ETV Bharat / bharat

ଅନ୍ତର୍ଜାତୀୟ ବାଣିଜ୍ୟ ବେଳାରେ ସୁନାରେ ତିଆରି ଶାଢ଼ୀ, ଜାଣନ୍ତୁ କେତେ ଦାମ୍‌

author img

By ETV Bharat Odisha Team

Published : Nov 27, 2023, 2:22 PM IST

ରାଜଧାନୀରେ ଆୟୋଜିତ ହୋଇଛି ୪୨ତମ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରେଡ୍ ଫେୟାର । ଏହି ମେଳାରେ ଆକର୍ଷଣ ସାଜିଛି ଦାମୀ ଶାଢ଼ୀ । ଅଧିକ ପଢ଼ନ୍ତୁ

costly saree became center of attraction
ଆକର୍ଷଣ ସାଜିଛି ଏକ ଦାମୀ ସାଢୀ

ଆକର୍ଷଣ ସାଜିଛି ଏକ ଦାମୀ ସାଢୀ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆୟୋଜିତ ହୋଇଛି ୪୨ ତମ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରେଡ୍ ଫେୟାର । ପ୍ରଗତି ମୈଦାନ ସ୍ଥିତ ୨ ନମ୍ବର ହଲରେ ଥିବା ଉତ୍ତରପ୍ରଦେଶ ପାଭିଲିଅନରେ ଆକର୍ଷଣ ସାଜିଛି ଏକ ଦାମୀ ସାଢୀ । ଏହି ସାଢୀରେ ସୁନାରେ ନିର୍ମିତ ଜରିରେ କାମ ହୋଇଛି । ତେଣୁ ଏହି ଶାଢୀର ମୂଲ୍ୟ ଢେର ଅଧିକ ରହିଛି । ତେବେ ଏହାର ମୂଲ୍ୟ 2 ଲକ୍ଷ 25 ହଜାର ଟଙ୍କା ରହିଥିବା ଜଣାପଡିଛି । ଯାହାକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକ ଷ୍ଟଲକୁ ଆସି ଭିଡ଼ ଜମାଇଛନ୍ତି ।

ଦିଲ୍ଲୀରେ ଆୟୋଜିତ ବାଣିଜ୍ୟ ମେଳାରେ ଉତ୍ତରପ୍ରଦେଶ ପାଭିଲିୟନରେ ଏକ ଶାଢ଼ୀ ସାଜିଛି ଆକର୍ଷଣର କେନ୍ଦ୍ର ବିନ୍ଦୁ । ଏହି ଶାଢ଼ୀକୁ ତିଆରି କରିଥିବା ମହମ୍ମଦ ତବିଶ 'ଇଟିଭି ଭାରତ'ରେ ପ୍ରତିକ୍ରିୟା ରଖି କହିଛନ୍ତି, "ଆମ ପୂର୍ବପୁରୁଷମାନେ ମୋଗଲଙ୍କ ସମୟରୁ ଏହି ପ୍ରକାର ଶାଢୀ ତିଆରି କରିଆସୁଛନ୍ତି । ଯଦିଓ ସେମାନଙ୍କର ଅନ୍ୟ ଷ୍ଟଲରେ 5ହଜାର ଟଙ୍କାରୁ ଆରମ୍ଭ କରି 75ହଜାର ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ରହିଛି ତଥାପି ଏହି 2ଲକ୍ଷ 25 ହଜାର ଟଙ୍କା ମୂଲ୍ୟର ଶାଢ଼ୀ ସବୁଠୁ ନିଆରା । ଏହିଭଳି ସମୁଦାୟ ୪ ଟି ଶାଢ଼ୀ ଆସିଥିବାବେଳେ ସେଥିମଧ୍ୟରୁ ୩ଟି ବିକ୍ରି ହୋଇସାରିଥିବା ସେ କହିଛନ୍ତି ।"

ତବିଶ ଆହୁରି ମଧ୍ୟ କହିଛନ୍ତି, "ଏହା ରେଶମ ସୂତାରୁ ତିଆରି ହୋଇଛି ଏବଂ ସୁନାରେ ନିର୍ମିତ ଜରି ସହିତ ଏମ୍ବ୍ରୋଡୋରୀ କରାଯାଇଛି । ଏହା ମହଙ୍ଗା ହେବାର ସବୁଠାରୁ ବଡ଼ କାରଣ ହେଉଛି ଏଥିରେ ସୁନାରେ କାମ ହୋଇଥିବାବେଳେ ଏହାକୁ ତିଆରି କରିବାକୁ ବୁଣାକାରଙ୍କୁ ପ୍ରାୟ ୩ ମାସ ସମୟ ଲାଗିଛି । ଯେଉଁଥିପାଇଁ ଅଧିକ ମଜୁରୀ ଦେବାକୁ ପଡ଼ିବ ।

ତେବେ ମେଳାରେ ଚଳିତ ଥର ଭଲ ବିକ୍ରି ହୋଇଥିବା ବ୍ୟବସାୟୀ ପ୍ରକାଶ କରିଛନ୍ତି । ଏହି ସାଢୀକୁ ଦେଖିବାକୁ ଗ୍ରାହକଙ୍କ ଭିଡ ଜମୁଛି । ମୂଲ୍ୟ ଅତ୍ୟଧିକ ଥିଲେ ମଧ୍ୟ କେହି ନା କେହି ଏହି ଶାଢ଼ୀ ଆସି କିଣି ନେଉଛନ୍ତି । ସୂଚନା ଅନୁସାରେ, ଗତ ରବିବାର ଏହି ପ୍ରଦର୍ଶନୀ ବୁଲି ଦେଖିବା ପାଇଁ ରେକର୍ଡ ସଂଖ୍ୟକ ଲୋକ ଆସିଥିଲେ ।

ଏହା ବି ପଢନ୍ତୁ...ଆରମ୍ଭ ହେଲା ଜାତୀୟ ହସ୍ତତନ୍ତ ମେଳା, ୬୦ଟି ଷ୍ଟଲରେ ହସ୍ତତନ୍ତ ଶିଳ୍ପ ପ୍ରଦର୍ଶନୀ ଓ ବିକ୍ରୟ ମେଳା

ଏହା ବି ପଢନ୍ତୁ...ନବରଙ୍ଗପୁରରେ ଟେରାକୋଟା ହସ୍ତଶିଳ୍ପ ପ୍ରଦର୍ଶନୀ ଉଦଘାଟିତ

ଏହା ବି ପଢନ୍ତୁ...ବିଶ୍ବସ୍ତରରେ ପହଞ୍ଚିବ ପଶ୍ଚିମ ଓଡ଼ିଶାର ସାମଗ୍ରୀ, IIMରେ ବୁଣାକାରଙ୍କ ପାଇଁ ହସ୍ତତନ୍ତ ପ୍ରଦର୍ଶନୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.