ETV Bharat / bharat

ଆଜି କ୍ବାଡ୍ ସମ୍ମିଳନୀ, ସାମିଲ ହେବେ ଜୟଶଙ୍କର

author img

By

Published : Feb 10, 2022, 8:41 AM IST

Updated : Feb 11, 2022, 8:38 AM IST

S Jaishankar
S Jaishankar

ଆଜି ଚତୁର୍ଥ କ୍ବାର୍ଡ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ଗୁରୁବାରଠୁ ଅଷ୍ଟ୍ରେଲିଆ ଗସ୍ତରେ ଯାଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଅଧିକ ପଢନ୍ତୁ

ମେଲବୋର୍ଣ୍ଣ: ଆଜି (ଶୁକ୍ରବାର) ଚତୁର୍ଥ କ୍ବାର୍ଡ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ଗୁରୁବାରଠୁ ଅଷ୍ଟ୍ରେଲିଆ ଗସ୍ତରେ ଯାଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଭାରତ ସମେତ ଅଷ୍ଟ୍ରେଲିଆ, ଜାପାନ ଓ ଆମେରିକାର ବୈଦେଶିକ ମନ୍ତ୍ରୀ ଏହି ବୈଠକରେ ସାମିଲ ହେବେ ।

ଏହି ସମ୍ମିଳନୀରେ କୋରୋନା ମହାମାରୀ, କ୍ରିଟିକାଲ ଟେକ୍ନୋଲୋଜି, ଚୀନ ଏବଂ ଜଳବାୟୁ ପରିବର୍ତ୍ତନ ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ । ଫେବ୍ରୁଆରୀ ୧୨ରେ ଜୟଶଙ୍କର ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ସାକ୍ଷାତରେ ରଣନୀତିକ ଭାଗିଦାରୀ ଓ ଆଞ୍ଚଳିକ ପ୍ରସଙ୍ଗ ନେଇ କାଥାବାର୍ତ୍ତା ହେବାର ସୂଚନା ମିଳିଛି ।

ସେପଟେ ଚୀନ ପକ୍ଷରୁ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହାର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଝାଓ ଲିଜିୟାନ କହିଛନ୍ତି ଭାରତ ସହିଚ କ୍ବାଡର ସବୁ ସଦସ୍ୟ ରାଷ୍ଟ୍ର ଲୋକମାନଙ୍କୁ ଭୂଆଁ ବୁଲାଉଛି । ଏହି ସବୁ ଦେଶ ଚୀନ ସହ ଶୀତଳ ଯୁଦ୍ଧ ମାନସିକତା ରଖୁଥିବା କହିଛନ୍ତି ମୁଖପାତ୍ର ଝାଓ ଲିଜିୟାନ ।

Last Updated :Feb 11, 2022, 8:38 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.