ETV Bharat / bharat

QUAD Summit: ଅଷ୍ଟ୍ରେଲିଆରେ ହେବ 2023 ସଂସ୍କରଣ, ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ ଖର୍ଚ୍ଚ ହେବ 50ବିଲିଅନ୍ ଡଲାର

author img

By

Published : May 24, 2022, 7:25 PM IST

QUAD Summit 2023: ଅଷ୍ଟ୍ରେଲିଆରେ ହେବ ଆସନ୍ତା ସଂସ୍କରଣ
QUAD Summit 2023: ଅଷ୍ଟ୍ରେଲିଆରେ ହେବ ଆସନ୍ତା ସଂସ୍କରଣ

ଅଷ୍ଟ୍ରେଲିଆ ନେବ କ୍ବାଡ ସମ୍ମିଳନୀ (QUAD Summit)ର ପରବର୍ତ୍ତୀ ଆୟୋଜନ ଭାର । ଆଜି ଟୋକିଓରୁ ମିଳିତ ସୂଚନା ଦେଲେ କ୍ବାଡ ରାଷ୍ଟ୍ରମୁଖ୍ୟ । ଅଧିକ ପଢନ୍ତୁ

ଟୋକିଓ: କ୍ବାଡ ସମ୍ମିଳନୀ (QUAD Summit)ର ପରବର୍ତ୍ତୀ ତଥା 2023 ସଂସ୍କରଣ ଆୟୋଜନ ଭାର ନେବ ଅଷ୍ଟ୍ରେଲିଆ । ଆଜି ଏନେଇ କ୍ବାଡ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟର ସହମତି ପ୍ରକାଶ ପାଇଛି । ଆଜି ଜାପାନ ରାଜଧାନୀ ଟୋକିଓରେ ଆୟୋଜିତ କ୍ବାଡ ସମ୍ମିଳନୀ 2023ରେ ଅଂଶଗ୍ରହଣ କରିଥିବା ସମସ୍ତ 4 ରାଷ୍ଟ୍ରମୁଖ୍ୟ ମିଳିତ ମନ୍ତବ୍ୟରେ ପ୍ରକାଶ କରିଛନ୍ତି ।

ଚଳିତ ବର୍ଷର କ୍ବାଡ ସମ୍ମିଳନୀ ଜାପାନ ରାଜଧାନୀ ଟୋକିଓରେ ଆୟୋଜିତ ହେଉଅଛି । ଏଥିରେ 4 କ୍ବାଡ ସଦସ୍ୟ ରାଷ୍ଟ୍ର ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଅଂଶଗ୍ରହଣ କରିଥିଲେ । ସମସ୍ତ ସଦସ୍ୟ ଦେଶମାନଙ୍କ ମଧ୍ୟରେ ପାରସ୍ପାରିକ ସମ୍ପର୍କ, ସାମ୍ପ୍ରତିକ ବିଶ୍ବର ପରିବର୍ତ୍ତିତ ସ୍ଥିତି ଓ ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସ୍ଥିରତା ଆଦି ପ୍ରସଙ୍ଗରେ ରାଷ୍ଟ୍ରମୁଖ୍ୟମାନେ ଆଲୋଚନା କରିବା ସହ ମତ ବିନିମୟ କରିଥିଲେ ।

ତେବେ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଭିତ୍ତିପ୍ରସ୍ତର ବିକାଶ ପାଇଁ ଖର୍ଚ୍ଚ ହେବ 50ବିଲିଅନ୍ ଡଲାର ବୋଲି ଘୋଷଣା ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.