ETV Bharat / bharat

ଗୌହାଟୀରୁ ଗୋଆ ଅଭିମୁଖେ ସିନ୍ଧେ ଗୋଷ୍ଠୀ, ତାଜ ହୋଟେଲରେ କରିବେ ରାତ୍ରିଯାପନ

author img

By

Published : Jun 29, 2022, 1:20 PM IST

ଗୌହାଟୀରୁ ଗୋଆ ଅଭିମୁଖେ ସିନ୍ଧେ ଗୋଷ୍ଠୀ, କାଲି ସକାଳେ ମୁମ୍ବାଇରେ ପହଞ୍ଚିବେ
ଗୌହାଟୀରୁ ଗୋଆ ଅଭିମୁଖେ ସିନ୍ଧେ ଗୋଷ୍ଠୀ, କାଲି ସକାଳେ ମୁମ୍ବାଇରେ ପହଞ୍ଚିବେ

ଅପରାହ୍ନରେ ଗୌହାଟୀରୁ ଗୋଆ ଅଭିମୁଖେ ଯାତ୍ରା କରିବେ ସିନ୍ଧେ ଗୋଷ୍ଠୀ । ଗୋଆର ତାଜ ହୋଟେଲରେ 71 ରୁମ ବୁକ । ଆସନ୍ତାକାଲି ଗୋଆରୁ ମୁମ୍ବାଇ କରିବେ ଯାତ୍ରା । କଡା ସୁରକ୍ଷା ବଳୟରେ ଗୌହାଟୀ ବିମାନ ବନ୍ଦର । ଅଧିକ ପଢନ୍ତୁ

ଗୌହାଟୀ: ଗୌହାଟୀର ଏକ ଆଲିସାନ ହୋଟେଲରେ ଥିବା ମହାରାଷ୍ଟ୍ର ଏକନାଥ ସିନ୍ଧେଙ୍କ ନେତୃତ୍ବାଧୀନ ବିଦ୍ରୋହୀ ବିଧାୟକମାନେ ମୁମ୍ବାଇ ଫରିବେ । ସେମାନେ ସିଧାସଳଖ ମୁମ୍ବାଇ ନଫେରି ଆଜି ଅପରାହ୍ନରେ ଗୋଆରେ ପହଞ୍ଚିବେ ଓ ପରେ ଆସନ୍ତାକାଲି ପୂର୍ବାହ୍ନରେ ସେଠାରୁ ମୁମ୍ବାଇ ଅଭିମୁଖେ ଯାତ୍ରା ଆରମ୍ଭ କରିବେ । ଆଜି ଅପରାହ୍ନ ପ୍ରାୟ 3ଟା ବେଳେ ସେମାନେ ଗୌହାଟୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଗୋଆ ଅଭିମୁଖେ ଉଡାଣ ଭରିବାକୁ ଥିବା ଯୋଗୁ ବିମାନ ବନ୍ଦର ପରିସରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

  • SpiceJet flight is en-route to Guwahati to take all rebel Shiv Sena MLAs from Guwahati to Goa today. Earlier the SpiceJet flight has taken them from Surat to Guwahati by special charter flight.

    — ANI (@ANI) June 29, 2022 " class="align-text-top noRightClick twitterSection" data=" ">

ହୋଟେଲ ରାଡିସନ ବ୍ଲୁରୁ କିଛି ବିଧାୟକ ବାହାରିବା ମଧ୍ୟ ଆରମ୍ଭ କରିସାରିଛନ୍ତି । ଅପରାହ୍ନ ପ୍ରାୟ 3 ଟା ବେଳେ ସେମାନେ ବିମାନ ବନ୍ଦରରେ ପହଞ୍ଚିବେ । ସମସ୍ତ ବିଧାୟକ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇ ଯାତ୍ରା କରିବେ । ସେଠାରୁ ସେମାନେ ଗୋଆରେ ପହଞ୍ଚିବା ପରେ ତାଜ ହୋଟେଲରେ ପହଞ୍ଚି ରାତ୍ରୀଯାପନ କରିବେ । ଏଥିପାଇଁ ପୂର୍ବ ପ୍ରସ୍ତୁତି ମଧ୍ୟ ସରିଛି । ତାଜ ହୋଟଲରେ 70ଟି ରୁମ ମଧ୍ୟ ବୁକ ହୋଇସାରିଥିବା ସୂଚନା ମିଳିଛି । ଆସାମର LGBI ବିମାନ ବନ୍ଦର ବାହାରେ ଅତିରିକ୍ତ ସୁରକ୍ଷା ବଳ ମୁତୟନ କରାଯାଇଛି । ଗତ 20 ତାରିଖରେ ସେମାନେ ସୁରଟରୁ ଗୌହାଟୀରେ ପହଞ୍ଚିବା ପରେ ସେଠାରେ ହିଁ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.