ETV Bharat / bharat

କର୍ତ୍ତବ୍ୟପଥରେ ଜାତୀୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ, ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି

author img

By

Published : Jan 26, 2023, 12:13 PM IST

Updated : Jan 26, 2023, 12:36 PM IST

republic day 2023
president unfurls tricolour at Kartavya Path

74ତମ ସାଧାରଣତନ୍ତ୍ର ଦିବସ ନେଇ ନୂଆଦିଲ୍ଲୀ କର୍ତ୍ତବ୍ୟପଥରେ ଜାତୀୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: 74ତମ ସାଧାରଣତନ୍ତ୍ର ଦିବସ ପାଳୁଛନ୍ତି ଦେଶବାସୀ । ସବୁଠି ଉଡୁଛି ତ୍ରିରଙ୍ଗା । ସବୁଠି ଉତ୍ସାହ । କମ୍ପୁଛି କର୍ତ୍ତବ୍ୟପଥ । ପ୍ରଥମ ଥର ପାଇଁ ନୂଆଦିଲ୍ଲୀ କର୍ତ୍ତବ୍ୟପଥରେ ଜାତୀୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ଅନୁଷ୍ଠିତ ହୋଇଛି । ସାଧାରଣତନ୍ତ୍ର ଦିବସକୁ ନେଇ ଉତ୍ସବମୁଖର ହୋଇଛି ଦେଶ । କର୍ତ୍ତବ୍ୟପଥରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ପତକା ଉତ୍ତୋଳନ କରିଛନ୍ତି । ଏହାପରେ ପରେଡ ଆରମ୍ଭ ହୋଇଛି । ଇଜିପ୍ଟ ରାଷ୍ଟ୍ରପତି ଅବ୍ଦୁଲ ଫତ୍ତାହ ଅଲ-ସିସି ମୁଖ୍ୟ ଅତିଥି ଭାବେ ସମାରୋହରେ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷାମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସମାରୋହରେ ସାମିଲ ହୋଇଛନ୍ତି। ପତାକା ଉତ୍ତୋଳନ ପରେ ଗୋଟିଏ ପରେ ଗୋଟିଏ 16ଟି ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହୋଇଥିଲା । ପରେଡରେ ପ୍ରଦର୍ଶିତ ହୋଇଛି ଦେଶର ସମାପିକ ଶୌର୍ଯ୍ୟ । ପ୍ରଦର୍ଶିତ ହୋଇଛି ଭାରତର କୋଣ ଅନୁକୋଣର କଳା ବିଭର, ସ୍ବଦେଶୀ ଶକ୍ତି ଓ ସଂସ୍କୃତିର ଅପୂର୍ବ ଝଲକ । କର୍ତ୍ତବ୍ୟପଥରେ ପ୍ରତିଟି ଭାରତୀୟଙ୍କ ପାଇଁ ଗୌବର ମୂୂୂହର୍ତ୍ତ ସୃଷ୍ଟି ହୋଇଛି ।

  • Delhi | President Droupadi Murmu and Egyptian President Abdel Fattah El –Sisi depart from the Rashtrapati Bhavan to attend the Republic Day celebrations at Kartavya Path pic.twitter.com/tvhgjnwsC7

    — ANI (@ANI) January 26, 2023 " class="align-text-top noRightClick twitterSection" data=" ">

ପୂର୍ବାହ୍ନ 10ଟା 30ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଇଜିପ୍ଟ ରାଷ୍ଟ୍ରପତି ଅବ୍ଦୁଲ ଫତ୍ତାହ ଅଲ-ସିସି କର୍ତ୍ତବ୍ୟପଥରେ ପହଞ୍ଚିଥିଲେ । ଏହାପରେ ରାଷ୍ଟ୍ରପତିଙ୍କ 21 ତୋପ ସଲାମି ଦିଆଯାଇଥିଲା । ଏହାପରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହାପରେ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ ରାଷ୍ଟ୍ରପତି । ପରେଡରେ ଯେଉଁ 21 ତୋପ ସଲାମୀ ଦିଆଯାଇଛି ତାହା ଭାରତରେ ନିର୍ମିତ 105 ଏମଏମ ଇଣ୍ଡଆନ ଫିଲ୍ଡ ବନ୍ଧୁକରେ ଦିଆଯାଇଛି । ପରେଡରେ ଇଜିପ୍ଟ ସୌନ୍ୟବାହିନୀର ଏକ ଅଂଶ ଭାଗ ନେଇଛନ୍ତି । ପତାକା ଉତ୍ତୋଳନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀରେ ଶହୀଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

