ETV Bharat / bharat

Digital Payment: ହାତରେ ନୁହେଁ PhonePeରେ ମିଳିଲା ନବ ଦମ୍ପତିଙ୍କୁ ଉପହାର

author img

By

Published : Apr 27, 2022, 12:06 PM IST

Digital Payment: ନିଆରା ବାହାଘର,PhonePeରେ ଉପହାର ଦେଲେ ଅତିଥି
Digital Payment: ନିଆରା ବାହାଘର,PhonePeରେ ଉପହାର ଦେଲେ ଅତିଥି

ବିହାର ଗୋପାଳଗଞ୍ଜରେ ନିଆରା ବାହାଘର । ଲଫାପାରେ ଅର୍ଥ ଦେବା ପରିବର୍ତ୍ତେ ଫୋନ ପେ(PhonePe) ଉପହାର ସ୍ବରୁପ ଟଙ୍କା ଦେଲେ ଅତିଥି । ଅଧିକ ପଢନ୍ତୁ

ପାଟନା: କୈଣସି ବିବାହ ଉତ୍ସବକୁ ଗଲେ ଆମେ କିଛି ଉପହାର ଦେଇଥାଉ । ନ ହେଲେ ଲଫାପାରେ କିଛି ଟଙ୍କା ଦେଇଥାଉ । ହେଲେ ଯୁଗ ବଦଳିବା ସହ ଲୋକଙ୍କ ଚିନ୍ତାଧାରାରେ ଆସିଛି ପରିବର୍ତ୍ତନ । ଏଣିକି ବିବାହ କାର୍ଯ୍ୟରେ ଲଫାପାରେ ଟଙ୍କା ଦେବାକୁ ପଡୁନି । କାହିଁକିନା ବିବାହ କାର୍ଯ୍ୟରେ ଏଣିକି ଫୋନ ପେ(PhonePe) ବ୍ୟବହାର ହେଉଛି । କଥାଟା ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ସତ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବିହାର ଗୋପାଳଗଞ୍ଚ ଅଞ୍ଚଳ(Gopalganj, Bihar)ରେ ।

Digital Payment: ନିଆରା ବାହାଘର,PhonePeରେ ଉପହାର ଦେଲେ ଅତିଥି

ସୂଚନା ଅନୁସାରେ,ବିହାରର ଗୋପାଳଗଞ୍ଚ ଅଞ୍ଚଳର ଏକ ନିଆରା ବାହାଘର ଦେଖିବାକୁ ମିଳିଥିଲା । କୁଚାୟାକୋର୍ଟ ଥାନା ଅଞ୍ଚଳର ବେଲାବ ଗାଁର ବର ବରଯାତ୍ରୀ ସହ ବିବାହ ପାଇଁ ନଗର ଥାନା ଅଞ୍ଚଳର ଇନ୍ଦେରଓ୍ବେନ ଗାଁରେ ପହଞ୍ଚିଥିଲା । ହେଲେ ସେଠାରେ ବିବାହ କାର୍ଯ୍ୟ ସମୟରେ ଫୋନ ପେ(PhonePe) ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଥିଲା ।

ଯାହାକୁ ଦେଖି ଉପସ୍ଥିତ ଥିବା ବରଯାତ୍ରୀଙ୍କ ସହ ବନ୍ଧୁବାନ୍ଧବଙ୍କ ମୁହଁରେ ଖୁସି ଦେଖିବାକୁ ମିଳିଥିଲା । ବିବାହ କାର୍ଯ୍ୟରେ ଯୋଗ ଦେଇଥିବା ଲୋକେ ବରକନ୍ୟାଙ୍କୁ ଆର୍ଶୀବାଦ ସ୍ବରୂପ ଫୋନ ପେରେ ଉପହାର ବାବଦରେ ଟଙ୍କା ଦେଇଥିଲେ । ତେବେ, ସମସ୍ତଙ୍କ ଠାରୁ ଫୋନ ପେ ମାଧ୍ୟମରେ ଟଙ୍କା ରଖୁଥିବା ଯୁବକ ଆଦିତ୍ୟ କୁମାର କହିଛନ୍ତି ଯେ, ମୋଦିଙ୍କ ଡିଜିଟାଲ ଇଣ୍ଡିଆରେ ଅନୁପ୍ରାଣିତ ହୋଇ ଏପରି ବ୍ୟବସ୍ଥା ହୋଇଛି । ଏଥିରେ ଅନେକ ଲାଭ ରହିଛି । କାହିଁକିନା ଟଙ୍କା ଗଣିବାରେ କୈଣସି ତ୍ରୁଟି ହେବେ ନାହିଁ ଏବଂ ଦେୟ ମଧ୍ୟ ଶୀଘ୍ର ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.