ETV Bharat / bharat

Republic Day 2022: ସୁରକ୍ଷାବଳୟରେ ରାଜଧାନୀ ଦିଲ୍ଲୀ, ମୁତୟନ ହେବେ ୨୭ ହଜାର ସୁରକ୍ଷା କର୍ମୀ

author img

By

Published : Jan 23, 2022, 5:04 PM IST

Republic Day 2022: ସୁରକ୍ଷା ବଳୟରେ ରାଜଧାନୀ ଦିଲ୍ଲୀ, ମୂତୟନ ହେବେ ୨୭ ହଜାର ସୁରକ୍ଷା କର୍ମୀ
Republic Day 2022: ସୁରକ୍ଷା ବଳୟରେ ରାଜଧାନୀ ଦିଲ୍ଲୀ, ମୂତୟନ ହେବେ ୨୭ ହଜାର ସୁରକ୍ଷା କର୍ମୀ

ସାଧାରଣତନ୍ତ୍ର ଦିବସରେ କଡା ସୁରକ୍ଷା ବଳୟ ମଧ୍ୟରେ ଦିଲ୍ଲୀ । ମୁତୟନ ହେଲେଣି 27 ହଜାର ସଶସ୍ତ୍ର ସୁରକ୍ଷା କର୍ମୀ । ସମ୍ଭାବ୍ୟ ଆତଙ୍କୀ ଆକ୍ରମଣ ନେଇ ପୂର୍ବରୁ ସତର୍କ କରାଇଥିଲା ଗୁଇନ୍ଦା ବିଭାଗ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଚଳିତ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି । ପରେଡ ହେବାକୁ ଥିବା ରାଜପଥ ଏବଂ ନିକଟବର୍ତ୍ତୀ ସ୍ଥାନ ସହ ସମ୍ପୂର୍ଣ୍ଣ ସହରରେ ମୋଟ ୨୭ ହଜାର ସଶସ୍ତ୍ର ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯିବା ଆରମ୍ଭ ହୋଇସାରିଲାଣି । ସାଧାରଣତନ୍ତ୍ର ଦିବସ ସୁରକ୍ଷା ବ୍ୟବସ୍ଥା ନେଇ ଆଜି (ରବିବାର) ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ପୋଲିସ କମିଶନର ରାକେଶ ଆସ୍ଥାନା ଏହି ସୂଚନା ଦେଇଛନ୍ତି ।

ସେହିପରି ଦିଲ୍ଲୀ ପୋଲିସ ମୁଖପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କିତ ବିସ୍ତୃତ ସୂଚନା କହିଛନ୍ତି ଏହି ସୁରକ୍ଷା ବଳ ମଧ୍ୟରେ 71 ଡେପୁଟି ପୋଲିସ୍ କମିଶନର (DCP), 213 ଏସିପି, 713 ଇନ୍ସପେକ୍ଟର, ଦିଲ୍ଲୀ ପୋଲିସ୍ କମାଣ୍ଡୋ, ସଶସ୍ତ୍ର ବାଟାଲିଅନ୍ ଅଧିକାରୀ ଏବଂ ଯବାନଙ୍କ ସମେତ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳର 65ଟି କମ୍ପାନୀ ମୁତୟନ ହୋଇଛନ୍ତି ।

Republic Day 2022: ସୁରକ୍ଷା ବଳୟରେ ରାଜଧାନୀ ଦିଲ୍ଲୀ, ମୂତୟନ ହେବେ ୨୭ ହଜାର ସୁରକ୍ଷା କର୍ମୀ
Republic Day 2022: ସୁରକ୍ଷା ବଳୟରେ ରାଜଧାନୀ ଦିଲ୍ଲୀ, ମୂତୟନ ହେବେ ୨୭ ହଜାର ସୁରକ୍ଷା କର୍ମୀ

କମିଶନର ଆସ୍ଥାନା କହିଛନ୍ତି ଯେ ଗତ ଦୁଇମାସ ଧରି ଦିଲ୍ଲୀ ପୋଲିସ ରାଜଧାନୀରେ ଆତଙ୍କବାଦ ନିରୋଧୀ ପଦକ୍ଷେପ ଗ୍ରହଣ କରୁଛି । ଏପରି ଆକ୍ରମଣ ପାଇଁ ଦିଲ୍ଲୀ ସର୍ବଦା ଆତଙ୍କୀଙ୍କ ଟାର୍ଗେଟରେ ରହିଆସିଥିବାବେଳେ ପୂର୍ବ ବର୍ଷ ଘଟଣାକୁ ଦେଖି ପୋଲିସ ମଧ୍ୟ ତତ୍ପରତା ବଢାଇଛି ।

ଚଳିତ ବର୍ଷ ମଧ୍ୟ ଦିଲ୍ଲୀ ପୋଲିସ ସମ୍ପୂର୍ଣ୍ଣ ସଜାଗ ରହିଛି । ଗତ ଦୁଇ ମାସ ଧରି ଗୁଇନ୍ଦା ଏଜେନ୍ସି ସହିତ ସମନ୍ୱୟ ରକ୍ଷା କରିବା ସହ ଇନପୁଟ ସୂଚନା ଆଧାରରେ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛି ଦିଲ୍ଲୀ ପୋଲିସ । ଚଳିତ ବର୍ଷ ଦିଲ୍ଲୀରେ ମୋଟ ୨୭ ହଜାର ସୁରକ୍ଷାକର୍ମୀ ନିୟୋଜିତ ରହି ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରୁଥିବା କହିଛନ୍ତି କମିଶନର ଆସ୍ଥାନା । ତେବେ ଗତ କିଛି ଦିନ ପୂର୍ବରୁ ଚଳିତ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ସମ୍ଭାବ୍ୟ ଆତଙ୍କୀ ହମଲା ନେଇ ସତର୍କ କରାଇଥିଲା ଗୁଇନ୍ଦା ବିଭାଗ ।


IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.