ETV Bharat / bharat

ମହାରାଷ୍ଟ୍ରରେ ମାଲଗାଡି ଲାଇନଚ୍ୟୁତ, ରେଳ ଚଳାଚଳ ଆଶିଂକ ପ୍ରଭାବିତ

author img

By ETV Bharat Odisha Team

Published : Dec 10, 2023, 9:59 PM IST

ମୁମ୍ବାଇ ନିକଟରେ ମାଲଗାଡି ଲାଇନଚ୍ୟୁତ, ରେଳ ଚଳାଚଳ ସାମୟିକ ପ୍ରଭାବିତ
ମୁମ୍ବାଇ ନିକଟରେ ମାଲଗାଡି ଲାଇନଚ୍ୟୁତ, ରେଳ ଚଳାଚଳ ସାମୟିକ ପ୍ରଭାବିତ

Goods train derail In Maharashtra: ମୁମ୍ବାଇ ନିକଟରେ ଏକ ମାଲଗାଡିର ଏକାଧିକ ବଗି ଲାଇନଚ୍ୟୁତ । ରେଳସେବା ଆଶିଂକ ପ୍ରଭାବିତ । ରିଷ୍ଟୋରେସନ କାମ ଜାରି । ଅଧିକ ପଢନ୍ତୁ

ମୁମ୍ବାଇ: ମୁମ୍ବାଇ ନିକଟରେ ଏକ ମାଲଗାଡିର ଏକାଧିକ ବଗି ଲାଇନଚ୍ୟୁତ ହୋଇଛି । ମୁମ୍ବାଇ ଡିଭିଜନର ଡାଉନ୍ ମେନ-ଲାଇନରେ କାସାରା ଠାରୁ ଟିଜିଆର-3 (TGR-3) ମଧ୍ୟରେ ସଂଧ୍ୟା ପ୍ରାୟ ସାଢେ 6ଟା ସମୟରେ ଏହି ମାଲବାହୀ ଟ୍ରେନର ଏକାଧିକ ବଗି (ଓ୍ବାଗନ) ଲାଇନଚ୍ୟୁତ ହୋଇଛି । ଏଥିରେ ମୃତାହତ ହୋଇନଥିବା ସୂଚନା ମିଳିଛି । ସମ୍ପୃକ୍ତ ଲାଇନରେ ରେଳସେବା ଆଶିଂକ ପ୍ରଭାବିତ ହୋଇଛି । ମାଲଗାଡିର ଦୁଇଟି ବଗି ଲାଇନଚ୍ୟୁତ ହୋଇଥିବା କେନ୍ଦ୍ରୀୟ ରେଳ ଡିଭିଜନ ଟ୍ବିଟ କରି ସୂଚନା ଦେଇଛି । ଘଟଣାସ୍ଥଳରେ ରେଳ ବିଭାଗର ଅଧିକାରୀ ଓ ବୈଷୟିକ ଟିମ ପହଞ୍ଚିଛନ୍ତି । ଲାଇନ ରିଷ୍ଟୋରେସନ କରି ରେଳସେବା ପୁନଃ ସ୍ବାଭାବିକ କରିବା ପାଇଁ କାର୍ଯ୍ୟ ଜାରି ରହିଛି ।

  • There is derailment of a goods train between Kasara to TGR-3 DOWN line section at 18.31 hrs, on Down Main line in Mumbai div.
    Goods train- JNPT/DLIB Container train. 2 wagons derailed.

    Mail express traffic in Kasara to Igatpuri section DOWN section is affected. And middle line…

    — Central Railway (@Central_Railway) December 10, 2023 " class="align-text-top noRightClick twitterSection" data=" ">

