ETV Bharat / bharat

Adani-Hindenburg row: ତଦନ୍ତ ସାରିବାକୁ ଆଉ ୬ମାସ ସମୟ ମାଗିଲା ସେବି

author img

By

Published : Apr 30, 2023, 10:03 AM IST

ଆଦାନୀ ହିଣ୍ଡେନବର୍ଗ ମାମଲାରେ ତଦନ୍ତ ଶେଷ କରିବାକୁ ସୁପ୍ରିମକୋର୍ଟକୁ ଆଉ ୬ମାସ ସମୟ ମାଗିଲା ସେବି । ଅଧିକ ପଢନ୍ତୁ

Adani Hindenburg row
Adani Hindenburg row

ନୂଆଦିଲ୍ଲୀ: ଥମୁଛି ଆଦାନୀ ଗ୍ରୁପ ବିବାଦ । ଆଦାନୀ ଗ୍ରୁପ ବିରୋଧରେ ଆମେରିକୀୟ ଶର୍ଟସେଲର ହିଣ୍ଡେନବର୍ଗ ରିସର୍ଚ୍ଚ ପକ୍ଷରୁ ଅଣାଯାଇଥବା ଦୁର୍ନୀତି ଅଭିଯୋଗର ତଦନ୍ତ ସମ୍ପୂର୍ଣ୍ଣ କରିବା ପାଇଁ ଆଉ ୬ମାସ ସମୟ ମାଗିଲା ସେବି(ଭାରତୀୟ ସିକ୍ୟୁରିଟି ଏବଂ ବିନିମୟ ବୋର୍ଡ) । ଶନିବାର ସୁପ୍ରିମକୋର୍ଟକୁ ସମୟ ମାଗିଛି ସେବି ।

ଗତ ଜାନୁଆରୀ ମାସରେ ଆଦାନୀ ଗ୍ରୁପ ବିରୋଧରେ ଅଭିଯୋଗ ଆସିବା ପରେ ଏହାକୁ ନେଇ ହଟଚମଟ ଦେଖାଦେଇଥିଲା । ଷ୍ଟକ ବଜାର ନିୟମରେ କୌଣସି ଉଲ୍ଲଘଂନ ହୋଇଛି କି ନାହିଁ ସେ ବିଷୟରେ ତଦନ୍ତ କରିବା ପାଇଁ ସୁପ୍ରିମକୋର୍ଟ ମାର୍ଚ୍ଚ ୨ ତାରିଖରେ ନିର୍ଦ୍ଦେଶ ଦେଇଥିଲେ । ୨ମାସ ମଧ୍ୟରେ ତଦନ୍ତ ଶେଷ କରିବା ପାଇଁ କୁହାଯାଇଥିଲା । ତେବେ ଏହି ରିପୋର୍ଟ ଦାଖଲ କରିବା ପାଇଁ ସେବି ପୁଣି ୬ ମାସ ସମୟ ମାଗିଥିବା ଜଣାପଡିଛି ।

