ETV Bharat / bharat

Republic Day 2022: ଶକ୍ତି ପ୍ରଦର୍ଶନ କରିବେ 5 ରାଫେଲ ସହ 75 ଲଢୁଆ ବିମାନ

author img

By

Published : Jan 17, 2022, 4:11 PM IST

Republic Day 2022: ଶକ୍ତି ପ୍ରଦର୍ଶନ କରିବେ ୫ ରାଫେଲ ସହ ୭୫ ଲଢୁ୍ଆ ବିମାନ
Republic Day 2022: ଶକ୍ତି ପ୍ରଦର୍ଶନ କରିବେ ୫ ରାଫେଲ ସହ ୭୫ ଲଢୁ୍ଆ ବିମାନ

ସ୍ବାଧିନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଦେଶ ପାଳୁଛି ଆଜାଦୀ କି ଅମୃତ ମହୋତ୍ସବ । ସାଧାରଣତନ୍ତ୍ର ଦିବସ ପରେଡରେ ଅଂଶ ଗ୍ରହଣ କରିବେ ୫ ରାଫେଲ ଯୁଦ୍ଧ ବିମାନ ସହ ୭୫ ଲଢୁଆ ବିମାନ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ଆଜାଦୀ କି ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଏହାର ଏକ ଅଂଶ ବିଶେଷ ଭାବେ ନିଆରା ଢଙ୍ଗରେ ପାଳନ ହେବ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ । ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପରେଡରେ ରାଜପଥ ଉପରେ ଶକ୍ତି ପ୍ରଦର୍ଶନ କରିବେ ଭାରତୀୟ ବାୟୁସେନାର ୭୫ ଲଢୁଆ ବିମାନ ।

ଏହି ଲଢୁଆ ବିମାନ ମଧ୍ୟରେ ୫ ରାଫେଲ ବିମାନ ମଧ୍ୟ ରହିଥିବା ନେଇ ସୂଚନା ଦେଇଛନ୍ତି ବାୟୁସେନା ଲୋକ ସମ୍ପର୍କ ଅଧିକାରୀ ଓ୍ବିଙ୍ଗ କମାଣ୍ଡର ଇନ୍ଦ୍ରାନିଲ ନନ୍ଦୀ । ବାୟୁସେନା, ସ୍ଥଳସେନା ଓ ନୌସେନାର ଯୁଦ୍ଧ ବିମାନକୁ ମିଶାଇ ମୋଟ ୭୫ ଟି ଯୁଦ୍ଧ ବିମାନ ରାଜପଥ ଉପର ଉଡାଣ ଭରି ଭାରତର ଶକ୍ତି ପ୍ରଦର୍ଶନ କରିବେ । ନିକଟରେ ଭାରତୀୟ ବାୟୁସେନରେ ସାମିଲ ହୋଇଥିବା ଅତ୍ୟାଧୁନିକ ଲଢୁଆ ବିମାନ ରାଫେଲ ବିନାଶ ଫର୍ମେସନରେ ଉଡାଣ କୌଶଳ ପ୍ରଦର୍ଶନ କରିବାକୁ ଥିବା ବେଳେ ଜାଗୁଆର ଟିମ ୭୫ ସଂଖ୍ୟା ଆକାରର ଉଡାଣ ଭରି ଶକ୍ତି ପ୍ରଦର୍ଶନ କରିବେ ।

ସେହିପରି ନୌସେନାର MiG-29K ଏବଂ P-8I ବିମାନ ମଧ୍ୟ ଏହି ୭୫ ବିମାନ ତାଲିକାରେ ରହିଥିବା ବାୟୁସେନା PRO ସୂଚନା ଦେଇଛି । ଚଳିତ ବର୍ଷ ଜାନୁଆରୀ 26ରେ ଦେଶ 73ତମ ସାଧାରଣତନ୍ତ୍ର ଦିବସ ପାଳନ କରିବ । ସାଧାରଣତନ୍ତ୍ର ଦିବସ ଉତ୍ସବର ଏକ ଅଂଶ ଭାବରେ ଦିଲ୍ଲୀର ରାଜପଥରେ ଆୟୋଜିତ ପରେଡରେ ଭାରତ ତାର ଅଖଣ୍ଡତା ତଥା ପରାକ୍ରମ ସ୍ବରୂପ ସାମରିକ ଶକ୍ତି ପ୍ରଦର୍ଶନ କରେ ।

ଏହି ଦିବସରେ ଆନ୍ତର୍ଜାତୀୟ ଅତିଥି ମଧ୍ୟ ଭାରତର ନିମନ୍ତ୍ରଣ କ୍ରମେ ଯୋଗ ଦେଇଥାନ୍ତି । ଚଳିତ ବର୍ଷ ପାଞ୍ଚଟି କେନ୍ଦ୍ର-ଏସୀୟ ରାଷ୍ଟ୍ର ମୁଖ୍ୟ ସାଧାରଣତନ୍ତ୍ର ଦିବସର ଅତିଥି ଭାବେ ସାମିଲ ହେବେ । କାଜାଖସ୍ତାନ, କିର୍ଗିଜସ୍ଥାନ, ତାଜିକିସ୍ତାନ, ତୁର୍କମେନିସ୍ତାନ ଏବଂ ଉଜବେକିସ୍ତାନର ରାଷ୍ଟ୍ରମୁଖ୍ୟ ମାନେ ଚଳିତ ବର୍ଷର ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଉଛନ୍ତି ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.