ETV Bharat / bharat

ପରଲୋକରେ ସୁପ୍ରିମକୋର୍ଟ ବିଚାରପତି ଏମ ଶାନ୍ତାନଗୌଦାର

author img

By

Published : Apr 25, 2021, 10:17 AM IST

ଗୁରୁଗ୍ରାମ ହସ୍ପିଟାଲରେ ସୁପ୍ରିମକୋର୍ଟ ବିଚାରପତି ଏମ ଶାନ୍ତାନଗୌଦାରଙ୍କ ପରଲୋକ
ଗୁରୁଗ୍ରାମ ହସ୍ପିଟାଲରେ ସୁପ୍ରିମକୋର୍ଟ ବିଚାରପତି ଏମ ଶାନ୍ତାନଗୌଦାରଙ୍କ ପରଲୋକ

ସୁପ୍ରିମକୋର୍ଟ ବିଚାରପତି ଏମ ଶାନ୍ତାନଗୌଦାରଙ୍କ ଗୁରୁଗ୍ରାମ ହସ୍ପିଟାଲରେ ପରଲୋକ ଘଟିଛି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଏମ ଶାନ୍ତାନଗୌଦାର ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି । ତେବେ ତାଙ୍କର ମୃତ୍ୟୁବେଳକୁ 62 ବର୍ଷ ବୟସ ହୋଇଥିବା ବେଳେ ଫୁସଫୁସରେ ସଂକ୍ରମଣ ହୋଇଥିବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ଜଷ୍ଟିସ ଶାନ୍ତାନଗୌଦାର ମେଦାନ୍ତ ହସ୍ପିଟାଲରେ ଫୁସଫୁସ ସଂକ୍ରମଣ କାରଣରୁ ଭର୍ତ୍ତି ହୋଇଥିଲେ । ପରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡିବା ପରେ ସେ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ଚିକିତ୍ସିତ ହେବା ପରେ ଶନିବାର ରାତି ସୁଦ୍ଧା ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିଲା । କିନ୍ତୁ ରାତି ପ୍ରାୟ 12ଟା 30 ମିନିଟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ସେ କୋରୋନାରେ ଆକ୍ରାନ୍ତ ହୋଇଥିଲେ କି ନାହିଁ ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।

ଜଷ୍ଟିସ ଶାନ୍ତାନଗୌଦାର ଗତ 2017 ମସିହା ଫେବୃଆରୀ 17 ତାରିଖଠାରୁ ସୁପ୍ରିମକୋର୍ଟର ବିଚାରପତି ଭାବେ ଦାୟିତ୍ବ ତୁଲାଉଥିଲେ । ସେ 2003 ମସିହା ମେ 12 ତାରିଖରେ କର୍ଣ୍ଣାଟକ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ ଏବଂ ସେପ୍ଟେମ୍ବର 2004 ରେ କୋର୍ଟରେ ସ୍ଥାୟୀ ବିଚାରପତି ହୋଇଥିଲେ । ଏହାପରେ ତାଙ୍କୁ କେରଳ ହାଇକୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା ଯେଉଁଠାରେ ସେ 2016 ଅଗଷ୍ଟ 1 ତାରିଖରେ କାର୍ଯ୍ୟକାରୀ ପ୍ରଧାନ ବିଚାରପତି ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ । 2016 ମସିହା ସେପ୍ଟେମ୍ବର 22 ତାରିଖରେ ସେ କେରଳ ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରୁଥିଲେ । ସେ 1958 ମସିହା ମେ 5 ତାରିଖରେ କର୍ଣ୍ଣାଟକରେ ଜନ୍ମଗ୍ରହଣ କରିଥିଲେ ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.