବନରେ ଥିବା ଶିବସେନା ଦଳୀୟ କାର୍ଯ୍ୟାଳୟକୁ ନିଜ ଦଖଲକୁ ନେଇଛି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀ । ବଜେଟ ଅଧିବେଶନ ପୂର୍ବରୁ ଆଜି ସିନ୍ଦେ ଗୋଷ୍ଠୀର ବିଧାୟକଙ୍କର ଏକ ବୈଠକ ହୋଇଥିଲା । ଏହି ଅବସରରେ ଦଳୀୟ ବିଧାୟକମାନେ ବିଧାନ ଭବନରେ ଥିବା ଶିବସେନା ମୁଖ୍ୟ କାର୍ଯ୍ୟାଳୟରେ ପ୍ରବେଶ କରିଛନ୍ତି । ସିନ୍ଦେ ଗୋଷ୍ଠୀର ବିଧାୟକ ମଙ୍ଗେସ କୁଦାଲକର, ସଦା ସର୍ଭଣାକର, ଚମ୍ପନ ରାଓ ପାଟିଲ ପ୍ରମୁଖ କାର୍ଯ୍ୟାଳୟକୁ ଦଖଲକୁ ନେଇଛନ୍ତି ।

ଦୁଇ ଦିନ ପୂର୍ବେ (ଶୁକ୍ରବାର) ନିର୍ବାଚନ ଆୟୋଗ ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ଶିବସେନା ଦଳ ଭାବେ ସ୍ବୀକୃତି ଦେବା ସହ ଦଳର ନିର୍ବାଚନୀ ପ୍ରତୀକ ‘ଧନୁ ତୀର’ ମଧ୍ୟ ପ୍ରଦାନ କରିଥିଲେ । ସେବେଠାରୁ ସାରା ରାଜ୍ୟରେ ପାର୍ଟିର ମୁଖ୍ୟ ଓ ବିଭିନ୍ନ ଶାଖା କାର୍ଯ୍ୟାଳୟ ବିଲ୍ଡିଂକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ନୂଆ ବିବାଦ ସୃଷ୍ଟି ହୋଇଛି । ଉଭୟ ଗୋଷ୍ଠୀ କାର୍ଯ୍ୟାଳୟକୁ ନିଜର ବୋଲି ଦାବି କରୁଛନ୍ତି । ଏହାରି ମଧ୍ୟରେ ନିର୍ବାଚନ ଆୟୋଗଙ୍କ ଠାରୁ ଅନୁମତି ପାଇଥିବା ସିନ୍ଦେ ଗୋଷ୍ଠୀ ଦଳର ମୁଖ୍ୟ କାର୍ଯ୍ୟାଳୟକୁ ଦଖଲକୁ ନେଇଛି । ବଜେଟ୍ ଅଧିବେଶନ ପୂର୍ବରୁ ଶିବସେନାର ‘ଧନୁ ଏବଂ ତୀର’ ନିର୍ବାଚନୀ ପ୍ରତୀକରେ ଲଢି ନିର୍ବାଚିତ ସମସ୍ତ ବିଧାୟକଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଅନ୍ୟପଟେ ଚଳିତ ବର୍ଷ ଅକ୍ଟୋବରରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ।

ଏହି ସମୟରେ ନିର୍ବାଚନ କମିଶନଙ୍କ ଏପରି ନିଷ୍ପତ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କ ଗୋଷ୍ଠୀ ପାଇଁ କଠିନ ସ୍ଥିତି ସୃଷ୍ଟି କରିପାରେ । ଏପରି ନିଷ୍ପତ୍ତି ପରେ ନିର୍ବାଚନ ଆୟୋଗଙ୍କ ଉପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ସଞ୍ଜୟ ରାଉତ କ୍ରମାଗତ ଭାବେ ବରିଷିବାରେ ଲାଗିଛନ୍ତି । ଉଦ୍ଧବ ନିର୍ବାଚନ ଆୟୋଗଙ୍କୁ ପ୍ରଧାନମନ୍ତ୍ରୀଙ୍କ ଗୁଲାମ କହିବା ସହ ଚିହ୍ନ ପ୍ରଦାନ କରିବାରେ 2 ହଜାର କୋଟି ଡିଲ ହୋଇଥିବା ଅଭିଯୋଗ କରିଛନ୍ତି ସଞ୍ଜୟ ରାଉତ ।

ଗତବର୍ଷ (୨୦୨୨) ଜୁନ୍ ମାସରେ ହାଇଭୋଲଟେଜ ଡ୍ରାମା ଦେଖିଥିଲା ମହାରାଷ୍ଟ୍ର ରାଜନୀତି । ଏକଦା ପାର୍ଟି ପ୍ରତିଷ୍ଠାତା ବାଲା ସାହେବ ଠାକରେଙ୍କ ଏକାନ୍ତ ଘନିଷ୍ଠ ଥିବା ତଥା ପରେ ଉଦ୍ଧବଙ୍କ ସହଯୋଗୀ ଥିବା ଏକନାଥ ସିନ୍ଦେ ଦଳ ବିରୋଧରେ ବିଦ୍ରୋହ କରିଥିଲେ । ନିଜର କିଛି ଅନୁଗତ ବିଧାୟକଙ୍କୁ ଧରି ମୁମ୍ବାଇ ଛାଡ ଗୌହାଟୀ ପଳାଇଥିଲେ ସିନ୍ଦେ । ରାଜନୈତିକ ସଙ୍କଟରେ ଆବଶ୍ୟକ ସଂଖ୍ୟା ନଥିବା ଯୋଗୁ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଭାରତୀୟ ଜନତା ପାର୍ଟି ସହଯୋଗରେ ମହାରାଷ୍ଟ୍ରରେ ସିନ୍ଦେ ଶାସନ ଆରମ୍ଭ ହୋଇଥିଲା । ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଉପମୁଖ୍ୟମନ୍ତ୍ରୀ ରହିଥିଲେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.