ETV Bharat / bharat

Maha crisis: ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ଯାଏ କୌଣସି ନିର୍ଣ୍ଣୟ ନନେବାକୁ ବାଚସ୍ପତିଙ୍କୁ SCଙ୍କ ନିର୍ଦ୍ଦେଶ

author img

By

Published : Jul 11, 2022, 11:47 AM IST

Maharashtra crisis: ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ଯାଏ କୌଣସି ନିର୍ଣ୍ଣୟ ନନେବାକୁ ବାଚସ୍ପତିଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
Maharashtra crisis: ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ଯାଏ କୌଣସି ନିର୍ଣ୍ଣୟ ନନେବାକୁ ବାଚସ୍ପତିଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ଯାଏ କୌଣସି ନିର୍ଣ୍ଣୟ ନନେବା ପାଇଁ ମହାରାଷ୍ଟ୍ର ବାଚସ୍ପତିଙ୍କୁ ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ । ଗମ୍ଭୀରତାକୁ ଦେଖି ଖଣ୍ଡପୀଠ ଗଠନର ଆବଶ୍ୟକତା ଯୋଗୁ ତ୍ବରିତ ଶୁଣାଣି ପାଇଁ କୋର୍ଟଙ୍କ ଅନାଗ୍ରହ । ଅଧିକ ପଢନ୍ତୁ

ନୁଆଦିଲ୍ଲୀ: ମହାରାଷ୍ଟ୍ର ରାଜନୈତିକ ସଙ୍କଟ ମାମଲାରେ ଆଜି ଶୁଣାଣି କରିଛନ୍ତି ସର୍ବୋଚ୍ଚ କୋର୍ଟ । ପରବର୍ତ୍ତୀ ନିର୍ଦ୍ଦେଶ ନମିଳିବା ଯାଏ, କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପାଇଁ ମହାରାଷ୍ଟ୍ର ବାଚସ୍ପତିଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଶୁଣାଣି ସମୟରେ ସଲିସେଟର ଜେନେରାଲଙ୍କୁ ମହାରାଷ୍ଟ୍ର ବାଚସ୍ପତିଙ୍କୁ ନିର୍ଦ୍ଦେଶ ସମ୍ପର୍କରେ ଅବଗତ କରିବାକୁ କହିବା ସହ ଶୁଣାଣି ସ୍ଥଗିତ ରଖିଛନ୍ତି କୋର୍ଟ ।

  • Uddhav Thackeray-led Shiv Sena camp mentions its plea before the Supreme Court challenging the election of the new Speaker of the Maharashtra Assembly.

    (File pic) pic.twitter.com/poieD8W0ox

    — ANI (@ANI) July 11, 2022 " class="align-text-top noRightClick twitterSection" data=" ">

କୋର୍ଟ କହିଛନ୍ତି ଏହି ମାମଲାର ଶୁଣାଣି ପାଇ ଏକ ଖଣ୍ଡପୀଠ ଗଠନ ହେବାର ଆବଶ୍ୟକତା ରହିଛି । ଏହି ପ୍ରକ୍ରିୟା ପାଇଁ କିଛି ସମୟ ମଧ୍ୟ ଲାଗିବ । ଉଦ୍ଧବ ଠାକରେ ଗୋଷ୍ଠୀ ମାମଲାର ତ୍ବରିତ ଶୁଣାଣି ପାଇଁ କୋର୍ଟଙ୍କୁ ନିବେଦନ କରିଥିଲେ ସୁଦ୍ଧା ଆସନ୍ତାକାଲି ଏହି ମାମଲାକୁ ଶୁଣାଣି ସୂଚୀରେ ମଧ୍ୟ ରଖାଯାଇନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.