କଲ୍ୟାଣ ଷ୍ଟେସନ ରୋଡରୁ ଦୁର୍ଘଟଣାଜନିକ ରିଲିଫ ଟ୍ରେନ(ART)କୁ ଘଟଣାସ୍ଥଳକୁ ପଠାଯାଇଛି । ଛତ୍ରପତି ଶିବାଜୀ ଟର୍ମିନସ- ହାଓ୍ବଡା ଏକ୍ସପ୍ରେସ ଓ ଛତ୍ରପତି ଶିବାଜୀ ଟର୍ମିନସ- ଅଦିଲାବାଦ-ନନ୍ଦିଗ୍ରାମର ଏକ୍ସପ୍ରେସର ଯାତ୍ରା ସମୟ ପ୍ରଭାବିତ ହୋଇଛି । ଉକ୍ତ ଲାଇନରେ ଚଳାଚଳ କରିବାକୁ ଥିବା ଅନ୍ୟ କିଛି ଟ୍ରେନର ଯାତ୍ରା ମଧ୍ୟ ପ୍ରଭାବିତ ହୋଇଛି । ଉକ୍ତ ଲାଇନରେ ରେଲଓ୍ବେ ଟ୍ରାଫିକକୁ ସ୍ବାଭାବିକ କରିବା ପାଇଁ କାର୍ଯ୍ୟ ଆରମ୍ଭ କରିଛି କେନ୍ଦ୍ରୀୟ ରେଳ ଡିଭିଜନ । ଘଟଣାସ୍ଥଳରେ ଅଧିକାରୀ ଓ ଟେକ୍ନିସିଆନ ପହଞ୍ଚିଛନ୍ତି ।

ଦୁର୍ଘଟଣାର କାରଣ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନି । ଦୁର୍ଘଟଣାଗ୍ରସ୍ତ ଓ୍ବାଗନକୁ ଧାରାଣାରୁ ହଟାଯିବା ସହ କ୍ଷତିଗ୍ରସ୍ତ ହୋଇଥିବା ଧାରଣା ଓ ଇଲେକ୍ଟିଫିକେସନ ସିଷ୍ଟମକୁ ରିଷ୍ଟୋରେସନ କରାଯାଉଛି । ଘଟଣାସ୍ଥଳରେ ରେଳବାଇ ବୈଷୟିକ ଟିମ ପହଞ୍ଚି ସାରିଛି । ରେଳସେବା ସ୍ବାଭାବିକ କରିବା ସହ ଦୁର୍ଘଟଣା ସମ୍ପର୍କରେ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି । ଏଥିରେ କେହି ମୃତାହତ ହୋଇଥିବା ନେଇ ରେଳବାଇ ନିକଟରେ ସୂଚନା ନାହିଁ ।

ଏହା ମଧ୍ୟ ପଢନ୍ତୁ:- କଂଗ୍ରେସ ସାଂସଦଙ୍କ ବିଭିନ୍ନ ଲିକର ଫାର୍ମରୁ କୋଟି କୋଟି ଟଙ୍କା ଜବତ: ନଡ୍ଡା କହିଲେ ରାହୁଲଙ୍କୁ ମଧ୍ୟ ଦେବାକୁ ପଡିବ ଉତ୍ତର

ବାଲେଶ୍ବର ବାହାନଗାଠାରେ ଚଳିତ ବର୍ଷର ସବୁଠୁ ବଡ ରେଳ ଦୁର୍ଘଟଣା ଘଟିଥିଲା । ଏଥିରେ ସିଗ୍ନାଲିଂ ସମ୍ପର୍କିତ ତ୍ରୁଟି କାରଣରୁ ଲୁପ-ଲାଇନରେ ଛିଡା ହୋଇଥିବା ଏକ ମାଲଗାଡି ଓ ଦୁଇଟି ଏକ୍ସପ୍ରେସ ଟ୍ରେନ ମଧ୍ୟରେ ତ୍ରିକୋଣୀୟ ଦୁର୍ଘଟଣା ଘଟିଥିଲା । ଏଥିରେ ପ୍ରାୟ 3 ଶହ ଯାତ୍ରୀଙ୍କ ଅକାଳ ମୃତ୍ୟୁ ହୋଇଥିବା ବେଳେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା ହାଓ୍ବଡା-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ । ଏହି ଭୟଙ୍କର ଦୁର୍ଘଟଣାରେ ରେଳବାଇର ବିଭାଗୀୟ ତଦନ୍ତ ସହ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମଧ୍ୟ ତଦନ୍ତ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦୁର୍ଘଟଣାସ୍ଥଳ ବାଲେଶ୍ବର ବାହାନଗା ଗସ୍ତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.