ETV Bharat / bharat

ବାତ୍ୟା ୟସ: ପ୍ରଭାବିତ ଲୋକଙ୍କୁ ସାହାଯ୍ୟ ପାଇଁ ଦଳୀୟ କର୍ମୀଙ୍କୁ ରାହୁଲଙ୍କ ନିବେଦନ

author img

By

Published : May 25, 2021, 12:31 PM IST

ବାତ୍ୟା ୟସରେ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ ପାଇଁ ଦଳୀୟ କର୍ମୀଙ୍କୁ ନିବେଦନ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ...

ବାତ୍ୟା ୟାସ: ପ୍ରଭାବିତ ଲୋକଙ୍କୁ ସାହାଯ୍ୟ ପାଇଁ ଦଳୀୟ କର୍ମୀଙ୍କୁ ନିବେଦନ କଲେ ରାହୁଲ ଗାନ୍ଧୀ
ବାତ୍ୟା ୟାସ: ପ୍ରଭାବିତ ଲୋକଙ୍କୁ ସାହାଯ୍ୟ ପାଇଁ ଦଳୀୟ କର୍ମୀଙ୍କୁ ନିବେଦନ କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ବାତ୍ୟା ୟସରେ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ ପାଇଁ ଦଳୀୟ କର୍ମୀଙ୍କୁ ନିବେଦନ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ବାତ୍ୟା ୟସର ଗତିକୁ ନେଇ ସେ ସମସ୍ତଙ୍କୁ ସତର୍କ ଅବଲମ୍ବନ କରିବାକୁ ଅନୁରୋଧ କରିଛନ୍ତି ।

ବାତ୍ୟା ୟାସ: ପ୍ରଭାବିତ ଲୋକଙ୍କୁ ସାହାଯ୍ୟ ପାଇଁ ଦଳୀୟ କର୍ମୀଙ୍କୁ ନିବେଦନ କଲେ ରାହୁଲ ଗାନ୍ଧୀ
ବାତ୍ୟା ୟାସ: ପ୍ରଭାବିତ ଲୋକଙ୍କୁ ସାହାଯ୍ୟ ପାଇଁ ଦଳୀୟ କର୍ମୀଙ୍କୁ ନିବେଦନ କଲେ ରାହୁଲ ଗାନ୍ଧୀ

ଏନେଇ ରାହୁଲ ଗାନ୍ଧୀ ଟ୍ବିଟ କରି କହିଛନ୍ତି ଯେ ବାତ୍ୟା ୟସ ପଶ୍ଚିମବଙ୍ଗ ଓ ଓଡିଶା ଆଡକୁ ଗତି କରୁଛି । ମୁଁ ପ୍ରଭାବିତ ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ କଂଗ୍ରେସ କର୍ମୀଙ୍କୁ ନିବେଦନ କରୁଛି । ସମସ୍ତେ ଏଥିପାଇଁ ସତର୍କ ରୁହନ୍ତୁ ।

ତେବେ ବାତ୍ୟାର ପ୍ରଭାବରେ ଓଡିଶାର ଅଧିକ ଜିଲ୍ଲାରେ ବର୍ଷା ପବନ ଆରମ୍ଭ ହୋଇଯାଇଛି । ବାତ୍ୟା ୟସକୁ ଦୃଷ୍ଟିରେ ରଖି ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଥିବା ବେଳେ ସମସ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.