କର୍ତ୍ତବ୍ୟପଥରେ ପ୍ରଥମ ଥର ପାଇଁ ସାଧାରଣତନ୍ତ୍ର ଦିବସ ସମାରୋହ ଅନୁଷ୍ଠିତ ହୋଇଛି । ପ୍ରଥମ ଥର ପାଇଁ ପତାକା ଉତ୍ତୋଳନ କରିଛନ୍ତି ଆଦିବାସୀ ମହିଳା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥର ପରେଡରେ 45 ହଜାର ଲୋକ ସମାଲି ହୋଇଛନ୍ତି । ଭର୍ଟିକାଲ ପ୍ଲାଟଫର୍ମରେ ବସିବାର ବ୍ୟବସ୍ଥା ହୋଇଛି । ପ୍ରାୟ 12 ହଜାର ପାସ ବଣ୍ଟନ କରାଯାଇଛି । 32 ହଜାର ଅନଲାଇନ ଟିକେଟ ବଣ୍ଟନ କରାଯାଇଛି । ପଛରେ ବସିଥିବା ଲୋକ ମଧ୍ୟ ସହଜରେ ପରେଡ ଦେଖିପାରୁଛନ୍ତି । ପରେଡ ବିଜୟ ଚୌକରୁ ଲାଲକିଲ୍ଲା ଯାଏଁ ଚାଲିଛି । ପରେଡରେ ସ୍ବେଦଶୀ ଶକ୍ତି ଓ ସଂସ୍କୃତିର ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିଛି । ଭାରତୀୟ ସେନା ସ୍ବଦେଶ ଜ୍ଞାନକୌଶଳରେ ନିର୍ମିତ ଅସ୍ତ୍ରଶସ୍ତ୍ର ଉପରେ ଫୋକସ ହୋଇଛି । ରାଜ୍ୟସ୍ତରୀୟ ପରେଡରେ ମିଲେଟ ମିଶନର ପ୍ରଜ୍ଞାପନ ମେଢ ମନ ମୋହିଛି । କର୍ତ୍ତବ୍ୟପଥରେ ନାରୀଶକ୍ତି ପ୍ରଦର୍ଶିତ ହୋଇଛି ।

ଆଜିର କାର୍ଯ୍ୟକ୍ରମରେ ଭାରତୀୟ ସେନା ଯେଉଁ ଅସ୍ତ୍ରଶସ୍ତ୍ରର ପ୍ରଦର୍ଶନ କରିଛି ତାହା ମଧ୍ୟରେ ରହିଛି ଭାରତରେ ନିର୍ମିତ ବ୍ରହ୍ମୋସ ମିସାଇଲ ସିଷ୍ଟମ ଓ ଆକାଶ ଆର୍ମି ଲଞ୍ଚର। ଆକାଶମାର୍ଗରୁ ଭାରତର ଶକ୍ତି ଦେଖିଛି ବିଶ୍ବ । ଆକାଶମାର୍ଗରୁ ନେତ୍ର ଫରମେଶନ, ଭୀମ, ତ୍ରୀଶୂଳ, ବିଜୟ ଶକ୍ତି ଦେଖାଇଥିଲେ । ଏହା ବ୍ୟତୀତ ନାଗ ମିସାଇଲ ସିଷ୍ଟମ, କେ-୯ ବଜ୍ର ଆର୍ଟିଲରି ଗନ, କ୍ବିକ ଆକ୍ସନ ଟିମ ଭେଇକିଲ ବି ନିଜର ପ୍ରଚଣ୍ତ ଶକ୍ତି ପ୍ରଦର୍ଶନ ସହ କର୍ତ୍ତବ୍ୟପଥରେ ଡେୟାରଡେଭିଲ୍ସ ଶୋ ସହ ସନ୍ତୁଳନ ନିଦର୍ଶନ ଦେଖିବାକୁ ମିଳିଥିଲା ।

ଜାତୀୟସ୍ତରୀୟ ଗଣତନ୍ତ୍ର ଦିବସ ସମାରୋହରେ କର୍ତ୍ତବ୍ୟପଥରେ ସର୍ବୋଚ୍ଚ ବୀରତା ପୁରସ୍କାର ଗୌରବଶାଳୀ ବିଜେତା ଗଣତନ୍ତ୍ର ଦିବସ ପରେଡରେ ଶୋଭା ବଢାଇଥିଲେ । ସେମାନଙ୍କ ମଧ୍ୟରେ ପରମବୀର ଚକ୍ର ଓ ଅଶୋକ ଚକ୍ର ବିଜେତା ସାମିଲ ହୋଇଛନ୍ତି । ପରେଡରେ ସଶକ୍ତ ବଳର ସଂଯୁକ୍ତ ବୋର୍ଡ ଓ ପରେଡ ଦଳ ସାମିଲ ହୋଇଛନ୍ତି । 61 କାଭଲାରୀ ରେଜିମେଣ୍ଟ, 861 ରେଜିମେଣ୍ଟ, 64 ରେଜିମେଣ୍ଟ, ଡୋଗରା ରେଜିମେଣ୍ଟ, ବିହାର ରେଜେମେଣ୍ଟ କଣ୍ଟିଜେନ ସାମିଲ ହୋଇଥିଲେ ।

Last Updated :Jan 26, 2023, 12:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.