ETV Bharat / bharat

ହଜିଯାଇଥିବା ଜିନିଷକୁ ଖୋଜିବ ସ୍ମାର୍ଟଥିଙ୍ଗସ ଆପ

author img

By

Published : Feb 8, 2021, 7:56 AM IST

ସାମସଙ୍ଗ ଗ୍ୟାଲେକ୍ସି ଟ୍ୟାଗ
ସାମସଙ୍ଗ ଗ୍ୟାଲେକ୍ସି ଟ୍ୟାଗ

ଯଦି ଆପଣଙ୍କୁ ଆପଣଙ୍କ କୌଣସି ଜିନିଷ ମିଳୁନାହିଁ,ଆପଣ ତାହାକୁ କେଉଁଠି ରଖି ଦେଇଛନ୍ତି ତାହା ମନେ ପଡୁନାହିଁ ତେବେ ତାହାକୁ ଖୋଜିବାରେ ସହଜ କରିବ ସାମସଙ୍ଗ ଗ୍ୟାଲେକ୍ସି ଟ୍ୟାଗ ଯନ୍ତ୍ର। ଅଧିକ ପଢନ୍ତୁ...

ହାଇଦ୍ରାବାଦ: ଏଣିକି ଖୋଜି ପାଇବେ ଭୁଲି ଯାଇଥିବା ଜିନିଷ । ଆମେ ସାଧାରଣତଃ କେଉଁଠି କେଉଁ ଜିନିଷ ରଖି ଦେଇଥାଉ ତାହା ବେଳେବେଳେ ଖୋଜିବା ସମ୍ଭବ ହୋଇନଥାଏ । ଏହାକୁ ଖୋଜିବା ସହଜ କରିବ ସାମସଙ୍ଗ ଗ୍ୟାଲେକ୍ସି ଟ୍ୟାଗ। ଏହି ଯନ୍ତ୍ର ଆପଣଙ୍କ ଚାବି,ଲଗେଜ କିମ୍ଭା ଅନ୍ୟ କିଛି ବ୍ୟକ୍ତିଗତ ଜିନିଷ ଖୋଜିବାରେ ସାହାଯ୍ୟ କରିବ। ଏହି ଯନ୍ତ୍ର ଆପଣଙ୍କ ଆପଣଙ୍କ ସ୍ମାଟ ଫୋନ ଦ୍ବାରା ଭୁଲି ଯାଇଥିବା ଜିନିଷକୁ ସହଜରେ ଖୋଜି ପାରିବ।

ଗାଲେକ୍ସି ସ୍ମାର୍ଟ ଟ୍ୟାଗକୁ କିପରି ବ୍ୟବହାର କରିବେ

  • ଏହାକୁ ପ୍ରଥମେ ଆପଣଙ୍କ ସ୍ମାଟଫୋନ ସହିତ ସଂଯୁକ୍ତ କରିବାକୁ ପଡିବ।
  • ଏହା ପରେ ସ୍ମାଟଟ୍ୟାଗରେ ଥିବା ମଝି ବଟନକୁ ଦବାନ୍ତୁ।
  • ଏହା ପରେ ଆପଣଙ୍କ ଫୋନର ସୂଚନା ଅନୁଯାୟୀ ସେହି ବଟନକୁ ଆଉ ଥରେ ଦବାନ୍ତୁ।
  • ଏହା ପରେ ଆପଣ ସ୍ମାଟ ପ୍ରାଣଳୀରେ ମାନଚିତ୍ର ଦ୍ବାରା ଲୋକେସନ ପାଇପାରିବେ।
  • ସ୍ମାଟଥିଙ୍ଗସ୍ ଆପର ସନ୍ଧାନରେ ଆପଣ ନିଜର ଟ୍ୟାଗର ଲୋକେସନ ଖୋଜିବାରେ ସଫଳ ହୋଇପାରିବେ।

