ETV Bharat / bharat

Congress President Poll: ଆଜି ନାମାଙ୍କନ ଭରିବେ ଥରୁର-ଦିଗବିଜୟ

author img

By

Published : Sep 30, 2022, 8:42 AM IST

Congress President Poll: ଆଜି ନାମାଙ୍କନ ଭରିବେ ଥରୁର-ଦିଗବିଜୟ
Congress President Poll: ଆଜି ନାମାଙ୍କନ ଭରିବେ ଥରୁର-ଦିଗବିଜୟ

କଂଗ୍ରେସ ସଭାପତି ପଦ ପାଇଁ ଆଜି ନାମାଙ୍କନ ଭରିବେ ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର ଓ ଦିଗବିଜୟ ସିଂହ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ପଦ ପାଇଁ ଆଜି ନାମାଙ୍କନ ଭରିବେ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ଏବଂ ଦିଗବିଜୟ ସିଂହ । ଗୁରୁବାର ଦିଗବିଜୟ (Digvijay Singh) କଂଗ୍ରେସର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କଠାରୁ ପ୍ରାର୍ଥୀପତ୍ର ନେଇଛନ୍ତି । ଆଜି(ଶୁକ୍ରବାର) ଦିନ ୧୧ଟାରୁ ୩ଟା ମଧ୍ୟରେ ସେ ନାମାଙ୍କନ ପତ୍ର ଦାଖଲ କରିବେ । ତାଙ୍କ ପାଇଁ ମଧ୍ୟପ୍ରଦେଶର ୧୨ ଜଣ ବିଧାୟକ ପ୍ରସ୍ତାବକ ରହିବେ ବୋଲି ଜଣାପଡିଛି । ଅନ୍ୟପଟେ ସାଂସଦ ଶଶି ଥରୁର(Shashi Tharoor) ମଧ୍ୟ ଆଜି ପୂର୍ବାହ୍ନ ୧୨ଟା ୧୫ ମିନିଟ୍ ସମୟରେ ୨୪ ଆକରବ ରୋଡ ସ୍ଥିତ କଂଗ୍ରେସ ହେଡକ୍ବାର୍ଟର ଯିବାକୁ ଥିବା ସୂଚନା ମିଳିଛି ।

  • Received a visit from ⁦@digvijaya_28⁩ this afternoon. I welcome his candidacy for the Presidency of our Party. We both agreed that ours is not a battle between rivals but a friendly contest among colleagues. All we both want is that whoever prevails, @incIndia will win!✋🇮🇳 pic.twitter.com/Df6QdzZoRH

    — Shashi Tharoor (@ShashiTharoor) September 29, 2022 " class="align-text-top noRightClick twitterSection" data=" ">

ଥରୁର ନାମାଙ୍କନ ଭରିବା ପରେ ପୂର୍ବାହ୍ନ ୧ଟାରେ ୯୭ ଲୋଧି ରୋଡସ୍ଥିତ ନିଜ ବାସଭବନରେ ସାମ୍ବାଦିକ ସମ୍ମିଳନୀ କରିବେ । ଅନ୍ୟପଟେ ରାଜସ୍ଥାନ କଂଗ୍ରେସରେ ବିଦ୍ରୋହ ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସଭାପତି ନିର୍ବାଚନ ଲଢିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ଏନେଇ ସେ ଘୋଷଣା କରିଛନ୍ତି । ଗେହଲଟ ସଭାପତି ରେସ୍‌ରୁ ବାଦ୍ ପଡିବା ପରେ ଏବେ ଶଶି ଥରୁର ଏବଂ ଦିଗବିଜୟ ସିଂହ ହିଁ ପ୍ରତିଦ୍ବନ୍ଦିତା କରିବାକୁ ଥିବା ଜଣାପଡିଛି । ତେବେ ଆଜି ନାମାଙ୍କନ ଭରିବାର ଶେଷ ତାରିଖ ଥିବାବେଳେ ଏହି ଦୁଇ ବରିଷ୍ଠ ନେତାଙ୍କ ବ୍ୟତୀତ ଅନ୍ୟ କେହି ସଭାପତି ନିର୍ବାଚନ ଲଢିବେ ନା ନାହିଁ ତାହା ଆଜି ଜଣାପଡିବ ।

ଏହାମଧ୍ୟ ପଢନ୍ତୁ: Congress President Election: କଂଗ୍ରେସ ଅଧ୍ୟକ୍ଷ ରେସରୁ ଓହରିଲେ ଗେହଲଟ

ତେବେ ସଭାପତି ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବା ନେଇ ଦିଗବିଜୟ ଘୋଷଣା କରିବା ପରେ ସେ ସାଂସଦ ଶଶି ଥରୁରଙ୍କୁ ଭେଟିଥିଲେ । ଥରୁର ଦିଗବିଜୟଙ୍କ ପ୍ରାର୍ଥୀତ୍ବକୁ ସ୍ବାଗତ କରି କହିଛନ୍ତି, ଦୁଇ ସହକର୍ମୀଙ୍କ ମଧ୍ୟରେ ଏହି ଲଢେଇ ପାଇଁ ଆମ ସହମତ । ଏହା ଦୁଇ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ଲଢେଇ ନୁହେଁ, ବରଂ ଦୁଇ ସହକର୍ମୀଙ୍କ ମଧ୍ୟରେ ଲଢେଇ । କଂଗ୍ରେସର ବିଜୟ ଆମ ଦୁହିଁଙ୍କ ଲକ୍ଷ୍ୟ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅକ୍ଟୋବର ୩୦ ଅର୍ଥାତ୍ ଆଜି ନାମାଙ୍କନ ଦାଖଲର ଶେଷ ତାରିଖ । ଅକ୍ଟୋବର ୮ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇପାରିବ । ଯଦି ଏକାଧିକ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରନ୍ତି, ତେବେ ଅକ୍ଟୋବର ୧୭ରେ ସଭାପତି ପଦ ପାଇଁ ମତଦାନ ହେବ । ଏହା ପରେ ଅକ୍ଟୋବର ୧୯ରେ ଭୋଟ ଗଣତି ହୋଇ ଫଳାଫଳ ଘୋଷଣା କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.