ETV Bharat / bharat

Punjab Assembly Poll Result: ପ୍ରାରମ୍ଭିକ ଟ୍ରେଣ୍ଡରେ ପଛରେ ପଡ଼ିଲେ ଅମରିନ୍ଦର, ଚନ୍ନି ଓ ସିଦ୍ଧୁ

author img

By

Published : Mar 10, 2022, 10:53 AM IST

ପ୍ରାରମ୍ଭିକ ଟ୍ରେଣ୍ଡରେ ପଛରେ ପଡ଼ିଲେ ଅମରିନ୍ଦର, ଚନ୍ନି ଓ ସିଦ୍ଧୁ
ପ୍ରାରମ୍ଭିକ ଟ୍ରେଣ୍ଡରେ ପଛରେ ପଡ଼ିଲେ ଅମରିନ୍ଦର, ଚନ୍ନି ଓ ସିଦ୍ଧୁ

ବର୍ତ୍ତମାନ ସୁଦ୍ଧା ମିଳିଥିବା ଟ୍ରେଣ୍ଡ ଅନୁଯାୟୀ ପଞ୍ଜାବର ୩ ହେଭିୱେଟ କ୍ୟାପ୍ଟେନ ଅମରିନ୍ଦର ସିଂହ, ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଓ ପଞ୍ଜାବର କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁ ପଛରେ ରହିଛନ୍ତି । ଅଧିକ ପଢନ୍ତୁ

ଚଣ୍ଡିଗଡ: ଚାଲିଛି ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ଫଇସଲା । ପଞ୍ଜାବରେ ଭୋଟ ଗଣତି ଯେତେ ଆଗକୁ ବଢ଼ୁଛୁ ରାଜନେତାଙ୍କ ଛାତି ଧକ ଧକ ସେତିକି ବଢ଼ିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ମିଳିଥିବା ଟ୍ରେଣ୍ଡ ଅନୁଯାୟୀ ପଞ୍ଜାବର ୩ ହେଭିୱେଟ କ୍ୟାପ୍ଟେନ ଅମରିନ୍ଦର ସିଂହ, ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଓ ପଞ୍ଜାବର କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁ ପଛରେ ରହିଛନ୍ତି ।

ଗଣତି ଆରମ୍ଭରୁ କିଛି ସମୟ ଯାଏ ଚନ୍ନି ଓ ସିଦ୍ଧୁ ଆଗରେ ଥିଲେ । ହେଲେ ଏବେ ଉଭୟ ପଛରେ ପଡ଼ିଛନ୍ତି । କ୍ୟାପ୍ଟେନ ଅମରିନ୍ଦର ସିଂହ କଂଗ୍ରେସ ଛାଡ଼ି ନୂଆ ଦଳ ତିଆରି କରିଛନ୍ତି । ବିଜେପି ସହ ମେଣ୍ଟ କରି ସେ ଏଥର ନିର୍ବାଚନ ଲଢ଼ୁଛନ୍ତି । ସେ ପାରମ୍ପରିକ ପଟିଆଲା ଅର୍ବାନ ଆସନରୁ ନିର୍ବାଚନ ଲଢ଼ୁଥିଲେ। ସେ ବି ପଛରେ ପଡ଼ିଛନ୍ତି । ପଞ୍ଜାବରେ ଆପ୍‌ ୭୯ଟି ଆସନ ଆଗରେ ଚାଲିଥିବା ବେଳେ ତା’ ପଛକୁ କଂଗ୍ରେସ ରହିଛି । ଏହି ୨ ଦଳଠୁ ପଛରେ ରହିଯାଇଛି ଅକାଳି ମେଣ୍ଟ। ଏଠାରେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ୨ଟି ଆସନରୁ ଲଢ଼ୁଥିବା ବେଳେ ଉଭୟ ସ୍ଥାନରେ ପଛରେ ରହିଛନ୍ତି । ସେହିପରି ନବଜୋତ ସିଂହ ସିଦ୍ଧୁ ଅମୃତସର ପୂର୍ବ ଆସନରେ ପଛରେ ରହିଛନ୍ତି ।

ଚମ୍‌କୌର ସାହିବ ଆସନରେ ଆପ୍‌ ପ୍ରାର୍ଥୀ ଡକ୍ଟର ଚରଣଜିତ ସିଂହଙ୍କ ଠାରୁ ପ୍ରଥମ ରାଉଣ୍ଡରେ ଆଗୁଆ ରହିବା ପରେ ଏବେ ପଛରେ ପଡ଼ିଛନ୍ତି ଚରଣଜିତ ସିଂହ ଚନ୍ନି । ସେପଟେ ତୃତୀୟ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ପୂର୍ବ ଅମୃତସର ବିଧାନସଭା ଆସନରେ ପଛୁଆ ରହିଛନ୍ତି ସିଦ୍ଧୁ । ପଟିଆଲା ଅର୍ବାନ ବିଧାନସଭା ଆସନରେ ପଡିଛନ୍ତି ପଡ଼ିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ । ପ୍ରାୟ ୧୦ ହଜାର ଭୋଟରେ ସେ ପଛୁଆ ରହିଛନ୍ତି ।

ପ୍ରକାଶ ଥାଉ କି, ପଞ୍ଜାବରେ ୧୧୭ ଆସନରେ ଫେବୃଆରୀ ୨୦ ତାରିଖରେ ନିର୍ବାତନ ଅନୁଷ୍ଠିତ ହୋଇଥିଲା । ଆଉ କିଛି ସମୟରେ ପରେ ଜନତା ଜନାର୍ଦ୍ଦନଙ୍କ ନିଷ୍ପତ୍ତି ସ୍ପଷ୍ଟ ହେବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.