ETV Bharat / bharat

ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର 5 ମୃତ, ଏକାଧିକ ଆହତ

author img

By ETV Bharat Odisha Team

Published : Dec 25, 2023, 12:05 PM IST

Updated : Dec 25, 2023, 12:26 PM IST

Nalgonda Road Accident
Nalgonda Road Accident

Nalgonda Road Accident: ଖ୍ରୀଷ୍ଟମାସ ପୂର୍ବରୁ ଲିଭିଗଲା ଜୀବନ ଦୀପ। ପୃଥକ ପୃଥକ ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର 5ଜଣଙ୍କ ମୃତ୍ଯୁ । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ସଂସାର ଉଜାଡ଼ି ଦେଲା ସଡ଼କ ଦୁର୍ଘଟଣା । ଖ୍ରୀଷ୍ଟମାସରେ ଦୁଇଟି ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ଆଗପଛ ହୋଇ ଆରପାରିକୁ ଚାଲିଗଲେ ଗୋଟିଏ ପରିବାରର 5 ସଦସ୍ୟ । ନାଲଗୋଣ୍ଡା ଜିଲ୍ଲାରେ ଘଟିଛି ଏହି ଭୟଙ୍କର ଦୁଃଖଦ ଘଟଣା । ଗତକାଲି(ରବିବାର) ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁର୍ଘଟଣାସ୍ଥଳକୁ ଯିବା ସମୟରେ ଆଜି(ସୋମବାର) ସଡ଼କ ଦୁର୍ଘଟଣାରେ ଆଉ 3ଜଣଙ୍କ ମୃତ୍ୟୁ ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ମୃତକମାନେ ହେଲେ କେସାଭୁଲୁ (28), ରାମଓ୍ବାତ ଗାନିଆ (40), ନାଗରାଜୁ (28), ପାଣ୍ଡ୍ୟା (40) ଏବଂ ବୁଜି (38) । ଫଳରେ 24 ଘଣ୍ଟା ମଧ୍ୟରେ ଆଗପଛ ହୋଇ ଗୋଟିଏ ପରିବାରର 5ଜଣ ଆରପାରିକୁ ଚାଲି ଯାଇଛନ୍ତି ।

ସୂଚନାଅନୁସାରେ, ଗତକାଲି(ରବିବାର) ବିଳମ୍ବିତ ରାତିରେ କେସାଭୁଲୁ(28) ଏକ ବାଇକ ଯୋଗେ ମିରିଆଲାଗୁଡାଠାରୁ ପେଡଭୁରା ଅଭିମୁଖେ ଯାଉଥିବାବେଳେ ସାଇଲୁଡୁ(55) ନାମକ ଏକ ପଥଚାରୀଙ୍କ ସହ ଧକ୍କା ହୋଇଥିଲା। ନିଦାମାନୁରର ଭେମ୍ପାଡୁ ଅଞ୍ଚଳରେ ଏହି ଦୁର୍ଘଟଣା ହୋଇଥିବା ବେଳେ ଉଭୟ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ ।

ଏହା ମଧ୍ୟ ପଢନ୍ତୁ: ବେପରୁଆ ଗାଡି ଚାଳନା ଯୋଗୁ ଚାଲିଗଲା 2 ଜୀବନ, ସିସିଟିଭିରେ କଏଦ ହେଲା ଦୃଶ୍ୟ

ତେବେ ଏହି ସଡକ ଦୁର୍ଘଟଣା ବିଷୟରେ ଶୁଣି କେସାଭୁଲୁଙ୍କ ପରିବାରର 7ଜଣ ସଦସ୍ୟ ଏକ ଟାଟା ଏସି ଯୋଗେ ଦୁର୍ଘଟଣାସ୍ଥଳ ଅଭିମୁଖେ ବାହାରିଥିଲେ । ତେବେ ଆଜି(ସୋମବାର) ଭୋର ସମୟରେ ରାସ୍ତାରେ ଟାଟା ଏସିକୁ ଏକ ତେଲ ଟ୍ୟାଙ୍କର ଧକ୍କା ଦେଇଥିଲା । ଦୁର୍ଘଟଣାସ୍ଥଳ ପହଞ୍ଚିବାରୁ ଆଉ ମାତ୍ର 500 ମିଟର ରହିଥିବା ବେଳେ ଏହି ଦୁର୍ଘଟଣା ହୋଇଥିଲା । ଫଳରେ ଦୁର୍ଘଟଣାସ୍ଥଳରେ ହିଁ ଗୋଟିଏ ପରିବାରର ରାମଓ୍ବାତ ଗାନିଆ(40), ନାଗରାଜୁ(28), ପାଣ୍ଡ୍ୟା(40) ଏବଂ ବୁଜି(38)ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 3 ଜଣ ମଧ୍ୟ ଗୁରୁତର ଆହାତ ହୋଇଥିବା ସୂଚନା ମିଳିଛି । ଏନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: ଅଟୋ ସହ ମୁହାଁମୁହିଁ ଧକ୍କା ହେଲା ଟ୍ରକ: ଦୁର୍ଘଟଣାରେ ୫ ମୃତ

ଦୁର୍ଘଟଣା ଖବର ଶୁଣିବା ପରେ ହାଲିଆ ସିଆଇ ଗାନ୍ଧି ନାଇକ ଏବଂ ନିଦାମାନୁର ଏସ୍‌ଆଇ ଗୋପାଳ ରାଓ ଘଟଣାସ୍ଥଳରେ ପହଞ୍ଚିଥିଲେ । ମୃତକମାନଙ୍କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଗୁରୁତରମାନଙ୍କୁ ଚିକିତ୍ସା ପାଇଁ ମିରିଆଲାଗୁଡା ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ 3ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଥିବା ବେଳେ ଡାକ୍ତର ସୂଚନା ଦେଇଛନ୍ତି । ତେବେ ପୋଲିସ ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Dec 25, 2023, 12:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.