ETV Bharat / bharat

ହାଇକୋର୍ଟ ବିଚାରପତି ବଦଳି: ୨୩ ଜଣଙ୍କ ନାଁ ସୁପାରିଶ କଲେ କଲେଜିୟମ, ଓଡ଼ିଶା ଆସିବେ ଜଣେ

author img

By

Published : Aug 11, 2023, 12:07 PM IST

ହାଇକୋର୍ଟ ବିଚାରପତି ବଦଳି
ହାଇକୋର୍ଟ ବିଚାରପତି ବଦଳି

୨୩ ଜଣ ହାଇକୋର୍ଟ ବିଚାରପତିଙ୍କ ବଦଳି ପାଇଁ ସୁପାରିଶ କଲେ ସୁପ୍ରିମକୋର୍ଟ କଲେଜିୟମ । ଓଡ଼ିଶା ଆସିବେ ଜଣେ ବିଚାରପତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ବଦଳି ହେବେ ହାଇକୋର୍ଟ ବିଚାରପତି । ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବାଧୀନ ସୁପ୍ରିମକୋର୍ଟ କଲେଜିୟମ ବିଭିନ୍ନ ରାଜ୍ୟର ୨୩ ଜଣ ହାଇକୋର୍ଟ ବିଚାରପତିଙ୍କ ବଦଳି ପାଇଁ ସୁପାରିଶ କରିଛନ୍ତି । ଜଷ୍ଟିସ ଏସକେ କୌଲ, ସଞ୍ଜୀବ ଖନ୍ନା, ବିଆର ଗଭାଇ ଏବଂ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ କଲେଜିୟମ ଅଗଷ୍ଟ ୩ରେ ଅନୁଷ୍ଠିତ ଏକ ବୈଠକରେ ଆହ୍ଲାବାଦ ହାଇକୋର୍ଟ, ଗୁଜୁରାଟ ହାଇକୋର୍ଟ, ତେଲେଙ୍ଗାନା ହାଇକୋର୍ଟ, ଆନ୍ଧ୍ରପ୍ରଦେଶ ପ୍ରଭୃତି ହାଇକୋର୍ଟର ବିଚାରପତିଙ୍କ ଅନ୍ୟତ୍ର ବଦଳି ନେଇ ନାଁ ସୁପାରିଶ କରିଥିବା ସୂଚନା ମିଳିଛି । ୨୩ ଜଣଙ୍କ ମଧ୍ୟରୁ କର୍ଣ୍ଣାଟକ ହାଇକୋର୍ଟ ବିଚାରପତି ଜଷ୍ଟିସ ନରେନ୍ଦର ଜି ଓଡି଼ଶା ହାଇକୋର୍ଟକୁ ବଦଳି ହେବେ ।

ଗୁଜୁରାଟ ହାଇକୋର୍ଟର ୪ ବିଚାରପତି ବଦଳି: ଗୁଜୁରାଟ ହାଇକୋର୍ଟର ୪ ଜଣ ବିଚାରପତିଙ୍କ ବଦଳି ହେବ । ରାହୁଲଙ୍କ ମାନହାନୀ ମାମଲାର ଶୁଣାଇ କରିଥିବା ବିଚାରପତି ହେମନ୍ତ ଏମ ପ୍ରଚ୍ଛକଙ୍କୁ ପାଟନା ହାଇକୋର୍ଟ ବଦଳି ପାଇଁ ସୁପାରିଶ ହୋଇଛି । ସେହିପରି ଅଳ୍ପେଶ ୱାଇ କୋଗଜେ, କୁମାରୀ ଗୀତା ଗୋପି ଏବଂ ସମୀର ଜେ ଦାବେଙ୍କୁ ଯଥାକ୍ରମେ ଆହ୍ଲାବାଦ ଓ ମାଡ୍ରାସ ଓ ରାଜସ୍ଥାନ ହାଇକୋର୍ଟକୁ ବଦଳି ହେବେ । ଆହ୍ଲାବାଦ ହାଇକୋର୍ଟର ଜଷ୍ଟିସ ବିବେକ କୁମାର ସିଂହ ମାଡ୍ରାସ ହାଇକୋର୍ଟକୁ ଯିବେ ।

