ETV Bharat / bharat

Same-sex marriage: ଗଠନ ହେଲା 5 ଜଣିଆ ସାମ୍ବିଧାନିକ ଖଣ୍ଡପୀଠ, 18ରୁ ଶୁଣାଣି

author img

By

Published : Apr 16, 2023, 6:55 AM IST

ସମଲିଙ୍ଗୀ ବିବାହ ମାମଲାର ଶୁଣାଣି ପାଇଁ ସୁପ୍ରିମ କୋର୍ଟ ଗତକାଲି 5 ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଗଠନ କରିଛନ୍ତି । ଏହା ଚଳିତ 18ରୁ ଏହି ସମ୍ପର୍କିତ ମାମଲାର ଶୁଣାଣି କରିବ । ଅଧିକ ପଢନ୍ତୁ

Same-sex marriage: ଗଠନ ହେଲା 5 ଜଣିଆ ସାମ୍ବିଧାନିକ ଖଣ୍ଡପୀଠ, 18ରୁ ଶୁଣାଣି ଆରମ୍ଭ
Same-sex marriage: ଗଠନ ହେଲା 5 ଜଣିଆ ସାମ୍ବିଧାନିକ ଖଣ୍ଡପୀଠ, 18ରୁ ଶୁଣାଣି ଆରମ୍ଭ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ସମଲିଙ୍ଗୀ ବିବାହ ମାମଲାର ତଦନ୍ତ ପାଇଁ ବରିଷ୍ଠ ବିଚାରପତିଙ୍କୁ ନେଇ ଗଠିତ ହେଲା 5 ଜଣିଆ ସାମ୍ବିଧାନିକ ଖଣ୍ଡପୀଠ । ଏହି ସାମ୍ବିଧାନିକ ଖଣ୍ଡପୀଠ ଚଳିତ ମାସ 18 ତାରିଖରୁ ଏହି ସମ୍ପର୍କିତ ମାମଲାର ଶୁଣାଣି ଆରମ୍ଭ କରିବ । ଏହି ସାମ୍ବିଧାନିକ ବେଞ୍ଚରେ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବରେ କାମ କରିବାକୁ ଥିବା ବେଳେ ଅନ୍ୟ ସଦସ୍ୟ ବିଚାରପତିଙ୍କ ମଧ୍ୟରେ ଜଷ୍ଟିସ ସଞ୍ଜୟ କିଶାନ କୌଲ, ଜଷ୍ଟିସ ରବିନ୍ଦ୍ର ଭଟ୍ଟ, ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ ପି.ଏସ ନରସିଂହଙ୍କୁ ସ୍ଥାନ ମିଳିଛି । ଏପ୍ରିଲ 18 ରୁ ଶୁଣାଣି ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି ।

ଏହା ପୂର୍ବରୁ ଏହି ମାମଲାର ଶୁଣାଣି ପ୍ରଧାନ ବିଚାରପତି ଚନ୍ଦ୍ରଚୂଡଙ୍କ ନେତୃତ୍ବାଧୀନ 3 ଜଣିଆ ଖଣ୍ଡପୀଠଙ୍କ ଦ୍ବାରା ହେଉଥିଲା । ମାର୍ଚ୍ଚ 13ରେ ଏହି ସମ୍ବେଦନଶୀଳ ମାମଲାର ଶୁଣାଣି କରିବା ପାଇଁ 3 ଜଣିଆ ଖଣ୍ଡପୀଠ ଗଠନ କରିଥିଲେ ସର୍ବୋଚ୍ଚ କୋର୍ଟ । ପରେ କେନ୍ଦ୍ର ସରକାର ଏହି ସମ୍ବଲିଙ୍ଗୀ ବିବାହକୁ ଭାରତୀୟ ପାରିବାରିକ ଅବଧାରଣାର ବିପରୀତ ଦର୍ଶାଇ ଅନୁମତି ଦେବା ଉପରେ ଆପତ୍ତି ଉଠାଇଥିଲେ ।

ବ୍ୟକ୍ତି ସ୍ବାଧୀନତା ସହ ଜଡିତ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଅଧିକ ତର୍କ ସମ୍ବଳିତ ବିମର୍ଶ ପାଇଁ ମାମଲାର ଶୁଣାଣି 5 ଜଣିଆ ସାମ୍ବିଧାନିକ ଖଣ୍ଡିପୀଠ ଦ୍ବାରା କରାଇବା ପାଇଁ ଘୋଷଣା କରିଥିଲେ ସର୍ବୋଚ୍ଚ କୋର୍ଟ ଘୋଷଣା କରିଥିଲେ । ତେବେ ଏବେ ସାମ୍ବିଧାନିକ ଖଣ୍ଡପୀଠ ଗଠନ କରାଯାଇଛି । ପୂର୍ବରୁ 3 ଜଣିଆ ଖଣ୍ଡପୀଠଙ୍କ ଦ୍ବାରା ଶୁଣାଣି ଜାରି ରହିଥିବା ସମସ୍ତ ମାମଲା ଏବେ ଏହି ବୃହତ୍ତର ସାମ୍ବିଧାନିକ ଖଣ୍ଡପୀଠକୁ ହସ୍ତାନ୍ତର କରାଯିବା ସହ 18 ତାରିଖରୁ ନିୟମିତ ଭାବେ ଶୁଣାଣି ଜାରି ରହିବ ।

ସମଲିଙ୍ଗୀ ବିବାହକୁ ସର୍ବୋଚ୍ଚ କୋର୍ଟଙ୍କ ବିବାହ ଅନୁମତି ସମ୍ପର୍କିତ 15ଟି ମାମଲା ସମ୍ପର୍କରେ ଆପତ୍ତି ଉଠାଇଥିଲା କେନ୍ଦ୍ର ସରକାର । ଏହା ବ୍ୟକ୍ତି ସ୍ବାଧୀନତା କିନ୍ତୁ ବିବାହର ମାନ୍ୟତାଯୋଗ୍ୟ ନୁହେଁ । ଏହା ଭାରତୀୟ ପାରିବାରିକ ଢାଞ୍ଚାର ବିପରୀତ ବୋଲି ଦର୍ଶାଇ କେନ୍ଦ୍ର ସରକାର ସର୍ବୋଚ୍ଚ କୋର୍ଟଙ୍କ ରାୟକୁ ନେଇ ଆପତ୍ତି ଉଠାଇବା ସହ ସତ୍ୟପାଠ ଦାଖଲ କରିଥିଲେ । କେନ୍ଦ୍ର ସରକାର ରିପୋର୍ଟରେ ଦର୍ଶାଇଥିଲେ, ଭାରତୀୟ ପରିବାରର ସଂରଚନା ପତି-ପତ୍ନୀ ଓ ସେମାନଙ୍କ ସନ୍ତାନଙ୍କ ଦ୍ବାରା ହୋଇଥାଏ । ତେବେ ସମଲିଙ୍ଗୀ ବିବାହ ଏହାର ଏକ ସମ୍ପୂର୍ଣ୍ଣ ବିପରୀତ ଧାରା । ସମଲିଙ୍ଗୀ ଯୌନ ସମ୍ପର୍କକୁ ବୈଧ ଭାବେ ଅନୁମତି ଦେବା ପାରିପାରିକ ଢାଞ୍ଚାର ବିରୋଧୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.