ETV Bharat / bharat

ନିର୍ବାଚନୀ ହିଂସାରେ ଜଳୁଛି ପଶ୍ଚିମବଙ୍ଗ, ଗଲାଣି 15 ଜୀବନ

author img

By

Published : Jul 8, 2023, 2:26 PM IST

Updated : Jul 8, 2023, 7:43 PM IST

several died violence as Bengal votes
several died violence as Bengal votes

ପଶ୍ଚିମବଙ୍ଗରେ ଜାରି ରହିଛି ପଞ୍ଚାୟତ ନିର୍ବାଚନ ମତଦାନ । ବାଲାଟ ବକ୍ସ ଜାଳି ଦେଲେ ଭୋଟର । ଅଧିକ ପଢନ୍ତୁ

କୋଲକାତା: ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ଜାରି ରହିଛି ମତଦାନ । ଏହାରି ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସାକାଣ୍ଡ ଘଟିଛି । ଏହି ନିର୍ବାଚନୀ ହିଂସାରେ 15 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବିଭିନ୍ନ ମତଦାନ କେନ୍ଦ୍ରରେ ବାଲାଟ ବକ୍ସ ଜାଳି ଦେଇଛନ୍ତି ଭୋଟର । ଅନେକ ବୁଥ୍‌ରେ ପୋଡ଼ାଜଳା ସହ ଭଙ୍ଗାରୁଜା ହୋଇଥିବା ଅଭିଯୋଗ ହୋଇଛି । ହିଂସାଗ୍ରସ୍ତ ଅଞ୍ଚଳରେ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯାଇଛି । ମୃତକଙ୍କ ମଧ୍ୟରେ 6 ଜଣ ଟିଏମସିର କର୍ମୀ ହୋଇଥିବା ବେଳେ ଜଣେ ବିଜେପି ଓ ଜଣେ ସିପିଆଇଏମ କର୍ମୀ ରହିଛନ୍ତି ।

ମୁର୍ସିଦାବାଦରେ 3 ଜଣ ଟିଏମସି କର୍ମୀଙ୍କର ମୃତ୍ୟୁ ହୋଇଥିବା ବେଳେ କୁଚ ବିହାରରେ ଜଣେ ବିଜେପି ଓ ଟିଏମସି କର୍ମୀଙ୍କର ମୃତ୍ୟୁ ହୋଇଛି । ସେହିପରି ପୂର୍ବ ବର୍ଡୱାନରେ ଜଣେ ସିପିଆଇ (ଏମ୍) କର୍ମୀ, ମାଲଦା ଏବଂ ଦକ୍ଷିଣ 24 ପରଗଣାରେ 2 ଜଣ ଟିଏମସି କର୍ମୀଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ କୁଚ ବିହାରରେ ବାଲାଟ୍‌ ବକ୍ସରେ ନିଆଁ ଲଗାଇ ଦେଇଛନ୍ତି ଭୋଟର । ବାଲାଟ ବକ୍ସକୁ ପାଣି ଫିଙ୍ଗିବାରୁ ଇନ୍ଦ୍ରେଶ୍ବର ପ୍ରାଥମିକ ବିଦ୍ୟାଳୟରେ ଭୋଟିଂ ବନ୍ଦ ରହିଛି । ଆଜି ସକାଳ ସମୟରେ ମାଲଦାର ଗୋପାଳପୁର ପଞ୍ଚାୟତର ବାଲୁଟୋଲା ଠାରେ କଂଗ୍ରେସ ଏବଂ ଟିଏମସି କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଥଲା । ଏହି ସମୟରେ ବୋମାମାଡ ମଧ୍ୟ ହୋଇଥିଲା । ହିଂସା କାରଣରୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ମୁର୍ସିଦାବାଦ ଜିଲ୍ଲା ।

ଏହା ମଧ୍ୟ ପଢନ୍ତୁ-ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ଆରମ୍ଭ, ମତଦାନ ପୂର୍ବରୁ ହିଂସା

ଏହା ମଧ୍ୟ ପଢନ୍ତୁ-Bengal Pre-Poll Violence: ଟିଏମସି କର୍ମୀଙ୍କୁ ଗୁଳି କରି ହତ୍ୟା

ଜୁନ 8 ତାରିଖରେ ନିର୍ବାଚନ ତାରିଖ ଘୋଷଣା ହେବା ପରଠୁ ସାରା ରାଜ୍ୟରୁ ହିଂସା ଘଟଣା ସାମ୍ନାକୁ ଆସିଛି । ହିଂସା ଯୋଗୁଁ 15ରୁ ଊର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଛି । ଆଜି ସକାଳ 7ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ସ୍ଥାନରୁ ହିଂସା ଘଟଣା ସାମ୍ନାକୁ ଆସିଛି । ଆଜି ରାଜ୍ୟର 22ଟି ଜିଲ୍ଲାରେ 63,229 ଗ୍ରାମ ପଞ୍ଚାୟତ, 9,730 ପଞ୍ଚାୟତ ସମିତି ଓ 928ଟି ଜିଲ୍ଲା ପରିଷଦ ଆସନରେ ନିର୍ବାଚନ ଅନୁଷ୍ଠିତ ହୋଇଛି । ନିର୍ବାଚନରେ ପ୍ରତିଦ୍ବନ୍ଦୀ କରୁଥିବା ମୋଟ 2 ଲକ୍ଷ 6ହଜାର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି 5 କୋଟି 67 ଲକ୍ଷ ଭୋଟର । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ 73, 887ଟି ଆସନ ପାଇଁ ମତଦାନ ଜାରି ରହିଛି । ଆସନ୍ତା ଜୁଲାଇ 11 ତାରିଖରେ ଭୋଟ ଗଣନା ହେବ ।

Last Updated :Jul 8, 2023, 7:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.