ETV Bharat / bharat

77th Independence Day: ରାମୋଜୀ ଫିଲ୍ମ ସିଟି ପାଳିଲା 77ତମ ସ୍ବାଧୀନତା ଦିବସ

author img

By

Published : Aug 15, 2023, 4:51 PM IST

Updated : Aug 18, 2023, 10:21 AM IST

77th Independence Day: ରମୋଜୀ ଫିଲ୍ମ ସିଟି ପାଳିଲା 77ତମ ସ୍ବାଧୀନତା ଦିବସ
77th Independence Day: ରମୋଜୀ ଫିଲ୍ମ ସିଟି ପାଳିଲା 77ତମ ସ୍ବାଧୀନତା ଦିବସ

ରାମୋଜୀ ଫିଲ୍ମ ସିଟିରେ ପାଳିତ ହେଲା 77ତମ ସ୍ବାଧୀନତା ଦିବସ । ଜାତୀୟ ପତକା ଉତ୍ତୋଳନ କଲେ ଫିଲ୍ମ ସିଟି ପରିଚାଳନା ନିର୍ଦ୍ଦେଶିକା ବିଜୟାଶ୍ବରୀ ଚେରିକୁରୀ । ଅଧିକ ପଢନ୍ତୁ

ରମୋଜୀ ଫିଲ୍ମ ସିଟି ପାଳିଲା 77ତମ ସ୍ବାଧୀନତା ଦିବସ

ହାଇଦ୍ରାବାଦ: ବିଶ୍ବର ସର୍ବବୃହତ ଫିଲ୍ମ ସିଟି ‘ରାମୋଜୀ ଫିଲ୍ମ ସିଟି’ରେ 77ତମ ସ୍ବାଧୀନତା ଦିବସ ପାଳିତ ହୋଇଛି । ରାମୋଜି ଫିଲ୍ମ ସିଟି ପରିଚାଳନା ନିର୍ଦ୍ଦେଶିକା ବିଜୟାଶ୍ବରୀ ଚେରୁକୁରୀ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ବିଜୟାଶ୍ବରୀ ଜାତୀୟ ପତାକା ଉତ୍ତୋଳନ କରି ସୁରକ୍ଷାକର୍ମୀଙ୍କ ଠାରୁ ଅଭିବାଦନ ଗ୍ରହଣ କରିଥିଲେ । UKML ନିର୍ଦ୍ଦେଶକ ଶିବରାମ କ୍ରିଷ୍ଣା, ରାମୋଜୀ ଗ୍ରୁପ ମାନବ ସମ୍ବଳ (HR) ଅଧ୍ୟକ୍ଷ ଅଲଟୁରୀ ଗୋପାଲରାଓ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏ କାର୍ଯ୍ୟକ୍ରମରେ ରାମୋଜୀ ଗ୍ରୁପର ପ୍ରାୟ ସମସ୍ତ କମ୍ପାନୀ ଓ ସଂସ୍ଥାର ବିଭାଗୀୟ ମୁଖ୍ୟ, ବରିଷ୍ଠ ପଦାଧିକାରୀ ଓ କର୍ମଚାରୀ ସାମିଲ ହୋଇଥିଲେ । କର୍ପୋରେଟ ଅଫିସ ସମ୍ନାରେ ଥିବା କ୍ଯାରମ ଗାର୍ଡେନରେ ଏହି ସ୍ବାଧୀନତା ଦିବସ କାର୍ଯ୍ୟକ୍ରମ ପାଳନ କରାଯାଇଛି ।

ପୂର୍ବାହ୍ନ 9 ଟାରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ସ୍ବାଧୀନତା ଦିବସ ଅବସରରେ, ରାମୋଜି ଫିଲ୍ମ ସିଟିର ପରିଚାଳନା ନିର୍ଦ୍ଦେଶିକା ବିଜୟେଶ୍ୱରୀ ଚେରୁକୁରୀ ଫିଲ୍ମସିଟିରେ କାର୍ଯ୍ୟରତ ସମସ୍ତ କର୍ମଚାରୀମାନଙ୍କୁ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇଥିଲେ । କାର୍ଯ୍ୟକ୍ରମ ପାଇଁ ରାମୋଜୀ ଫିଲ୍ମ ସିଟିକୁ ସୁସଜ୍ଜିତ କରାଯାଇଛି । ସଂଧ୍ୟା ପୂର୍ବରୁ ଧ୍ବଜାବତରଣ ଉତ୍ସବ ଶେଷ ହେବ ।

ଏହା ମଧ୍ୟ ପଢନ୍ତୁ:-ମୋଦିଙ୍କ ଭାଷଣରେ କମ୍ପିଲା ଲାଲକିଲ୍ଲା, ଜନ ଗଣ ମନରେ ଗୁଞ୍ଜରିତ ହେଲା ଗଗନ ପବନ

ଆଜି ଭାରତ 77ତମ ସ୍ବାଧୀନତା ଦିବସ ପାଳନ କରୁଛି । ଏହି ଅବସରରେ ଜାତୀୟ ରାଜଧାନୀ ଦିଲ୍ଲୀର ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲାଲକିଲ୍ଲାରୁ ଜାତୀୟ ପତକା ତ୍ରିରଙ୍ଗା ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 140 କୋଟି ଭାରତୀୟ ମୋର ପରିବାର । ଆମର ଲୋକତନ୍ତ୍ର ବିଶ୍ବରେ ସବୁଠୁ ବିଶାଳ । ଭାରତ ବିଶ୍ବକୁ ମାନବିକତା ଶିଖାଇଛି । ଭାରତ ବିଭିଧତାର ପ୍ରତୀକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ରାଜଧାନୀ ଦିଲ୍ଲୀରୁ ଆରମ୍ଭ କରି ସମସ୍ତ ରାଜ୍ୟର ରାଜଧାନୀ ଓ ଦେଶର କୋଣ ଅନୁକୋଣରେ ଉତ୍ତୋଳନ ହୋଇଛି ତ୍ରିରଙ୍ଗା । କେବଳ ଦେଶରେ ନୁହେଁ ବରଂ ସାରା ବିଶ୍ବର ବିଭିନ୍ନ ଦେଶରେ ଥିବା ପ୍ରବାସୀ ଭାରତୀୟମାନେ ସ୍ବାଧୀନତା ଦିବସ ପାଳନ କରିଛନ୍ତି । ଭାରତକୁ ଶାସନ କରିଥିବା ବ୍ରିଟେନରେ ମଧ୍ୟ ପ୍ରବାସୀ ଭାରତୀୟ ସ୍ବାଧୀନତା ଦିବସ ପାଳନ କରିଛନ୍ତି । ରାଜଧାନୀ ଲଣ୍ଡନରେ ଥିବା ଭାରତୀୟ ଦୂତାବାସ କାର୍ଯ୍ୟାଳୟରେ ହଜାର ହଜାର ପ୍ରବାସୀ ଭାରତୀୟ ଏକାଠି ହୋଇ ସ୍ବାଧୀନତା ଦିବସ ପାଳନ କରିଛନ୍ତି । ତ୍ରିରଙ୍ଗା ଉତ୍ତୋଳନ କରି ସେମାନେ ‘ବନ୍ଦେ ମାତରମ’ ସଙ୍ଗୀତ ମଧ୍ୟ ଗାନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Aug 18, 2023, 10:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.