ପ୍ରକାଶଥାଉକି, ଜାନୁଆରୀ ୨୪ ତାରିଖରେ ନାଥନ ଆଣ୍ଡରସନ ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ ବିରୋଧରେ ଷ୍ଟକ ମୂଲ୍ୟରେ ହେରଫର ଏବଂ ଆକାଉଣ୍ଟରେ ଅନିୟମିତତା ନେଇ ଅଭିଯୋଗ ଆଣିଥିଲେ । ଏହାପରେ ଷ୍ଟକ ମୂଲ୍ୟ ହ୍ରାସ ପାଇବା ସହ ଜାତୀୟ ରାଜନୀତି ସରଗରମ ହୋଇଥିଲା । ଏହି ହେରଫର ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସାମିଲ ରହିଥିବା ନେଇ ବିରୋଧି ଦଳ ପାର୍ଲାମେଣ୍ଟରେ ବିକ୍ଷୋଭ କରି ଅଚଳାବସ୍ଥା ସୃଷ୍ଟି କରିଥିଲେ । ରିପୋର୍ଟ ପ୍ରକାଶ ପାଇବା ପରେ ନିବେଶକଙ୍କୁ ୧୪୦ ବିଲିୟନ କ୍ଷତି ସହିବାକୁ ପଡିଥିଲା । ଫଳରେ ଭାରତୀୟ ନିବେଶକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ହିଣ୍ଡେନବର୍ଗ ଉପରେ ଅଙ୍କୁଶ ଲଗାଇବା ପାଇଁ ସୁପ୍ରିମକୋର୍ଟରେ ପିଟିସନ ଦାଖଲ ହୋଇଥିଲା । ଏହାପରେ ମାର୍ଚ୍ଚ ୨ ତାରିଖ ସୁଦ୍ଧା ତଦନ୍ତ ଶେଷ କରିବାକୁ ମାର୍କେଟ ରେଗୁଲେଟରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହାସହ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଅଭୟ ମନୋହର ସାପ୍ରେଙ୍କ ନେତୃତ୍ବରେ ସୁପ୍ରିମକୋର୍ଟ ଏକ ବିଶେଷଜ୍ଞ ଟିମ ଗଠନ କରିଥିଲେ । ଭାରତର ନିୟାମକ ବ୍ୟବସ୍ଥାକୁ କିପରି ସୁଦୃଢ କରାଯାଇପାରିବ ସେନେଇ ଉକ୍ତ କମିଟିକୁ ୨ମାସ ଭିତରେ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ସାପ୍ରେ ପ୍ୟାନେଲ ଏହି ପ୍ରସଙ୍ଗରେ ସେବି ମୁଖ୍ୟ ଏବଂ କେନ୍ଦ୍ରକୁ ସହାୟତା କରିବ ବୋଲି କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସେବି ଦିଆଯାଇଥିବା ସମୟ ମଧ୍ୟରେ ତଦନ୍ତ ଶେଷ କରିନପାରି ସୁପ୍ରିମକୋର୍ଟରେ ଏକ ପିଟିସନ ଦାୟର କରିଛି । ତଦନ୍ତ ଶେଷ କରିବାକୁ ଆଉ ୬ମାସ ସମୟ ମାଗିଥିବା ଜଣାପଡିଛି ।

  • सुप्रीम कोर्ट की कमेटी द्वारा शेयर बाज़ार में अडानी समूह के लेन-देन की जांच करने के आदेश के बाद सेबी ने सच का पता लगाने के लिए 6 महीने का और समय मांगा है।

    यह याद रखने की ज़रूरत है कि कमेटी का कार्यक्षेत्र सीमित है। वह समूह के एंटायर पॉलिटिकल साइंस और व्यापारिक कार्यप्रणाली की…

    — Jairam Ramesh (@Jairam_Ramesh) April 29, 2023 " class="align-text-top noRightClick twitterSection" data=" ">

ତେବେ ସେବି ମାଗିଥିବା ସମୟକୁ ବିରୋଧ କରିଛନ୍ତି ଏଆଇସିସି ସାଧାରଣ ସମ୍ପାଦକ । ସେ ଟ୍ବିଟ କରି କହିଛନ୍ତି, " ସେବି ସୁପ୍ରିମକୋର୍ଟକୁ ଆଉ ୬ମାସର ସମୟ ମାଗିଛି । କିନ୍ତୁ ଏହା ମନେ ରଖିବାକୁ ହେବ ଯେ, କମିଟିର କାର୍ଯ୍ୟକ୍ଷେତ୍ର ସୀମିତ । ଏହି କମିଟି ଆଦାନୀ ଗ୍ରୁପର ସମଗ୍ର ରାଜନୀତି ଏବଂ ବ୍ୟବସାୟିକ କାର୍ଯ୍ୟକୁ ନେଇ ତଦନ୍ତ କରିପାରିବ ନାହିଁ । ତେଣୁ ଜେପିସି ତଦନ୍ତ ନିହାତି ଆବଶ୍ୟକ । ସେବି ଅଧ୍ୟକ୍ଷ କମିଟିକୁ କହିଛନ୍ତି ଯେ ଆଦାନୀ ପ୍ରସଙ୍ଗ ଏକ ବଡ ସମସ୍ୟା ଯାହାକୁ ନେଇ ଲୋକମାନେ ଚର୍ଚ୍ଚା କରୁନାହାନ୍ତି । ଏପରି ପରିସ୍ଥିତିରେ, ଏହି ବିଶେଷ 'ହାତୀ ମେରେ ସାଥି' ବନ୍ଧୁତ୍ୱର ଏହି ବର୍ଷ ଗୁଡିକରେ ମନମୁଖୀ କାର୍ଯ୍ୟ କରିଥିବାର ଦେଖି ତୁରନ୍ତ ଏହାର ମୁକାବିଲା କରିବାର ଆବଶ୍ୟକତା ରହିଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.