ETV Bharat / bharat

New congress president: ଖାଡଗେଙ୍କୁ ଶୁଭେଚ୍ଛା ଜଣାଇଲେ ରାହୁଲ

author img

By

Published : Oct 19, 2022, 5:12 PM IST

ଖାଡଗେଙ୍କୁ ଶୁଭେଚ୍ଛା ଜଣାଇଲେ ରାହୁଲ
ଖାଡଗେଙ୍କୁ ଶୁଭେଚ୍ଛା ଜଣାଇଲେ ରାହୁଲ

ଖାଡଗେଙ୍କୁ ଶୁଭେଚ୍ଛା ଜଣାଇଲେ ରାହୁଲ । ଅଧ୍ୟକ୍ଷ ନିର୍ବାଚିତ ହେବା ପରେ ଖାଡଗେଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଲେ ରାହୁଲ ଗାନ୍ଧୀ । ପୂର୍ବରୁ ବାସଭବନରେ ଭେଟି ଶୁଭେଚ୍ଛା ଜଣାଇ ସାରିଛନ୍ତି ବିଦାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ମହାସଚିବ ପ୍ରିୟଙ୍କା ଗାନ୍ଧୀ (Rahul Gandhi congratulates Mallikarjun Kharge)। ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଖାଡଗେଙ୍କୁ ଶୁଭେଚ୍ଛା ଜଣାଇଲେ ରାହୁଲ । ଦଳର ଅଧ୍ୟକ୍ଷ ନିର୍ବାଚିତ ହେବା ପରେ ମଲ୍ଲିକାର୍ଜୁନ ଖାଡଗେଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସାଂସଦ ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ (Rahul Gandhi congratulates Mallikarjun Kharge)। ରାହୁଲ ବର୍ତ୍ତମାନ ଆନ୍ଧ୍ର ପ୍ରଦେଶରେ ଭାରତ ଯୋଡୋ ଯାତ୍ରାର ନେତୃତ୍ବ ନେଉଛନ୍ତି । ଫଳାଫଳ ଆସିବା ପୂର୍ବରୁ ସେ ଖାଡଗେଙ୍କୁ ଦଳର ନୂତନ ସଭାପତି ଭାବେ ମଧ୍ୟ ଅବିହିତ କରି ସାରିଥିଲେ । ତେବେ ଗଣତି ଶେଷ ହୋଇ ଆନୁଷ୍ଠାନିକ ଭାବେ ଫଳାଫଳ ପ୍ରକାଶ ପାଇବା ପରେ ଟ୍ବିଟ କରି ରାହୁଲ ଖାଡଗେଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

  • Congratulations to Mallikarjun Kharge ji on being elected as the President of @INCIndia.

    The Congress President represents a democratic vision of India.

    His vast experience and ideological commitment will serve the party well as he takes on this historic responsibility.

    — Rahul Gandhi (@RahulGandhi) October 19, 2022 " class="align-text-top noRightClick twitterSection" data=" ">

ଟ୍ବିଟରେ ରାହୁଲ ଲେଖିଛନ୍ତି, କଂଗ୍ରେସର ଏହି ନିର୍ବାଚନ ଭାରତର ଗଣତାନ୍ତ୍ରିକ ପରମ୍ପରାକୁ ଦର୍ଶାଉଛି । ଖାଡଗେ ଏକ ଐତିହାସିକ ଉତ୍ତରଦାୟିତ୍ବ ଗ୍ରହଣ କରିବାକୁ ଯାଉଛନ୍ତି । ତାଙ୍କର ଦୀର୍ଘକାଳୀନ ଅଭିଜ୍ଞତା ଓ ଆଦର୍ଶବାଦର ପ୍ରତିବଦ୍ଧତା ଦଳ ପାଇଁ ବେଶ ସହାୟକ ହେବ । କିଛି ସମୟ ପୂର୍ବରୁ ଦଳର ବିଦାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଖାଡଗେଙ୍କୁ ତାଙ୍କ ବାସଭବନରେ ଭେଟିବା ସହ ଶୁଭେଚ୍ଛା ଜଣାଇଥିଲେ । 2000 ମସିହା ପରେ 22 ବର୍ଷ ବ୍ୟବଧାନରେ ଚଳିତ ଥର ପ୍ରଥମ ଥର ପାଇଁ କଂଗ୍ରେସ ହାଇକମାଣ୍ଡ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ଦଳର ଦୁଇ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାଡେଗ ଓ ଶଶୀ ଥରୁରଙ୍କ ମଧ୍ୟ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା । ଖାଡଗେ ଥରୁରଙ୍କ ଠାରୁ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.