ETV Bharat / bharat

ଆନ୍ଧ୍ରପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, କାର ଓ ଟ୍ରକ୍‌ ମଧ୍ୟରେ ଧକ୍କା ହୋଇ ୬ ଜଣଙ୍କ ମୃତ୍ୟୁ

author img

By

Published : Jul 9, 2023, 5:52 PM IST

severe road accident in Andhra Pradesh
ଆନ୍ଧ୍ରପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ଆନ୍ଧ୍ରପ୍ରଦେଶରେ ଭୟଙ୍କର ସଡ଼କ ଦୁର୍ଘଟଣା । କାର ଓ ଲୋରି ମଧ୍ୟରେ ଧକ୍କା ହୋଇ ୬ ଜଣଙ୍କ ମୃତ୍ୟୁ ଘଟିଛି । ଅଧିକ ପଢ଼ନ୍ତୁ

ଅମରାବତୀ: ଆନ୍ଧ୍ରପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ କାର ଓ ଲୋରି ମଧ୍ୟରେ ଧକ୍କା ହୋଇ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ଚିତ୍ତୋର ଜିଲ୍ଲା ଶ୍ରୀକଳାହସ୍ତି ସ୍ଥିତ ମିତ୍ତାକନ୍ଦ୍ରିଗାରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରାଯାଇଛି ।

ସୂଚନା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ କାରଟି ଶ୍ରୀକଳାହସ୍ତିରୁ ତିରୁମାଳା ଅଭିମୁଖେ ଯାଉଥିଲା । ଏହି ସମୟରେ ମିତ୍ତାକନ୍ଦ୍ରିଗା ନିକଟରେ ଏକ ଲୋରି ସହ ଧକ୍କା ହୋଇଥିଲା । କାରରେ ୭ ଜଣ ଯାତ୍ରୀ ଥିବାବେଳେ ଘଟଣାସ୍ଥଳରେ ହିଁ ୬ ଜଣଙ୍କ ମୃତ୍ୟୁ ହୋଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାକୁ ପଠାଇଛି । ପ୍ରାଥମିକ ତଦନ୍ତ ଅନୁସାରେ ସମସ୍ତ ମୃତକ କ୍ରୀଷ୍ଣା ଜିଲ୍ଲାର ଆଭାନିଗଡ୍ଡା ବାସିନ୍ଦା ହୋଇଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ: Jharkhand: ବାଇକକୁ ଧକ୍କା ଦେଇ କୂଅକୁ ଖସିପଡିଲା ବୋଲେରୋ, 6 ମୃତ

ସେହିଭଳି, ଗତ ଶନିବାର ହରିୟାଣାରେ ଏକ ଯାତ୍ରୀବାହୀ ବସ ଏବଂ କ୍ରୁଜର ମୁହାଁମୁହିଁ ଧକ୍କା ହେବା ଯୋଗୁଁ ପ୍ରାୟ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଊର୍ଦ୍ଧ୍ବ ଆହତ ହୋଇଥିଲେ । ହରିୟାଣାର ଜିନ୍ଦର ବିବିପୁର ଗ୍ରାମ ନିକଟ ଭୱାନୀ ରୋଡରେ ଏହି ଦୁର୍ଘଟଣା ଘଟିଥିଲା । ଶନିବାର ସକାଳ ୧୦ଟା ସମୟରେ ଜିନ୍ଦରୁ ଭୱାନୀ ରୋଡ ଅଭିମୁଖେ ଏକ ଯାତ୍ରାବାହୀ ବସ ଆସୁଥିଲା । ଏହି ସମୟରେ ସାମ୍ନା ପଟୁ ଆସୁଥିବା ଏକ କ୍ରୁଜର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଥିଲା ।

ଅନ୍ୟପଟେ ଗତ ୪ ତାରିଖରେ ମହାରାଷ୍ଟ୍ରରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିଲା । ଏକାଧିକ ଗାଡ଼ିକୁ ଏକ ଟ୍ରକ ପଛପଟୁ ଧକ୍କା ଦେବାରୁ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୭ ଜଣ ଆହତ ହୋଇଥିଲା । ମହାରାଷ୍ଟ୍ରର ଧୁଲେ ଜିଲ୍ଲା ପଲାସନେର ଗ୍ରାମ ନିକଟ ମୁମ୍ବାଇ-ଆଗ୍ରା ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା । ଟ୍ରକ୍‌ର ବ୍ରେକ୍‌ ଫେଲ ଯୋଗୁଁ ଦୁର୍ଘଟଣା ଘଟିଥିବା ପୋଲିସ ସୂଚନା ଦେଇଥିଲା । ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶ ସୀମାରେ ଥିବା ପଲାସନେର ଗ୍ରାମ ନିକଟ ମୁମ୍ବାଇ-ଆଗ୍ରା ଜାତୀୟ ରାଜପଥରେ ନର୍ଦନା ପଟୁ ଦ୍ରୁତ ଗତିରେ ଏକ ଟ୍ରକ ଆସୁଥିଲା । ଟ୍ରକର ବ୍ରେକ୍‌ ଫେଲ ହୋଇଯିବା ଯୋଗୁଁ ଭାରସାମ୍ୟ ହରାଇ ପ୍ରଥମେ ଏକ କାରକୁ ଧକ୍କା ଦେଇଥିଲା । ଏହାପରେ ସାମ୍ନାରେ ଆସୁଥିବା ଏକ ଟ୍ରକକୁ ଧକ୍କା ଦେବା ସହ ତିନି ଚାରୋଟି ଗାଡ଼ିକୁ ମଧ୍ୟ ଧକ୍କା ଦେଇ ରାସ୍ତା କଡ଼ରେ ଥିବା ଏକ ହୋଟେଲ ଭିତରେ ପସିଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ମୃତ୍ୟୁ ସଂଖ୍ୟା ୧୦କୁ ପହଞ୍ଚିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.