ETV Bharat / bharat

୨୪ରେ ଉତ୍ତରାଖଣ୍ତ ଯିବେ ପ୍ରତିରକ୍ଷା ମନ୍ତ୍ରୀ, ଶହୀଦ ସୁମନ ଯାତ୍ରାରେ ହେବେ ସାମିଲ

author img

By

Published : Oct 9, 2021, 12:18 PM IST

୨୪ରେ ଉତ୍ତରାଖଣ୍ତ ଗସ୍ତ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନଥ ସିଂ
୨୪ରେ ଉତ୍ତରାଖଣ୍ତ ଗସ୍ତ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନଥ ସିଂ

ଆସନ୍ତା ଅକ୍ଟୋବର ୨୪ରେ ଉତ୍ତରାଖଣ୍ତ ଗସ୍ତ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସେଠାରେ ସେ ଶହୀଦ ସୁମନ ଯାତ୍ରାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଅଧିକ ପଢନ୍ତୁ...

ଡେରାଡୁନ: ଆସନ୍ତା ଅକ୍ଟୋବର ୨୪ରେ ଉତ୍ତରାଖଣ୍ତ ଗସ୍ତ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସେଠାରେ ସେ ଶହୀଦ ସୁମନ ଯାତ୍ରାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । କୁମାଓନରୁ ଏ ଯାତ୍ରାର ଶୁଭାରମ୍ଭ କରିବେ ରାଜନାଥ । ଉତ୍ତରାଖଣ୍ଡ ସୈନିକ କଲ୍ୟାଣ ମନ୍ତ୍ରୀ ଗଣେଶ ଯୋଶୀ ଶୁକ୍ରବାର ଦିନ ରାଜନାଥ ସିଂ ଏବଂ ଡିଫେନ୍ସ ଷ୍ଟାଫର ମୁଖ୍ୟ ଜେନେରାଲ ବିପିନ ରାଓ୍ବତଙ୍କୁ ଭେଟିଥିଲେ । ଉତ୍ତରାଖଣ୍ତ ନିର୍ବାଚନ ପୂର୍ବରୁ ଏ ଯାତ୍ରାର ଶୁଭାରମ୍ଭ କରାଯାଉଛି । ଏହା ମୋଦିଙ୍କ ଯୋଜନା ବୋଲି ସେ କହିଛନ୍ତି ।

ରାଜନୈତିକ ଫାଇଦା ପାଇଁ ବିଜେପି କିଛି କରେ ନାହିଁ । ଆମେ ଶହୀଦଙ୍କୁ ସମ୍ମାନ ଦେଉଛୁ । ପ୍ରଧାନମନ୍ତ୍ରୀ ମୋଦି ଉତ୍ତରାଖଣ୍ତକୁ ଆସିବା ପରେ ରାଜ୍ୟର ପଞ୍ଚମ ଧାମ ବିଷୟରେ କହିଥିଲେ। କାରଣ ସୀମା ପରିଚାଳନା କରୁଥିବା ପ୍ରତ୍ୟେକ ସେନା ପଞ୍ଚମ ଧାମର ସଦସ୍ୟ । ଅକ୍ଟୋବର 21ରେ ଗରୱାଲରୁ ଶହୀଦ ସୁମନ ଯାତ୍ରା ଆରମ୍ଭ ହେବାକୁ ଥିବା ବେଳେ ଅକ୍ଟୋବର 24ରେ କୁମାଓନରୁ ଏ ଯାତ୍ରାର ଶୁଭାରମ୍ଭ କରାଯିବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରାୟ 1,734 ସୈନିକଙ୍କ ପରିବାରଙ୍କ ସହ ଯୋଗାଯୋଗ କରାଯାଇଛି । ଆମେ ସେମାନଙ୍କୁ ଦେଖା କରିବା ସହ ସେମାନଙ୍କ ଘରୁ ମାଟି ଆଣାଯାଇ ଏହି ଧାମରେ ବ୍ୟବହାର କରାଯିବ । ଅକ୍ଟୋବର 24ରେ କୁମାଓନରୁ ଏ ଯାତ୍ରାର ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ । ଏହି ଯାତ୍ରା ମାଧ୍ୟମରେ ବିଜେପି ବିଭିନ୍ନ ଗାଁକୁ ଯାଇ ଶହୀଦଙ୍କ ପରିବାରକୁ ଭେଟି ସମ୍ମାନିତ କରିବ ଦଳ ।

ସୂଚନା ଥାଉକି, ଆସନ୍ତା ବର୍ଷ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏଥର ବିଜେପି ଓ ଆପ ମଧ୍ୟରେ ଜୋରଦାର ଟକ୍କର ଏଠାରେ ହେବ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ସୈନିକ କଲ୍ୟାଣ ମନ୍ତ୍ରୀ ଗଣେଶ ଯୋଶୀ । ସର୍ଜିକାର ଷ୍ଟ୍ରାଇକ ସମୟରେ ଅରବିନ୍ଦ କେଜ୍ରିଓ୍ବାଲ ସେନା ଉପରେ ସନ୍ଦେହ ପ୍ରକଟ କରିଥିଲେ । ତାଙ୍କୁ ଲୋକମାନେ ଏଠାରେ ଗ୍ରହଣ କରିବେ ନାହିଁ ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.