ETV Bharat / bharat

Punjab Assembly Poll Results: ପଞ୍ଜାବବାସୀ ପରିବର୍ତ୍ତନକୁ ଭୋଟ ଦେଇଛନ୍ତି କହିଲେ ଦିଲ୍ଲୀ ମନ୍ତ୍ରୀ

author img

By

Published : Mar 10, 2022, 10:33 AM IST

Punjab Assembly Poll Results: ପଞ୍ଜାବରେ ଲୋକେ ପରିବର୍ତ୍ତନକୁ ଭୋଟ ଦେଇଛନ୍ତି କହିଲେ ଦିଲ୍ଲୀ ମନ୍ତ୍ରୀ
Punjab Assembly Poll Results: ପଞ୍ଜାବରେ ଲୋକେ ପରିବର୍ତ୍ତନକୁ ଭୋଟ ଦେଇଛନ୍ତି କହିଲେ ଦିଲ୍ଲୀ ମନ୍ତ୍ରୀ

ପ୍ରଥମ ତିନି ରାଉଣ୍ଡ ଭୋଟ ଗଣତି ସୁଦ୍ଧା ପଞ୍ଜାବର ଅଧିକାଂଶ ଆସନରେ ଟ୍ରେଣ୍ଡରେ ଲିଡ୍‌ ନେଇଛି ଆମ ଆଦମୀ ପାର୍ଟି । ଏହାକୁ ନେଇ ଆଶ୍ବସ୍ତ ଅଛନ୍ତି ଦିଲ୍ଲୀର ଆପ୍‌ ମନ୍ତ୍ରୀ ଗୋପାଳ ରାୟ । ଅଧିକ ପଢ଼ନ୍ତୁ

ଚଣ୍ଡିଗଡ଼: ପ୍ରଥମ ତିନି ରାଉଣ୍ଡ ଭୋଟ ଗଣତି ସୁଦ୍ଧା ପଞ୍ଜାବର ଅଧିକାଂଶ ଆସନରେ ଟ୍ରେଣ୍ଡରେ ଲିଡ୍‌ ନେଇଛି ଆମ ଆଦମୀ ପାର୍ଟି । ଏହାକୁ ନେଇ ଆଶ୍ବସ୍ତ ଅଛନ୍ତି ଦିଲ୍ଲୀର ଆପ୍‌ ମନ୍ତ୍ରୀ ଗୋପାଳ ରାୟ । ପଞ୍ଜାବରେ ଆପ୍‌ର ସକରାତ୍ମକ ଟ୍ରେଣ୍ଡ ପରିବର୍ତ୍ତନ ଆଡ଼କୁ ଇଶାରା କରୁଛି ବୋଲି ସେ ପ୍ରତକ୍ରିୟା ଦେଇଛନ୍ତି ।

ଗୋପାଲ ରାୟ କହିଛନ୍ତି ଯେ, "ସକରାତ୍ମକ ଟ୍ରେଣ୍ଡ ସହ ଆମେ ଆଶା କରୁଛୁ ଫଳାଫଳ ମଧ୍ୟ ସକରାତ୍ମକ ରହିବ । ପରିବର୍ତ୍ତନ ପାଇଁ ମତଦାନ କରିଥିବାରୁ ମୁଁ ପଞ୍ଜାବର ଭୋଟରଙ୍କୁ ଧନ୍ୟବାଦ ଦେଉଛି । ଏଭଳି ଟ୍ରେଣ୍ଡ ଜାରି ରହିଲେ ଆମେ ନିଶ୍ଚିତ ଭାବରେ ବିଜୟ ଦ୍ବାରରେ ପହଞ୍ଚିବୁ ।"

ପଞ୍ଜାବରେ କଂଗ୍ରେସକୁ ପଛରେ ପକାଇ ଟ୍ରେଣ୍ଡରେ ଆଗୁଆ ରହିଛି ଆପ୍‌ । ପଞ୍ଜାବରେ ପ୍ରାୟ ୮୮ଟି ଆସନରେ ଆଗୁଆ ରହିଛି ଆମ୍‌ ଆଦମୀ ପାର୍ଟି । ଏଥିପାଇଁ ବର୍ତ୍ତମାନ ପଞ୍ଜାବରେ ସରକାର ଗଢ଼ିବା ଆଶା ଉଜ୍ଜିବୀତ କରିଛନ୍ତି ଦିଲ୍ଲୀର ମନ୍ତ୍ରୀ ଗୋପାଲ ରାୟ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.