ETV Bharat / bharat

Rajasthan Paper Leak Case: ଓଡ଼ିଶାରୁ ମାଷ୍ଟର ମାଇଣ୍ଡ ଗିରଫ

author img

By

Published : Apr 6, 2023, 9:48 PM IST

Updated : Apr 6, 2023, 10:09 PM IST

Rajasthan Paper Leak Case
Rajasthan Paper Leak Case

ରାଜସ୍ଥାନ ପ୍ରଶାସନିକ ସେବା ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ମାମଲା । ଓଡ଼ିଶାରୁ ମାଷ୍ଟର ମାଇଣ୍ଡ ଗିରଫ । ଅଧିକ ପଢନ୍ତୁ

ଜୟପୁର: ରାଜସ୍ଥାନ ବରିଷ୍ଠ ଅଧ୍ୟାପକ ନିଯୁକ୍ତି ଲାଗି ପ୍ରବେଶିକା ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ମାମଲା । ଘଟଣାର ମାଷ୍ଟର ମାଇଣ୍ଡ ଅନିଲ କୁମାର ମୀଣା ଓରଫ ଶେର ସିଂହଙ୍କୁ ଓଡ଼ିଶାରେ ଗିରଫ କଲା ପୋଲିସ । ଏହା ସହ ତା' ମୁଣ୍ଡ ଉପରେ ୧ ଲକ୍ଷ ଟଙ୍କା ଲାଗିଥିଲା । ଗୁରୁବାର ମୁଖ୍ୟ ଅଭିଯୁକ୍ତ ଅନିଲକୁ ଓଡ଼ିଶାରୁ ଜୟୁପରକୁ ଆଣିଛି ଏସଓଜି ଟିମ ।

ଏ ନେଇ ଏଡିଜି ଅଶୋକ ରାଠୋଡ଼ କହିଛନ୍ତି ଯେ ବରିଷ୍ଠ ଅଧ୍ୟାପକ (ମାଧ୍ୟମକି ଶିକ୍ଷା ବିଭାଗ) ପ୍ରତିଯୋଗୀ ପରୀକ୍ଷା-୨୦୨୨ ପ୍ରଶ୍ନପତ୍ର ଲିକ୍‌ ହେବା ପରେ ଉଦୟପୁର ଜିଲ୍ଲାର ବେକରିୟା ଥାନାରେ ମାମଲା ରୁଜୁ ହୋଇଥିଲା । ପରେ ଏହି ମାମଲାକୁ ଏସଓଜିକୁ ହସ୍ତାନ୍ତର କରାଯାଇଥିଲା । ଏହି ଘଟଣାର ମାଷ୍ଟର ମାଇଣ୍ଡ ଅନିଲ ସମ୍ପର୍କରେ ସୁରାକ ପାଇଥିଲା ପୋଲିସ । ସେ ଓଡ଼ିଶାରେ ଲୁଚି ରହିଥିବା ନେଇ ପୋଲିସ ଜାଣିବା ପରେ ତାକୁ କାବୁ କରିବା ଲାଗି ଅପରେସନ ଆରମ୍ଭ ହୋଇଥିଲା । ଅନିଲ ସମ୍ପର୍କରେ ଯିଏବି ସୂଚନା ଦେବ ତାକୁ ୧ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ଡିଜିପି ଘୋଷଣା କରିଥିଲେ ।

ଏହା ବି ପଢନ୍ତୁ- ଚେକିଂ ବେଳେ ଯାତ୍ରୀବାହୀ ବସରୁ ୭ କୋଟି ଟଙ୍କା ଜବତ, ଓଡ଼ିଆ ଯୁବକ ଗିରଫ

ସୂଚନା ଥାଉ କି ଗତବର୍ଷ ଡିସେମ୍ବର ୨୪ ତାରିଖରେ RPSC ପକ୍ଷରୁ ବରିଷ୍ଠ ଅଧ୍ୟାପକ ନିଯୁକ୍ତି ଲାଗି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ପରୀକ୍ଷାର କିଛି ସମୟ ପୂର୍ବରୁ ଏହାକୁ ବାତିଲ କରାଯିବା ନେଇ ଘୋଷଣା ହୋଇଥିଲା । ଉଦୟପୁର ଜିଲ୍ଲାର ବେକରିୟା ଥାନା ଅଞ୍ଚଳ ଦେଇ ଯାଉଥିବା ଏକ ବସ୍‌ରେ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ଦିଆଯାଇ ଏହାର ଉତ୍ତର ସମ୍ପର୍କରେ କୁହାଯାଉଥିଲା । ଏହି ପରୀକ୍ଷାର୍ଥୀ ଜାଲୌର ଓ ଉଦୟପୁର ଜିଲ୍ଲାରେ ଥିଲେ । ଘଟଣା ସମ୍ପର୍କରେ ପୋଲିସ ଖବର ପାଇବା ପରେ ଉକ୍ତ ବସ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଯାଞ୍ଚ କରିଥିଲା । ଘଟଣା ସାମ୍ନାକୁ ଆସିବା ପରେ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଜାଣି ପରୀକ୍ଷାକୁ ବାତିଲ କରାଯାଇଥିଲା । ଏହାସହ ୪୬ଜଣ ପରୀକ୍ଷାର୍ଥୀଙ୍କ ଉପରେ ଆଜୀବନ ନିଷିଦ୍ଧ ଘୋଷଣା କରାଯାଇଥିଲା ।

ଏସଓଜିର ଆଇଜି ସତ୍ୟୈନ୍ଦ୍ର ସିଂଙ୍କ ନେତୃତ୍ବରେ ଏସପି ବିକାଶ ସାଙ୍ଗବାନ, ସିଆଇ ମୋହନ ପୋସୱାଲ, ହେଡ କନେଷ୍ଟବଳ ଜିତେନ୍ଦ୍ର ଶର୍ମା, ସଚିନ ତିୱାଡି, ରାମଲାଲ, କନେଷ୍ଟବଳ ମହାବିର ଅଭିଯୁକ୍ତ ଶେର ସିଂ ଓରଫ ଅନିଲକୁ ଧରିବାରେ ସଫଳ ହୋଇଥିଲେ । ଓଡ଼ିଶାରେ ତାକୁ କାବୁ କରିବା ପରେ ଗୁରୁବାର ପୋଲିସ ଜୟପୁର ନେଇ ଯାଇଛି । ସେଠାରେ ତାକୁ ପଚରାଉଚରା କରାଯିବା ପରେ ଅନେକ ତଥ୍ୟ ପୋଲିସ ହାତରେ ଲାଗିବ ବୋଲି ଆଶା କରାଯାଉଛି ।

Last Updated :Apr 6, 2023, 10:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.