ଯଦି ଆମେ କେବେ ଆମ ଜିନିଷ ରଖିଥିବା ସ୍ଥାନରେ ନଥାଏ ତେବେ ଆମେ ପ୍ରଥମେ ସ୍ମାର୍ଟ ଫୋନ ଆଣି ସ୍ମାର୍ଟଥିଙ୍ଗସ ଆପ ଦ୍ବାରା ଜିନିଷ ପାଇପାରିବା। ଆପର ସୂଚମା ଅନୁସାରେ ବଟନ ଦବାଇବା ଦ୍ବାରା ବିପ ଶବ୍ଦ ହେବ। ଏହା ଶବ୍ଦ ଦ୍ବାରା ଆପଣ ଆପଣଙ୍କ ଜିନିଷକୁ ପାଇ ପାରିବେ। ଏହି ସ୍ମାର୍ଟଟ୍ୟାଗ 4ସେମି ଦୈର୍ଘ୍ୟ ଓ 4ସେମି ପ୍ରସ୍ଥ ଅଟେ । ଏହାର ଓଜନ 13ଗ୍ରାମ।

ଯଦି ଆପଣ ଆପଣଙ୍କ ସ୍ମା୍ର୍ଟ ଫୋନ ପାଉ ନାହାନ୍ତି। କେଉଁଠି ରଖି ଦେଇଛ ତାହା ମନେ ପଡୁନାହିଁ। ତେବେ ଅଜଥା ସମୟ ନଷ୍ଟ ନ କରି ତୁରନ୍ତ ଗ୍ୟାଲେକ୍ସି ସ୍ମାର୍ଟଟ୍ୟାଗ ବ୍ୟବହାର କରି ସ୍ମାର୍ଟଟ୍ୟାଗର ସୂଚନା ଅନୁସାରେ ପ୍ରଥମେ ବଟନ ଦବାଇବେ। ଏହା ପରେ ସେଥିରୁ ଆସୁଥିବା ବିପ ଧ୍ବନି ଆପଣଙ୍କୁ ଫୋନ ଖୋଜିବାରେ ସାହାର୍ଯ୍ୟ କରିବ।

ଖାଲି ଜିନିଷ ନୁହେଁ ଯଦି ଆପଣଙ୍କ ଗୃହ ପାଳିତ ପଶୁ କେଉଁଆଡେ ଚାଲି ଯାଇଛି ବା କେଉଁଠି ଲୁଚି ଯାଇଛି ତେବେ ସ୍ମାର୍ଟଫୋନରେ ସ୍ମାର୍ଟଟ୍ୟାଗ ସଂଯୋଗ କରି ଆପଣଙ୍କ ଗୃହପାଳିତ ପଶୁର ଅବସ୍ଥାନ ବିଷୟରେ ଜାଣିପାରିବେ। ଏହା ଆପଣଙ୍କ ସ୍ମାର୍ଟଫୋନର ବ୍ଲୁଟୁଥ ଲୋ ଏନର୍ଜି ଟେକ୍ନୋଲୋଜି3 ଦ୍ବାରା ସମ୍ଭବ ହୋଇଥାଏ।

ଗ୍ୟାଲେକ୍ସି ସ୍ମାର୍ଟ ଟ୍ୟାଗ କେବଳ ଆପଣଙ୍କ ଜିନିଷ ଖୋଜିବାରେ ସହାୟକ ହୁଏ ତାହା ନୁହେଁ ଏହା ଆପଣଙ୍କ ସ୍ମାର୍ଟଫୋନକୁ ନିୟନ୍ତ୍ରଣ କିରବାରେ ମଧ୍ୟ ଉପଯୋଗୀ ହୋଇଥାଏ। ସ୍ମାର୍ଟ ଥିଙ୍ଗସ ଆପ ଦ୍ବାରା ଟ୍ୟାଗ ବଟନର ପ୍ରୟୋଗରେ ଆପଣଙ୍କ ଜିନିଷ ପାଇବାରେ ସମ୍ଭବ ହୋଇଥାଏ। ଥରେ ଆପଣ ସ୍ମାର୍ଟଥିଙ୍ଗସ ଆପ୍ରର ‘ମୋଡ୍’ ମେନୁରେ ଅନ୍ୟ ଡିଭାଇସ୍ ସେଟ୍ ଅପ୍ କଲେ, ଆପଣ ଆପଣଙ୍କର ସ୍ମାର୍ଟ ଟ୍ୟାଗ୍ ସହିତ ଏକାଧିକ ଉପକରଣକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହେବେ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.