ETV Bharat / bharat

Punjab Polls: ଜମୁଛି ପ୍ରଚାର, ଆଜି ସାଧାରଣସଭାକୁ ସମ୍ବୋଧିତ କରିବେ ରାଜନାଥ

author img

By

Published : Feb 4, 2022, 11:14 AM IST

Punjab Polls: ଆଜି ପଞ୍ଜାବରେ ସାଧାରଣସଭାକୁ ସମ୍ବୋଧିତ କରିବେ ରାଜନାଥ ସିଂ
Punjab Polls: ଆଜି ପଞ୍ଜାବରେ ସାଧାରଣସଭାକୁ ସମ୍ବୋଧିତ କରିବେ ରାଜନାଥ ସିଂ

ଆଜି ପଞ୍ଜାବରେ ଏକ ସାଧାରଣସଭାକୁ ସମ୍ବୋଧିତ କରିବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ପାଖେଇ ଆସୁଛି ପଞ୍ଜାବ ବିଧାନସଭା ନିର୍ବାଚନ । କ୍ଷମତା ହାତେଇବା ପାଇଁ ଦଳ ଦଳ ମଧ୍ୟରେ ଆରମ୍ଭ ହୋଇଗଲାଣି କସରତ । ଏହାରି ମଧ୍ୟରେ ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ପଞ୍ଜାବରେ ଏକ ସାଧାରଣସଭାକୁ ସମ୍ବୋଧିତ କରିବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ। ବିଧାନସଭା ନିର୍ବାଚନ ଦୃଷ୍ଟିରେ ରଖି ଦସୁୟା, ସୁଜନପୁର ଓ ଗୁରୁଦାସପୁର ଜିଲ୍ଲାରେ ସମ୍ବୋଧିତ କରିବେ ପ୍ରତିରକ୍ଷାମନ୍ତ୍ରୀ । ଏନେଇ ପ୍ରତିରକ୍ଷା କାର୍ଯ୍ୟାଳୟରୁ ସୂଚନା ମିଳିଛି ।

ପ୍ରତିରକ୍ଷାମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଆଜି ଦସୁୟାରେ ୧୧ ଟା ୫୫ ସମୟ, ସୁଜନପୁରରେ ୨ଟା ୧୫ ଓ ଗୁଗୁଦାସପୁରରେ ଅପହାହ୍ନ ୩ଟା ୪୫ ମିନିଟରେ ସାଧାରଣସଭାକୁ ସମ୍ବୋଧିତ କରିବେ ରାଜନାଥ । ତେବେ କୋରୋନା ସଂକ୍ରମଣ ହ୍ରାସପାଉଥିବା ବେଳେ ନିର୍ବାଚନ ଆୟୋଗ ସାଧାରଣ ସଭାକୁ ନେଇ କଟକଣାକୁ କିଛି ମାତ୍ରାରେ କୋହଳ କରିଛନ୍ତି । ଏକ ହଜାର ଲୋକଙ୍କୁ ନେଇ ସାଧାରଣସଭାକୁ ଅନୁମତି ଦିଆଯାଇଛି ।

ପଞ୍ଜାବରେ ଆସନ୍ତା ମାସ (ଫେବୃଆରୀ) ୨୦ ତାରିଖରେ ମାତ୍ର ଗୋଟିଏ ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି । ମାର୍ଚ୍ଚ ୧୦ ଫଳାଫଳ ପ୍ରକାଶ ପାଇବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.