ETV Bharat / bharat

UP mandate: ଫଳାଫଳ ପରେ ବିଧାନସଭା ସମ୍ମୁଖରେ ସମାଜବାଦୀ ପାର୍ଟି କର୍ମୀଙ୍କ ଆତ୍ମାହୂତି ଉଦ୍ୟମ

author img

By

Published : Mar 10, 2022, 5:46 PM IST

UP mandate: ଫଳାଫଳ ପରେ ବିଧାନସଭା ସମ୍ମୁଖରେ ସମାଜବାଦୀ ପାର୍ଟି କର୍ମୀଙ୍କ ଆତ୍ମଦାହ ଉଦ୍ୟମ
UP mandate: ଫଳାଫଳ ପରେ ବିଧାନସଭା ସମ୍ମୁଖରେ ସମାଜବାଦୀ ପାର୍ଟି କର୍ମୀଙ୍କ ଆତ୍ମଦାହ ଉଦ୍ୟମ

ବିଧାନସଭା ସମ୍ମୁଖରେ ଆତ୍ମାହୂତି ଉଦ୍ୟମ କଲେ ସମାଜବାଦୀ ପାର୍ଟି କର୍ମୀ । ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କଲା ପୋଲିସ । ଅଧିକ ପଢନ୍ତୁ

ଲକ୍ଷ୍ନୌ: ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ବିଜେପି ପୁଣି ଥରେ ସରକାର ଗଢିବା ସ୍ପଷ୍ଟ ହୋଇଛି । ତେବେ ସମାଜବାଦୀ ପାର୍ଟି ସରକାର କରିବାର ସ୍ବପ୍ନ ଅଧା ରହିଛି । ସପାର ପ୍ରଦର୍ଶନରେ ଜଣେ କର୍ମୀ ବିଧାନସଭା ସମ୍ମୁଖରେ ଅଭାବନୀୟ କାଣ୍ଡ ଭିଆଇଛନ୍ତି । କର୍ମୀଜଣଙ୍କ ନିଜ ଦେହରେ ନିଆଁ ଲଗାଇ ଆତ୍ମାହୂତି ଉଦ୍ୟମ କରିଥିଲେ । ସେଠାରେ ଥିବା ପୋଲିସ କର୍ମଚାରୀ ଉକ୍ତ କର୍ମୀଙ୍କୁ କାବୁ କରିବାରେ ସଫଳ ହୋଇଥିଲେ । ଫଳରେ ତାଙ୍କ ଜୀବନ ବର୍ତ୍ତି ଯାଇଛି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

UP mandate: ଫଳାଫଳ ପରେ ବିଧାନସଭା ସମ୍ମୁଖରେ ସମାଜବାଦୀ ପାର୍ଟି କର୍ମୀଙ୍କ ଆତ୍ମଦାହ ଉଦ୍ୟମ

କର୍ମୀଜଣଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ । ସପା ମୁଖ୍ୟ ଅଖିଳେଶ ଯାଦବ ଜିତିଥିଲେ ସୁଦ୍ଧା ଦଳ ଆଶାନୁରୂପକ ଫଳାଫଳ ହାସଲ କରିପାରିନାହିଁ । ତେବେ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରିଥିଲେ ସୁଦ୍ଧା ବିରୋଧୀ ଦଳରେ ସପାକୁ ସନ୍ତୁଷ୍ଟ ହେବାକୁ ପଡିବ । ଏବେ ମଧ୍ୟ ସମସ୍ତ ଆସନରେ ଚୂଡାନ୍ତ ତଥ୍ୟ ମିଳିବା ବାକି ରହିଥିବା ବେଳେ ଗଣତି ପ୍ରକ୍ରିୟା ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.