ପଞ୍ଜାବ ଓ ହରିୟାଣା ହାଇକୋର୍ଟ ୪ ଜଣ ବିଚାରପତି ବଦଳି: ପଞ୍ଜାବ ଓ ହରିୟାଣା ହାଇକୋର୍ଟର ଜଷ୍ଟିସ ଅରବିନ୍ଦ ସିଂହ ସଙ୍ଗୱାନଙ୍କୁ ଆହ୍ଲାବାଦ, ଜଷ୍ଟିସ ଅବନୀଶ ଝିଙ୍ଗାନ ଗୁଜୁରାଟ, ଜଷ୍ଟିସ ରାଜମୋହନ ସିଂହ ମଧ୍ୟପ୍ରଦେଶ ହାଇକୋର୍ଟ ଓ ଅରୁଣ ମୋଙ୍ଗା ରାଜସ୍ଥାନ ହାଇକୋର୍ଟକୁ ବଦଳି ହେବେ । ଆହ୍ଲାବାଦ ହାଇକୋର୍ଟର ଜଷ୍ଟିସ ପ୍ରକାଶ ପାଦିଆଙ୍କୁ ଝାଡଖଣ୍ଡ ହାଇକୋର୍ଟ ସ୍ଥାନାନ୍ତର କରାଯିବ । ଆନ୍ଧ୍ର ହାଇକୋର୍ଟ ବିଚାରପତି ସି ମନାଭେନ୍ଦ୍ରନାଥଙ୍କୁ ଗୁଜୁରାଟ ହାଇକୋର୍ଟକୁ ବଦଳି ହେବେ । ଆହ୍ଲାବାଦ ହାଇକୋର୍ଟର ଜଷ୍ଟିସ ଏସ.ପି କେଶରୱାନି କୋଲକାତା ହାଇକୋର୍ଟ ବଦଳି ପାଇଁ ସୁପାରିଶ କରାଯାଇଛି ।

ସେହିପରି ଆହ୍ଲାବାଦର ଜଷ୍ଟିସ ରାଜେନ୍ଦ୍ର କୁମାର ଏବଂ ଆନ୍ଧ୍ର ହାଇକୋର୍ଟ ବିଚାରପତି ଭେଙ୍କଟ ରମାନାଙ୍କୁ ମଧ୍ୟପ୍ରଦେଶ ବଦଳି କରାଯିବ। କୋଲକାତା ହାଇକୋର୍ଟର ୩ ଜଣ ବିଚାରପତିଙ୍କ ବଦଳି ହେବ । ଜଷ୍ଟିସ ଶେଖର ବି ସରାଫ ଆହ୍ଲାବାଦ, ଲପିତା ବାନାର୍ଜୀ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଏବଂ ବେବିକା ଚୌଧୁରୀ ପାଟନା ହାଇକୋର୍ଟକୁ ବଦଳି ପାଇଁ କଲେଜିୟମ ସୁପାରିଶ କରିଛନ୍ତି ।

ତେଲେଙ୍ଗାନା ହାଇକୋର୍ଟ ବିଚାରପତି ବଦଳି: ତେଲେଙ୍ଗାନା ହାଇକୋର୍ଟର ୪ ଜଣ ବିଚାରପତି ବଦଳି ହେବେ । ଜଷ୍ଟିସ ଜି ଅନପୂର୍ଣ୍ଣା ଚକ୍ରବର୍ତ୍ତୀ ପାଟନା ହାଇକୋର୍ଟକୁ, ଜଷ୍ଟିସ ମୁନ୍ନୁରି ଲକ୍ଷ୍ମଣ ରାଜସ୍ଥାନ, ଜଷ୍ଟିସ ଏମ ସୁଧୀର କୁମାର କୋଲକାତା ଏବଂ ଜଷ୍ଟିସ ସି ସୁମାଲତାଙ୍କ ଗୁଜୁରାଟକୁ ବଦଳିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.