ETV Bharat / bharat

ଦେବୀଙ୍କ ମହିମା, ମା’ ଙ୍କୁ ଭୋଗ ଲାଗେ ସିଙ୍ଗଡା, ଆଳୁଚପ ଓ ଚାୱମିନ

author img

By

Published : Jun 19, 2021, 10:50 PM IST

ଦେଶର ପ୍ରଥମ ଏଭଳି ମନ୍ଦିର ଯେଉଁଠି ମା’ଙ୍କୁ ଭୋଗରେ ଲାଗେ ସିଙ୍ଗଡା , କଚୋଡୀ, ଆଳୁଚପ, ଇଟଲି, ଲଙ୍କାଚପ , ଦୋସା , ସାମ୍ବର ବରା ଭଳି ଖାଦ୍ୟ ପଦାର୍ଥ । ଦେଖନ୍ତୁ, ରାୟପୁରର ଏହି ଦେବୀ ପୀଠ ଓ ଏଠାକାର ଅନନ୍ୟ ବିଶେଷତ୍ବ ..

ମା’ ଙ୍କୁ ଭୋଗ ଲାଗେ ସିଙ୍ଗଡା ଆଳୁଚପ ଓ ଚାୱମିନ
ମା’ ଙ୍କୁ ଭୋଗ ଲାଗେ ସିଙ୍ଗଡା ଆଳୁଚପ ଓ ଚାୱମିନ

ରାୟପୁର: ପ୍ରାୟତଃ ମନ୍ଦିରରେ ଭଗବାନଙ୍କୁ ଫଳ-ଫୁଲ ମିଠା ଭୋଗ ଭାବେ ଚଢାଯାଇଥାଏ । ଆପଣ ବି ଏଭଳି ଭୋଗ କରିଥିବେ । ହେଲେ ଆପଣ କେବେ ଭଗବାନଙ୍କୁ ସିଙ୍ଗଡା, କଚେଡୀ , ଲୁଣି ରାଗ ଛଣା ଖାଦ୍ୟ ଭୋଗ ଭାବେ ବଢାଯାଉଥିବା ଦେଖିଛନ୍ତି କି ? ଯଦି ନାହିଁ ..ତେବେ ଇଟିଭି ଭାରତ ଆଜି ଆପଣଙ୍କୁ ଏଭଳି ମନ୍ଦିରର ଦର୍ଶନ କରାଇବ , ଯେଉଁଠି ଦେବୀ ମା’ଙ୍କୁ ମିଠା, ଫଳ ବ୍ୟତିତ ସିଙ୍ଗଡା, କଚୋଡୀ, ଲୁଣି ଖାଦ୍ୟ ଚଢାଯାଏ ।

ଦେବୀଙ୍କ ମହିମା , ମାଁ ଙ୍କୁ ଭୋଗ ଲାଗେ ସିଙ୍ଗଡା, ଆଳୁଚମ ଓ ଚାୱମିନ

ରାୟପୁରର ପୁରୁଣା ବସ୍ତି ସ୍ଥିତ ମା’ ଶୀତଳା ମନ୍ଦିର ପ୍ରାଙ୍ଗରେ ରହିଛି ମା’ଧୂମାବତୀଙ୍କ ମନ୍ଦିର । ଏଠାରେ ମା’ ଧୂମାବତୀଙ୍କୁ ଫଳ-ମିଠେଇ ବ୍ୟତିତ, ସିଙ୍ଗଡା , କଚୋଡୀ, ଆଳୁଚପ, ଇଟଲି, ଲଙ୍କାଚପ , ଦୋସା , ସାମ୍ବର ବରା ଭଳି ଖାଦ୍ୟ.. ଭୋଗ ସ୍ବରୂପ କରାଯାଇଥାଏ ଅର୍ପଣ ।

ଦୁର୍ଗାଙ୍କ ଦଶ ମହାବିଦ୍ୟା ମଧ୍ୟରୁ ଗୋଟିଏ ରୂପ ମା’ ଧୂମାବତୀ ଦେବୀ । ମାନ୍ୟତା ରହିଛି କି ମା’ ଦୁର୍ଗା ରାକ୍ଷସଙ୍କ ବଧ କରିବା ପାଇଁ ଏହି ରୂପ ଧାରଣ କରିଥିଲେ । ଆଉ ମା’ଙ୍କ ସିଦ୍ଧି ପାଇବା ପାଇଁ ଏହି ରୂପକୁ ପୂଜା କରିଥାନ୍ତି ଭକ୍ତ । ରାୟପୁରରେ ପ୍ରାୟ 10 ବର୍ଷ ତଳ ଧୂମାବତୀ ପୀଠର ସ୍ଥାପନା ଏଠାକାର ପୂଜାରୀ କରିଥିଲେ । ଆଉ ସେବେଠୁ ସମ୍ପୁର୍ଣ୍ଣ ବିଧିବିଧାନ ସହ ଏଠାରେ ପୂଜାର୍ଚ୍ଚନା କରାଯାଇଆସୁଛି ।

ମା’ଙ୍କ ଭାରୀ ପ୍ରିୟ ଲୁଣି ଭୋଗ । ପ୍ରାୟତଃ ଭକ୍ତ ଏଠାରେ ସିଙ୍ଗଡା , କଚେଡୀ ଆଦି ଭୋଗ ଚଢାଉଥିବା ବେଳେ କିଛି ଜଣ ମାଁଙ୍କୁ ଚାୱମିନ ଓ ପାସ୍ତା ବି ଅର୍ପଣ କରନ୍ତି ।

ଆପଣ ବି ଆସନ୍ତୁ , ଆଉ ମା’ଙ୍କ ଏହି ରୂପର ଦର୍ଶନ କରନ୍ତୁ । ଇଟିଭି ଭାରତ କାମନା କରୁଛି କି ଆପଣ ସମସ୍ତଙ୍କ ସବୁ ମନୋସ୍କାମନା ମା’ ପୂରଣ କରନ୍ତୁ ..

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.