ETV Bharat / bharat

ବଢିଲା ଉଦୟନିଧିଙ୍କ ଅଡୁଆ, ସନାତନ ଧର୍ମ ଟିପ୍ପଣୀ ପାଇଁ ନୋଟିସ୍ କଲେ ସୁପ୍ରିମକୋର୍ଟ

author img

By ETV Bharat Odisha Team

Published : Sep 22, 2023, 2:12 PM IST

Updated : Sep 22, 2023, 2:21 PM IST

ସନାତନ ଧର୍ମ ଟିପ୍ପଣୀ ଉଦୟନିଧିଙ୍କୁ ନୋଟିସ୍
ସନାତନ ଧର୍ମ ଟିପ୍ପଣୀ ଉଦୟନିଧିଙ୍କୁ ନୋଟିସ୍

ସନାତନ ଧର୍ମ ଟିପ୍ପଣୀ ପାଇଁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କୁ ସୁପ୍ରିମକୋର୍ଟରୁ ନୋଟିସ୍ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ମହଙ୍ଗା ପଡିଲା ସନତାନ ଧର୍ମ ବିରୋଧୀ ଟିପ୍ପଣୀ । ତାମିଲନାଡୁ କ୍ରୀଡା ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କୁ ନୋଟିସ୍ କଲେ ସୁପ୍ରିମକୋର୍ଟ । ସନାତନ ଧର୍ମ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ସର୍ବୋଚ୍ଚ ଅଦାଲତ ଆଜି(ଶୁକ୍ରବାର) ଜୁନିୟର ଷ୍ଟାଲିନଙ୍କ ସମେତ ୧୪ ଜଣଙ୍କୁ ନୋଟିସ୍ କରିଛନ୍ତି । ଉଦୟନିଧିଙ୍କ ବିରୋଧରେ ମାମଲା ରୁଜୁ ପାଇଁ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଉପରେ ଏହି ନୋଟିସ୍ ହୋଇଛି । ତାମିଲନାଡୁର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଉଦୟନିଧି ସନାତନ ଧର୍ମକୁ ମୂଳପୋଛ କରିବାକୁ ଆହ୍ବାନ ଦେଇଥିଲେ ।

ଯାହା ସୂଚନା ମିଳିଛି, ସନାତନ ଧର୍ମ ଟିପ୍ପଣୀ ପାଇଁ ସୁପ୍ରିମକୋର୍ଟ ତାମିଲନାଡୁ ସରକାର, ଉଦୟନିଧି ଷ୍ଟାଲିନ, ସିବିଆଇ, ଡିଏମକେ ସାଂସଦ ଏ.ରାଜା ଏବଂ ଅନ୍ୟ କିଛି ପକ୍ଷଙ୍କୁ ନୋଟିସ୍ ଜାରି କରି ଜବାବ ତଲବ କରିଛନ୍ତି । ତେବେ କୋର୍ଟ ଏହି ମାମଲାକୁ ଘୃଣା ଭାଷଣ ମାମଲା ସହ ଯୋଡିବାକୁ ମନା କରି ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ପୁଅ କହିଲେ ସନାତନ ଧର୍ମ ଡେଙ୍ଗୁ, ମ୍ୟାଲେରିଆ ଭଳି

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ତାମିଲନାଡୁ ସରକାରରେ କ୍ରୀଡା ମନ୍ତ୍ରୀ ଥିବା ଉଦୟନିଧି ଷ୍ଟାଲିନ ସେପ୍ଟେମ୍ବର ୨ରେ ସନାତନ ଧର୍ମ ବିରୋଧରେ ବୟାନ ଦେଇ ବିବାଦ ଘେରକୁ ଆସିଥିଲେ । ସେ ସନାତନ ଧର୍ମକୁ ଡେଙ୍ଗୁ, ମ୍ୟାଲେରିଆ ସହ ତୁଳନା କରିଥିଲେ । ଯେମିତି ଡେଙ୍ଗୁ, ମ୍ୟାଲେରିଆ ଓ କୋରୋନାକୁ ବିରୋଧ କରାଯାଇ ପାରିବନି, ସେହିପରି ସନାତନ ଧର୍ମକୁ କେବଳ ବିରୋଧ କଲେ ଚଳିବନି ବରଂ ଏହାର ମୂଳତ୍ପୋଟନ କରିବାକୁ ହେବ । ସନାତନ ଶବ୍ଦ ସଂସ୍କୃତିରୁ ଆସିଛି, ଯାହା ସାମାଜିକ ନ୍ୟାୟ ଓ ସମାନତ ବିରୋଧୀ ଅଟେ । ତେଣୁ ଏହାକୁ ମୂଳପୋଛ କରିବାକୁ ପଡିବ ବୋଲି କହିଥିଲେ ଜୁନିୟର ଷ୍ଟାଲିନ ।

ଏହାକୁ ନେଇ ଦେଶରେ ଖୁବ୍ ତୁମ୍ବିତୋଫାନ ହୋଇଥିଲା । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଯାଏଁ ସମସ୍ତେ ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ ଦୃଢ଼ ନିନ୍ଦା କରିଥିଲେ । ଯିଏ ଧର୍ମକୁ ବିନାଶ କରିବାକୁ କହିବ ସେ ନିଜେ ବିନାଶ ହୋଇଯିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ କଡା ପ୍ରତିକ୍ରିୟା ଦେଇଥିଲେ । ଏହି ଉତ୍ତେଜନା ଥମି ନଥିବା ବେଳେ ଡିଏମକେର ଆଉ ଜଣେ ବରିଷ୍ଠ ନେତା ତଥା ସଂସାଦ ଏ. ରାଜା ସନାତନ ଧର୍ମ ଏଚଆଇଭି ଓ କୁଷ୍ଠ ରୋଗ ଭଳି ବୋଲି କହିଥିଲେ ।

ଏହାମଧ୍ୟ ପଢନ୍ତୁ: Sanatana Dharma Row: ଉଦୟାନିଧିଙ୍କୁ ବଳିଗଲେ ରାଜା, ସନାତନ ଧର୍ମକୁ HIV ଓ କୁଷ୍ଠ ରୋଗ ସହ କଲେ ତୂଳନା

Last Updated :Sep 22, 2023, 2:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.