ETV Bharat / bharat

Maharashtra Political Crisis: ଗୋଆରୁ ମୁମ୍ବାଇରେ ପହଞ୍ଚିଲେ ବାଗୀ ଶିବସେନା ବିଧାୟକ ଏକନାଥ ସିନ୍ଦେ

author img

By

Published : Jun 30, 2022, 3:32 PM IST

Updated : Jun 30, 2022, 3:46 PM IST

Maharashtra Political Crisis: ଗୋଆରୁ ମୁମ୍ବାଇରେ ପହଞ୍ଚିଲେ ବାଗୀ ଶିବସେନା ବିଧାୟକ ଏକନାଥ ସିନ୍ଦେ
Maharashtra Political Crisis: ଗୋଆରୁ ମୁମ୍ବାଇରେ ପହଞ୍ଚିଲେ ବାଗୀ ଶିବସେନା ବିଧାୟକ ଏକନାଥ ସିନ୍ଦେ

ଗୋଆରୁ ମୁମ୍ବାଇରେ ପହଞ୍ଚିଲେ ଶିବସେନାର ବିଦ୍ରୋହୀ ଦଳ ନେତା ଏକନାଥ ସିନ୍ଧେ । ୯ ଦିନ ପରେ ସେ ଅନ୍ୟ ବାଗୀ ବିଧାୟକଙ୍କ ସହ ମୁମ୍ବାଇରେ ପହଞ୍ଚିଛନ୍ତି । ଅଧିକ ପଢ଼ନ୍ତୁ

ମୁମ୍ବାଇ: ଗୋଆରୁ ମୁମ୍ବାଇରେ ପହଞ୍ଚିଲେ ଶିବସେନାର ବିଦ୍ରୋହୀ ଦଳ ନେତା ଏକନାଥ ସିନ୍ଦେ । ୯ ଦିନ ପରେ ସେ ଅନ୍ୟ ବାଗୀ ବିଧାୟକଙ୍କ ସହ ମୁମ୍ବାଇରେ ପହଞ୍ଚିଛନ୍ତି । ଗତକାଲି(ବୁଧବାର) ଫ୍ଲୋର୍‌ ଟେଷ୍ଟ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଶିବସେନା ସୁପ୍ରିମୋ ଉଦ୍ଧବ ଠାକ୍‌ରେ । ପଦ ଛାଡ଼ିବା ପୂର୍ବରୁ ସେ ବାଗୀ ବିଧାୟକଙ୍କ ସହ ସମ୍ପର୍କ ସ୍ଥାପନ କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ଫେଲ୍‌ ମାରିଥିଲେ ।

ଉଦ୍ଧବ ଠାକ୍‌ରେ ପଦ ଛାଡ଼ିବା ପରେ ଦେବେନ୍ଦ୍ର ଫଡ଼ନାଭିସ୍‌ ଆଜି(ଗୁରୁବାର) ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ନେଇ ଆଲୋଚନା ହେଉଛି । ତାଙ୍କ ଡେପୁଟି ଭାବରେ ଏକନାଥ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇ ପାରନ୍ତି । ଏହାକୁ ନେଇ ଆଜି(ଗୁରୁବାର) ମୁମ୍ବାଇ ପହଞ୍ଚିବା ପରେ ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କୁ ଭେଟିବେ ଏକନାଥ ସିନ୍ଦେ ।

୪୯ ବିଧାୟକଙ୍କ ସମର୍ଥନ ପତ୍ର ସହ ମୁମ୍ବାଇରେ ପହଞ୍ଚିଛନ୍ତି ଏକନାଥ ସିନ୍ଦେ । ଏହାକୁ ନେଇ ବିଧାୟକ ଦୀପକ କେଶରକର୍‌ ସୂଚନା ଦେଇଛନ୍ତି । ଶିବସେନା ମଧ୍ୟରେ ଏବେ ମଧ୍ୟ ଏକତା ଅଛି । କେବଳ ବିଧାନସଭାରେ ଦଳ ଦୁଇ ଭାଗରେ ବିଭକ୍ତ ହୋଇଛି । ଆଜି ବି ବିଧାୟକ ଦଳ ନେତା ଏକନାଥ ସିନ୍ଦେ ହିଁ ଅଛନ୍ତି ବୋଲି କହିଛନ୍ତି ଦୀପକ କେଶରକର୍‌ ।

Last Updated :Jun 30, 2022, 3:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.