ETV Bharat / bharat

ମଙ୍ଗଳସୂତ୍ର ନ ପିନ୍ଧିବା ସ୍ବାମୀଙ୍କ ପ୍ରତି ହୋଇଥାଏ ମାନସିକ ନିର୍ଯାତନା: ମାଡ୍ରାସ HC

author img

By

Published : Jul 16, 2022, 7:46 AM IST

ମଙ୍ଗଳସୂତ୍ର ନ ପିନ୍ଧିବା ସ୍ବାମୀଙ୍କ ପ୍ରତି ହୋଇଥାଏ ମାନସିକ ନିର୍ଯାତନା । ଏହି ମନ୍ତବ୍ୟ ଦେଇ ସ୍ବାମୀଙ୍କୁ ଛାଡ଼ପତ୍ର ଆବେଦନକୁ ଅନୁମତି ଦେଇଛନ୍ତି ମାଡ୍ରାସ ହାଇକୋର୍ଟ । ଅଧିକ ପଢନ୍ତୁ

ମଙ୍ଗଳସୂତ୍ର ନ ପିନ୍ଧିବା ସ୍ବାମୀଙ୍କ ପ୍ରତି ହୋଇଥାଏ ମାନସିକ ନିର୍ଯାତନା: ମାଡ୍ରାସ HC
ମଙ୍ଗଳସୂତ୍ର ନ ପିନ୍ଧିବା ସ୍ବାମୀଙ୍କ ପ୍ରତି ହୋଇଥାଏ ମାନସିକ ନିର୍ଯାତନା: ମାଡ୍ରାସ HC

ଚେନ୍ନାଇ: ସ୍ବାମୀଙ୍କଠୁ ଅଲଗା ରହୁଥିବା ପତ୍ନୀ 'ଥାଲି' (ମଙ୍ଗଳସୂତ୍ର) ନ ପିନ୍ଧିବା ସ୍ବାମୀଙ୍କ ପ୍ରତି ହୋଇଥାଏ ଅପମାନ । ଏଭଳି କରିବା ଦ୍ବାରା ସ୍ବାମୀଙ୍କ ପ୍ରତି ମାନସିକ ନିର୍ଯାତନା ହେବ । ଏହି ମନ୍ତବ୍ୟ ଦେଇ ମାଡ୍ରାସ ହାଇକୋର୍ଟ ସ୍ବାମୀଙ୍କ ଛାଡପତ୍ର ଆବେଦନକୁ ଅନୁମତି ଦେଇଛନ୍ତି । ଜଷ୍ଟିସ୍ ଭିଏମ୍ ଭେଲୁମଣି ଏବଂ ଏସ ସୌନ୍ଥରରଙ୍କ ଏକ ଡିଭିଜନ୍ ବେଞ୍ଚ ଇରୋଡରେ ଏକ ମେଡିକାଲ୍ କଲେଜରେ ପ୍ରଫେସର ଭାବରେ କାର୍ଯ୍ୟ କରୁଥିବା ସି ଶିବକୁମାରଙ୍କ ଆବେଦନକୁ ଅନୁମତି ଦେଇ ଏହି ମନ୍ତବ୍ୟ ଦେଇଛନ୍ତି ।

ସ୍ଥାନୀୟ ଫ୍ୟାମିଲି କୋର୍ଟ ସ୍ବାମୀଙ୍କୁ ଛାଡପତ୍ର ଦେବାକୁ ମନା କରିଥିଲେ । ତେବେ ମାଡ୍ରାସ କୋର୍ଟ ଏହି ନିର୍ଦ୍ଦେଶକୁ ଖାରଜ କରିଛନ୍ତି । ଯେତେବେଳେ ମହିଳାଙ୍କୁ ପଚରାଉଚରା କରାଯାଇଥିଲା, ସେ ସ୍ବୀକାର କରିଥିଲେ ଯେ ସେ ଅଲଗା ହେବା ସମୟରେ ମଙ୍ଗଳସୂତ୍ର ପିନ୍ଧୁନଥିଲେ । ତେବେ ସେ ମଙ୍ଗଳସୂତ୍ରର କେବଳ ଚେନ ପିନ୍ଧୁନଥିଲେ ମାତ୍ର 'ଥାଲି'ପିନ୍ଧୁଥିଲେ ।

ସେପଟେ ମହିଳାଙ୍କ ଓକିଲ କହିଛନ୍ତି ଯେ ହିନ୍ଦୁ ବିବାହ ଅଧିନିୟମ ଧାରା ୭ ଅନୁସାରେ ଥାଲି ପିନ୍ଧିବା ଆବଶ୍ୟକ ନାହିଁ । ଏଥିଲାଗି ଏହାକୁ ନ ପିନ୍ଧିବା ଦ୍ବାରା ବୈବାହିକ ଜୀବନ ଉପରେ କୌଣସି ପ୍ରଭାବ ପଡିନଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.