ETV Bharat / bharat

ମିଳିଲା ଅନୁମତି: ଘରୋଇ ହସ୍ପିଟାଲ ଓ କ୍ଲିନିକରେ ଉପଲବ୍ଧ ହେବ କୋଭିଡ ଟିକା

author img

By

Published : Jan 27, 2022, 5:54 PM IST

କୋଭିଡ ଟିକାକୁ ନୂଆ ଅନୁମତି, ହସ୍ପିଟାଲ ଓ କ୍ଲିନିକରେ ହେବ ଉପଲବ୍ଧ
କୋଭିଡ ଟିକାକୁ ନୂଆ ଅନୁମତି, ହସ୍ପିଟାଲ ଓ କ୍ଲିନିକରେ ହେବ ଉପଲବ୍ଧ

ଭାରତ ପ୍ରସ୍ତୁତ କୋଭିଡ ଟିକା କୋଭିସିଲ୍ଡ ଓ କୋଭାକ୍ସିନକୁ ମିଲିଲା ବଜାର ପ୍ରବେଶ ଅନୁମତି । ଏଣିକି ଘରୋଇ ହସ୍ପିଟାଲ ଓ କ୍ଲିନିକରୁ କିଣିପାରିବେ ପ୍ରାପ୍ତ ବୟସ୍କ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଭାରତୀୟ କୋଭିଡ ଟିକା କୋଭିସିଲ୍ଡ ଏବଂ କୋଭାକ୍ସିନକୁୁ ମିଳିଲା ଖୋଲା ବଜାର ଅନୁମତି । ଭାରତର ଔଷଧ ନିୟାମକ ସଂସ୍ଥା (DGCI) ଏହାକୁ ଖୋଲା ବଜାରରେ ପ୍ରବେଶ ଅନୁମୋଦନ ଦେଇଛନ୍ତି । କିନ୍ତୁ ଏହା କିଛି ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ସହ ଉପଲବ୍ଧ ହେବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ । ତେବେ ଏହା ବର୍ତ୍ତମାନ ସାଧାରଣ ଔଷଧ ଦୋକାନ ପରିବର୍ତ୍ତେ ଘରୋଇ ହସ୍ପିଟାଲ ଓ କ୍ଲିନିକରେ ଉପଲବ୍ଧ ହେବ ।

  • The @CDSCO_INDIA_INF has now upgraded the permission for COVAXIN and Covishield from restricted use in emergency situations to normal new drug permission in the adult population with certain conditions.

    — Dr Mansukh Mandaviya (@mansukhmandviya) January 27, 2022 " class="align-text-top noRightClick twitterSection" data=" ">

ଅନୁମୋଦନ ପରେ ଖୁବ୍ ଶୀଘ୍ର ଏହି ଦୁଇଟି ଟିକା ବର୍ତ୍ତମାନ ସ୍ଥିର ହୋଇଥିବା ନିର୍ଦ୍ଦିଷ୍ଟ ମୂଲ୍ୟରେ ଘରୋଇ କ୍ଲିନିକ ଓ ହସ୍ପିଟାଲରେ ଉପଲବ୍ଧ ହେବାକୁ ଯାଉଛି । କେବଳ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ଟୀକାକରଣ ଗାଇଡଲାଇନ ତଥା ପ୍ରାପ୍ତ ବୟସ୍କଙ୍କ କ୍ଷେତ୍ରରେ ଏହାର ବ୍ୟବହାର ହୋଇପାରିବା ନେଇ ସର୍ତ୍ତାବଳୀରେ ଉଲ୍ଲେଖ ରହିଛି । ନୂତନ ଡ୍ରଗ୍ସ ଏବଂ କ୍ଲିନିକାଲ ଟ୍ରାଏଲ୍ ନିୟମ-2019 ଅନୁଯାୟୀ ଏହି ଅନୁମୋଦନ ପ୍ରଦାନ କରାଯାଇଛି । ଜାରି ହୋଇଥିବା ସର୍ତ୍ତାବଳୀ ଅନୁଯାୟୀ, ସଂସ୍ଥାଗୁଡ଼ିକ CoWIN ପୋର୍ଟାଲ ପ୍ଲାଟଫର୍ମରେ ସେମାନଙ୍କ ସମସ୍ତ ବିତରଣ ସମ୍ପର୍କିତ ତଥ୍ୟ ମଧ୍ୟ ଅପଲୋଡ କରିବେ ।

SII ର ସରକାରୀ ଏବଂ ନିୟାମକ ବ୍ୟାପାର ନିର୍ଦ୍ଦେଶକ ପ୍ରକାଶ କୁମାର ସିଂ ଗତବର୍ଷ ଅକ୍ଟୋବର 25 ତାରିଖରେ କୋଭିସିଲ୍ଡକୁ ନିୟମିତ ବଜାର ଅନୁମତି ପ୍ରଦାନ ଲାଗି DCGI ରେ ଏକ ଆବେଦନ କରିଥିଲେ । DCGI କମ୍ପାନୀ ଠାରୁ ଅଧିକ ତଥ୍ୟ ମାଗିବା ସହ ଆବେଦନ ଉପରେ ବିଚାରବିମର୍ଶ ଜାରି ରଖିଥିଲା । ସେହିପରି ହାଇଦ୍ରାବାଦସ୍ଥିତ ଭରତ ବାୟୋଟେକର ମୁଖ୍ୟ ମଧ୍ୟ କୋଭାକ୍ସିନ ପାଇଁ ନିୟମିତ ବଜାର ଅନୁମତି ମାଗିବା ସହ ଟ୍ରାଏଲ ସମ୍ପର୍କିତ ତଥ୍ୟ ମଧ୍ୟ DCGI ନିକଟରେ ଦାଖଲ କରିଥିଲେ । ତେବେ ଆଜି ଉଭୟ ସଂସ୍ଥା ଖୋଲା ବଜାରରେ ବିକ୍ରି ଅନୁମତି ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.