ଆନ୍ଧ୍ରର ଏକ ଫାର୍ମା କମ୍ପାନୀରେ ବିସ୍ଫୋରଣ, 3 ମୃତ

author img

By

Published : Nov 15, 2022, 7:13 PM IST

ଆନ୍ଧ୍ରର ଏକ ଫାର୍ମା କମ୍ପାନୀରେ ବିସ୍ଫୋରଣ, 3 ମୃତ
ଆନ୍ଧ୍ରର ଏକ ଫାର୍ମା କମ୍ପାନୀରେ ବିସ୍ଫୋରଣ, 3 ମୃତ ()

ଆନ୍ଧ୍ରର ଏକ ଫାର୍ମା କମ୍ପାନୀରେ ବିସ୍ଫୋରଣ । ଆନ୍ଧ୍ର ପ୍ରଦେଶର ପୂର୍ବ ଗୋଦବରୀ ଜିଲ୍ଲାର ଏକ ଫାର୍ମା କମ୍ପାନୀରେ ବିସ୍ଫୋରଣ (several killed in a blast in rugs factory) । 3 କର୍ମଚାରୀ ମୃତ । ଅଧିକ ପଢନ୍ତୁ

ଅମରାବତୀ: ଆନ୍ଧ୍ରର ଏକ ଫାର୍ମା କମ୍ପାନୀରେ ବିସ୍ଫୋରଣ । ଆନ୍ଧ୍ର ପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାରେ ଏକ ଫାର୍ମା କମ୍ପାନୀ (ଔଷଧ କାରଖାନା)ରେ ବିସ୍ଫୋରଣ ଘଟି 3ଜଣଙ୍କର ମୃତ୍ୟୁ ଘଟିଛି (several killed in a blast in rugs factory)। ପୂର୍ବ ଗୋଦାବରୀ ଜିଲ୍ଲାର ଗୌରିପାଟନମରେ ଥିବା ଏହି ଫାର୍ମା କମ୍ପାନୀର ଉତ୍ପାଦନ ୟୁନିଟରେ ଆଜି (ମଙ୍ଗଳବାର) ଏହି ବିସ୍ଫୋରଣ ଘଟିଥିଲା । ଏଥିରେ କାର୍ଯ୍ୟରତ ତିନି କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ପ୍ରାଣ ହରାଇଥିବା କର୍ମଚାରୀମାନେ ଡୋଙ୍ଗା ମହିଦାର, ଓ୍ବାଇ ରତ୍ନବାବୁ ଏବଂ କେ.ଭି ସତ୍ୟନାରାୟଣ ବୋଲି ସ୍ଥାନୀୟ ପ୍ରଶାସନ ସ୍ପଷ୍ଟ କରିଛି ।

ତେବେ ବିସ୍ଫୋରଣର କାରଣ ସମ୍ପର୍କରେ କିଛି ସ୍ପଷ୍ଟ ହୋଇନଥିବା ବେଳେ ଏହା ଅସାବଧାନତା କିମ୍ବା ରାସାୟନିକ ଦ୍ରବ୍ୟ ଲିକ ହେବା କାରଣରୁ ପ୍ରଥମେ ଅଗ୍ନିକାଣ୍ଡ ଓ ପରେ ବିସ୍ଫୋରଣ ହୋଇଥିବା ନେଇ ସନ୍ଦେହ କରାଯାଉଛି । ସ୍ଥାନୀୟ ପ୍ରଶାସନ ଓ ପୋଲିସର ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତଦନ୍ତର ଫଳାଫଳ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସ୍ଥାନୀୟ ପ୍ରଶାସନ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.